ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ଟ୍ରାଇସାଇକଲ୍ ବନେଇଲେ କଟକର ଜଣେ ଦୋକାନୀ

Cuttack man builds battery-run tricycle for the disabled | ଟ୍ରାଇସାଇକଲର ବ୍ୟାଟେରୀକୁ ସାଢ଼େ ତିନି ଘଣ୍ଟା ଚାର୍ଜ କଲେ ଟ୍ରାଇସାଇକଲ୍ ଘଣ୍ଟାକୁ ୨୦ କିଲୋମିଟର୍ ବେଗରେ ୫୦ କିଲୋମିଟର୍ ବାଟ ଯାଇପାରିବ । ଗୋଟିଏ ହ୍ୟାଣ୍ଡଲରେ ଏହାର ବେଗ ବଢ଼ାଇବା ସହ ବ୍ରେକ୍ ବି କରିହେବ ।

ନିଜେ ବନେଇଥିବା ଟ୍ରାଇସାଇକଲ୍ ଚଢି଼ ଦେଖୁଛନ୍ତି ରାଜେନ୍ଦ୍ର ବେହେରା ।

ନିଜେ ବନେଇଥିବା ଟ୍ରାଇସାଇକଲ୍ ଚଢି଼ ଦେଖୁଛନ୍ତି ରାଜେନ୍ଦ୍ର ବେହେରା ।

  • Share this:
ଦ୍ୱିବେନ୍ଦୁ ମିଶ୍ର | News18 Odia Digital

କଟକ: ଚାବି ଅନ୍‌ କରି ଏକ୍ସିଲରେଟର୍‌ ମୋଡ଼ିଲେ ଚାଲିବ ଟ୍ରାଇସାଇକଲ୍‌ । ଥରେ ଚାର୍ଜ କଲେ ଘଣ୍ଟାକୁ ୨୦ କିଲୋମିଟର୍ ବେଗରେ ୫୦ କିଲୋମିଟର୍‌ ବାଟ ଗଡି଼ ପାରିବ ଏହି ଟ୍ରାଇସାଇକଲ୍‌ । ଏହାକୁ ପ୍ରସ୍ତୁତ କରି ଏବେ ଚର୍ଚ୍ଚାରେ ଅଛନ୍ତି କଟକ ଯୋବ୍ରା ଅଞ୍ଚଳର ରାଜେନ୍ଦ୍ର ବେହେରା ।

ଜଣେ ଦିବ୍ୟାଙ୍ଗ ବ୍ୟକ୍ତି କେମିତି ସହଜରେ ଯାତ୍ରା କରିପାରିବେ ସେଥି ପାଇଁ ବିଭିନ୍ନ ପ୍ରୟାସ କରି ସଫଳ ହୋଇଛନ୍ତି ରାଜେନ୍ଦ୍ର । ଦିବ୍ୟାଙ୍ଗ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ବ୍ୟବହାର କରୁଥିବା ଟ୍ରାଇସାଇକେଲରେ ସାଧାରଣତଃ ହାତରେ ପେଡଲ୍‌ ମାରିବାକୁ ହେଉଥିବାରୁ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ହେଲେ ରାଜେନ୍ଦ୍ର ପ୍ରସ୍ତୁତ କରିଥିବା ଏହି ଟ୍ରାଇସାଇକେଲରେ ସେହି ଶ୍ରମ ବହୁ ମାତ୍ରାରେ କମ୍‌ ହୋଇଯାଏ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ

‘‘ମୁଁ ଏହି ଟ୍ରାଇସାଇକଲରେ ୨୫୦ ୱାଟର ୧୮ ଆମ୍ପିୟାର୍‌ କ୍ଷମତାର ଏକ ବ୍ୟାଟେରୀ ଲଗାଇଛି । ଏହି ବ୍ୟାଟେରୀ ସାଢ଼େ ତିନି ଘଣ୍ଟା ଚାର୍ଜ କରିବା ପରେ ଟ୍ରାଇସାଇକଲ୍‌ ଘଣ୍ଟାକୁ ୨୦ କିଲୋମିଟର୍‌ ବେଗରେ ୫୦ କିଲୋମିଟର୍‌ ପର୍ଯ୍ୟନ୍ତ ଯାଇପାରିବ । ସବୁଠାରୁ ବଡ଼ କଥା ହେଉଛି ଦୁଇଟି ଗୋଡ଼ ଓ ଗୋଟିଏ ହାତ ନ ଥିବା ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ଲୋକଟିଏ ସହଜରେ ଗୋଟିଏ ହାତରେ ଏହାକୁ ଚଳାଇ ପାରିବ। ଗୋଟିଏ ହ୍ୟାଣ୍ଡଲରେ ସାଇକେଲର ବେଗ ବଢ଼ାଇବା ସହ ବ୍ରେକ୍‌ ବି କରିହେବ,’’ କହିଛନ୍ତି ମେକାନିକ୍‌ ରାଜେନ୍ଦ୍ର ।

ଟ୍ରାଇସାଇକଲର ବ୍ୟାଟେରୀ ଉପରେ କାମ କରୁଛନ୍ତି ରାଜେନ୍ଦ୍ର ବେହେରା ।


ଯୋବ୍ରା ମୁଖ୍ୟ ରାସ୍ତା କଡ଼ରେ ଏକ ଛୋଟ ଭେରାଇଟି ଦୋକାନ କରିଥିବା ରାଜେନ୍ଦ୍ର ସେହି ରାସ୍ତାରେ ଟ୍ରାଇସାଇକେଲ୍‌ ନେଇ ଯିବା ଆସିବା କରୁଥିବା କଟକ ଗାନ୍ଧୀପଲ୍ଲୀ କୁଷ୍ଠାଶ୍ରମର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ପ୍ରତି ଦିନ ଦେଖୁଥିଲେ । ସେମାନଙ୍କ କଷ୍ଟ ଦେଖି ଏମିତି ଏକ ଟ୍ରାଇସାଇକେଲ୍‌ ପ୍ରସ୍ତୁତ କରିବାକୁ ସେ ଚିନ୍ତା କରିଥିଲେ ଓ ଚେଷ୍ଟା ଆରମ୍ଭ କରିଥିଲେ ।

ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

‘‘ମୁଁ ଏହି ଟ୍ରାଇସାଇକେଲରେ ହର୍ଣ୍ଣଠାରୁ ଆରମ୍ଭ କରି ରାତିରେ ଯିବା ଆସିବା ପାଇଁ ଲାଇଟ୍‌ ପର୍ଯ୍ୟନ୍ତ ସବୁ କିଛି ଲଗାଇଛି । ଗୋଟିଏ ସାଧାରଣ ଟ୍ରାଇସାଇକେଲକୁ ବ୍ୟାଟେରୀଚାଳିତ କରିବାକୁ ମୁଁ ୧୮ ହଜାର ଟଙ୍କା ଖର୍ଚ୍ଚ କରିଛି । ବଡ଼ କଥା ହେଉଛି ଏହା ବ୍ୟାଟେରୀଚାଳିତ ହୋଇଥିବା ଯୋଗୁଁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଏହା ମାଧ୍ୟମରେ ଖବରକାଗଜ ବାଣ୍ଟିବା ସହ ଖାଦ୍ୟ ଡେଲିଭରି କରିବା ଭଳି ଅନେକ କାମ କରି ସ୍ବାବଲମ୍ବୀ ହୋଇପାରିବ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Bipin Rawatଙ୍କ ହେଲିକପ୍ଟର୍ ‘‘ଆକାଶରେ ହଠାତ ଗାୟବ୍ ହୋଇଯାଇଥିଲା…’’; ଦେଖନ୍ତୁ ଶେଷ ମୁହୂର୍ତ୍ତର VIDEO

ରାଜେନ୍ଦ୍ରଙ୍କ ଏହି ସଫଳତା ତାଙ୍କ ସାହି ପଡି଼ଶା ଓ ସାଙ୍ଗ ସାଥିମାନଙ୍କୁ ଖୁସି କରିଛି । ‘‘ତାଙ୍କର ଏହି କାର୍ଯ୍ୟ କରିବାର ଇଚ୍ଛା ପିଲାଦିନରୁ ଥିଲା । ଏବେ ଭିନ୍ନକ୍ଷମଙ୍କ ପାଇଁ ତିଆରି କରିଥିବା ବ୍ୟାଟେରୀଚାଳିତ ଟ୍ରାଇସାଇକେଲ୍‌ ଯୋଗୁଁ ବହୁ ଦିବ୍ୟାଙ୍ଗ ଉପକୃତ ହୋଇପାରିବେ । ଆମେ କିଛି ବନ୍ଧୁ ଏବେ ତାଙ୍କୁ ଏହି କାମରେ ସହଯୋଗ କରିଛୁ । ସରକାରୀ ପ୍ରୋତ୍ସାହନ ମିଳିପାରିଲେ ରାଜେନ୍ଦ୍ର ଆହୁରି କମ୍‌ ପଇସାରେ ଉନ୍ନତ ମାନର ଟ୍ରାଇସାଇକେଲ୍‌ ତିଆରି କରିପାରନ୍ତେ,’’ କହିଛନ୍ତି ରାଜେନ୍ଦ୍ରଙ୍କ ପିଲାଦିନର ବନ୍ଧୁ ଚଣ୍ଡୀ ଚରଣ ଦାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଲାଲ୍ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେ

ଆଗକୁ ରାଜେନ୍ଦ୍ର ବିନା ଇଲେକ୍ଟ୍ରିକ୍‌ ଚାର୍ଜରେ ସୋଲାର୍‌ ସିଷ୍ଟମ୍‌ ବ୍ୟବହାର କରି କମ୍‌ ଖର୍ଚ୍ଚରେ ଏଭଳି ସାଇକଲ୍‌ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି ।
Published by:Anand S.T. Das
First published: