କଟକ: ବେକରେ ଗୁଡ଼ିର ମାଞ୍ଜା ସୂତା ଲାଗିଯିବାରୁ ପତ୍ନୀଙ୍କ ଆଖି ଆଗରେ ଯୁବକଙ୍କ ମୃତ୍ୟୁ ହେଲା

Cuttack man dies as kite thread slices his neck | ନବବିବାହିତା ପତ୍ନୀଙ୍କ ସହ ବାଇକରେ ଯାଉଥିବା ବେଳେ ରାସ୍ତାରେ ଘଟିଥିଲା ଏହି ଅଘଟଣ । ଜୟନ୍ତଙ୍କ ବାଇକ୍ ଦୃତ ଗତିରେ ଯାଉ ନ ଥିଲେ ମଧ୍ୟ ମାଞ୍ଜା ସୂତା ଏତେ ଶକ୍ତ ଥିଲା ଯେ ତାହା ତାଙ୍କ ବେକକୁ କାଟି ଦେଇଥିଲା ।

ପତ୍ନୀ ସୁସ୍ମିତାଙ୍କ ସହ ଜୟନ୍ତ ସାମଲ (ଫାଇଲ୍ ଫଟୋ)

ପତ୍ନୀ ସୁସ୍ମିତାଙ୍କ ସହ ଜୟନ୍ତ ସାମଲ (ଫାଇଲ୍ ଫଟୋ)

  • Share this:
News18 Odia Digital

କଟକ: ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହାର ହେଉଥିବା ବେଆଇନ ମାଞ୍ଜା ସୂତା ପୁଣି ଆଉ ଏକ ଜୀବନ ନେଇଛି । ମାଞ୍ଜା ସୂତା ବେକରେ ଲାଗିଯିବାରୁ ଜଣେ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି । ରବିବାର ଅପରାହ୍ଣରେ କଟକ ଜଗତପୁର ଥାନା ଅନ୍ତର୍ଗତ ପୀରବଜାରରେ ଘଟିଥିବା ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ଜୟନ୍ତ ସାମଲ ନାମକ ଯୁବକ ନିଜ ପତ୍ନୀଙ୍କ ସହ ବାଇକରେ ଯାଉଥିବା ବେଳେ ଘଟିଥିଲା ଏହି ଅଘଟଣ । ପୀରବଜାର ନିକଟବର୍ତ୍ତୀ ଭୟରପୁର ଗାଁର ବାସିନ୍ଦା ଜୟନ୍ତ ପତ୍ନୀ ସୁସ୍ମିତାଙ୍କୁ ନେଇ ଶ୍ବଶୁର ଘରକୁ ଯାଉଥିଲେ । ପତି ପତ୍ନୀ ନିଜ ଘରଠାରୁ ପ୍ରାୟ ଗୋଟିଏ କିଲୋମିଟର ବାଟ ଯିବା ପରେ ପୀରବଜାର ନିକଟରେ କେହି ଜଣେ ଉଡ଼ାଉଥିବା ଗୁଡ଼ିର ସୂତା ଜୟନ୍ତଙ୍କ ବେକରେ ଲାଗିଯାଇଥିଲା । ଜୟନ୍ତଙ୍କ ବାଇକ୍‌ ଦୃତ ଗତିରେ ଯାଉ ନ ଥିଲେ ମଧ୍ୟ ପ୍ଲାଷ୍ଟିକରେ ତିଆରି ମାଞ୍ଜା ସୂତାଟି ଏତେ ଶକ୍ତ ଥିଲା ଯେ ତାହା ତାଙ୍କ ବେକକୁ କାଟି ଦେଇଥିଲା ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜୟନ୍ତଙ୍କ ବେକରେ ମାଞ୍ଜା ସୂତା ଲାଗି ବେକ କଟିଯିବାରୁ ଉଭୟ ପତି ପତ୍ନୀ ବାଇକରୁ ଖସି ରାସ୍ତାରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଜୟନ୍ତଙ୍କୁ କ୍ଷତାକ୍ତ ଅବସ୍ଥାରେ ନେଇ ସ୍ଥାନୀୟ ସଦଗୁରୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମାତ୍ର ଛଅ ମାସ ତଳେ ଜୟନ୍ତ ଓ ସୁସ୍ମିତାଙ୍କ ବିବାହ ହୋଇଥିଲା । ଘର କାନ୍ଥରୁ ଲିଭିନି ମଙ୍ଗଳ ଲେଖା ।


ଏହା ବି ପଢ଼ନ୍ତୁ | New Labour Code: ଆସନ୍ତା ବର୍ଷରୁ ଦେଶର ସବୁ କର୍ମଚାରୀମାନେ ସପ୍ତାହରେ ଦିନ କାମ କରିବେ

ପେଶାରେ ଜଣେ ରାଜମିସ୍ତ୍ରୀଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ଜୟନ୍ତଙ୍କ ବାହାଘର ମାତ୍ର ଛଅ ମାସ ତଳେ ଅନୁଷ୍ଠିତ ହୋଇଥିଲା । ସେ ତାଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି ।

ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ

ମୃତ ଜୟନ୍ତଙ୍କ ପରିବାର ଲୋକଙ୍କ ପକ୍ଷରୁ ଜଗତପୁର ଥାନାରେ ଏକ ଏତାଲା ଦିଆଯାଇଛି ଓ ଏହି ଘଟଣା ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏତାଲା ପାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମାଞ୍ଜା ସୂତା ବିକ୍ରି କରିବା ଓ ଏହି ସୂତାକୁ ବ୍ୟବହାର କରି ଗୁଡ଼ି ଉଡ଼ାଉଥିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରହିଛି ।

ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

ମାଞ୍ଜା ସୂତା ଦ୍ବାରା ଲୋକଙ୍କ ଜୀବନ ହାନୀ ଘଟଣା ସାମନାକୁ ଆସିବା ପରେ ଚାରି ବର୍ଷ ତଳେ ଏହି ସୂତାର ବିକ୍ରି ଓ ବ୍ୟବହାର ଉପରେ କଟକଣା ଲାଗାଇଥିଲେ ହାଇ କୋର୍ଟ । ମାଞ୍ଜା ସୁତା ବିକ୍ରି ଓ ବ୍ୟବହାର କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ସହରର ବିଭିନ୍ନ ସାହି ଗଳିରେ ବେଆଇନ ଘୋଷିତ ହୋଇଥିବା ଏହି ସୂତା ବିକ୍ରି ହେଉଛି । ଲୋକେ ଏହାକୁ ଗୁଡ଼ି ଉଡ଼ାଇବାରେ ବ୍ୟବହାର କରୁଛନ୍ତି ।
Published by:Anand S.T. Das
First published:
)}