କଟକ ମାହାଙ୍ଗାର BJP ନେତା ଓ ତାଙ୍କ ସହଯୋଗୀଙ୍କୁ ହାଣି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ
BJP leader Kulamani Baral Murdered | କୁଳମଣି ବରାଳଙ୍କୁ ଧାରୁଆ ଅସ୍ତ୍ରରେ ବାରମ୍ବାର ଚୋଟ ମାରିଥିଲେ ଦୁର୍ବୃତ୍ତମାନେ । ତାଙ୍କ ମୁହଁ, ମଥା ଓ ବେକରେ ଗଭୀର କ୍ଷତ ସୃଷ୍ଟିକରି ତାଙ୍କୁ ରକ୍ତାକ୍ତ ଓ ମୁମୂର୍ଷୁ ଅବସ୍ଥାରେ ଛାଡ଼ି ସେମାନେ ପଳେଇଯାଇଥିଲେ ।

କୁଳମଣି ବରାଳଙ୍କ ହତ୍ୟା ପରେ ମାହାଙ୍ଗାରେ ଜନ ଉତ୍ତେଜନା ସୃଷ୍ଟି ହୋଇଛି ।
- News18 Odia
- Last Updated: January 3, 2021, 3:27 PM IST
କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓରଫ ପାଗଳ ବରାଳଙ୍କୁ ଶନିବାର ସନ୍ଧ୍ୟାରେ ନିର୍ମମ ଭାବେ ହତ୍ୟା କରାଯାଇଛି । କୁଳମଣି ଓ ତାଙ୍କର ଜଣେ ବୟସ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଉପରେ କିଛି ଦୁର୍ବୃତ୍ତ ମରଣାନ୍ତଙ୍କ ଆକ୍ରମଣ କରିଥିଲେ ।
ଗୁରୁତର ଅବସ୍ଥାରେ କୁଳମଣି ବରାଳ (Kulamani Baral) ଓ ତାଙ୍କ ବୟସ୍କ ସହଯୋଗୀ ଦିବ୍ୟସିଂହ ବରାଳ ଓରଫ ପଚା ବରାଳଙ୍କୁ ସ୍ଥାନୀୟ ମାହାଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ କୁଳମଣିଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତାଙ୍କ ସହଯୋଗୀଙ୍କୁ କଟକ ଏସ୍.ସି.ବି. ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଚିକିତ୍ସା ସମୟରେ ଦିବ୍ୟସିଂହଙ୍କ ମୃତ୍ୟୁ ହୋଇଯାଇଛି ।
ଦେଖନ୍ତୁ ଫଟୋ | ନୂଆ ବର୍ଷ ୨୦୨୧: ଦେଖନ୍ତୁ ବଲିଉଡ୍ ସେଲିବ୍ରିଟିମାନେ କେମିତି ଛୁଟି ବିତାଉଛନ୍ତି – Viral Photos

କୁଳମଣି ବରାଳ ମାହାଙ୍ଗା ରାଜନୀତିରେ ତିନି ଦଶକ ଧରି ସକ୍ରିୟ ଥିଲେ ।
ଏହି ହତ୍ୟାକୁ ବିଜେପି ନେତା ପ୍ରକାଶ ବେହେରା, ଶାରଦା ପ୍ରଧାନ ଓ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ସମେତ ଦଳମତ ନିର୍ବିଶେଷରେ ଅନେକ ନେତା ଦୃଢ଼ ନିନ୍ଦା କରିଛନ୍ତି । ଅଭିଯୁକ୍ତମାନଙ୍କ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଏହା ବି ପଢ଼ନ୍ତୁ | ସିଟ୍ରେ ବସିବାକୁ ନେଇ ଝଗଡ଼ା ପରେ ହାଇ ସ୍କୁଲ୍ ଛାତ୍ର ନିଜ ସାଥିକୁ କ୍ଲାସ୍ରେ ଗୁଳି ମାରି ହତ୍ୟା କଲା
‘‘ଶନିବାର ସନ୍ଧ୍ୟାରେ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (Dibyasingha Baral) ଓରଫ ପଚା ବରାଳ ମାହାଙ୍ଗା ଥାନା ଅନ୍ତର୍ଗତ ନୃତଙ୍କ କେନାଲ ନିକଟରେ ଯାଉଥିବା ବେଳେ କେତେକ ଦୁର୍ବୃତ୍ତ ଆସି ସେ ଦୁହିଙ୍କ ଉପରେ ଆକ୍ରମଣ କରିଥିଲେ । ପାଖାପାଖି ଛଅ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହାଣିଥିଲେ,’’ କହିଛନ୍ତି ହସପିଟାଲରେ ପହଞ୍ଚିଥିବା କୁଳମଣିଙ୍କ ଜଣେ ସମର୍ଥକ ।

କୁଳମଣିଙ୍କ ସହଯୋଗୀ ପଚା ବରାଳଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।
ସମର୍ଥକ ଜଣକ ଆହୁରି କହିଛନ୍ତି ଯେ କୁଳମଣି ବରାଳଙ୍କୁ ହତ୍ୟା କରିବା ହିଁ ଦୁର୍ବୃତ୍ତମାନଙ୍କ ଉଦ୍ଦେଶ୍ୟ ଥିଲା । ‘‘ସେମାନେ ତାଙ୍କ ମୁହଁ, ମଥା ଓ ବେକରେ ଗଭୀର ଚୋଟ ମାରିଥିଲେ । ପୂରା ରକ୍ତାକ୍ତ ଓ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଛାଡ଼ି ସେମାନେ ପଳେଇଯାଇଥିଲେ,’’ ସେ କହିଛନ୍ତି ।
କୁଳମଣି ବରାଳଙ୍କ ହତ୍ୟା ଘଟଣାକୁ ନେଇ ଗଭୀର ଶୋକ ଓ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ।

‘‘ଓଡ଼ିଶାରେ ରାଜନୈତିକ ଅସହିଷ୍ଣୁତା ବଢ଼ିଚାଲିଛି । ଶାନ୍ତ ଓ ସତ୍ୟବାଦୀ କଣ୍ଠସ୍ୱରକୁ ଦବେଇଦିଆଯାଉଛି । ଲାଗୁଛି ଓଡ଼ିଶାରେ ପଶ୍ଚିମ ବଙ୍ଗ ମଡେଲ୍ର ଅନୁକରଣ ହେଉଛି,’’ ଟ୍ୱିଟ୍ କରି କହିଛନ୍ତି ବକ୍ସିପାତ୍ର ।
ମାହାଙ୍ଗା ପୋଲିସ ଏହି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି । ଏସ୍.ସି.ବି. ହସପିଟାଲରେ ପଚା ବରାଳ ଭର୍ତ୍ତି ହେବା ପରେ ତାଙ୍କ (Pacha Baral) ଚେତା ଫେରି ନ ଥିବାରୁ ଘଟଣା ବିଷୟରେ ସେ କିଛି କହିପାରି ନ ଥିଲେ ।