କଟକ ମହାନଦୀ ବିହାର ଡକାୟତି ମାମଲା; ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ସୁରାକ

ମହାନଦୀ ବିହାର ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଜାଞ୍ଚ କରିବା ପରେ କିଛି ସିସିଟିଭିରେ ତଥା କଥିକ ଡକାୟତଙ୍କ ଭିଡିଓ ପାଇଛି ପୋଲିସ ।

କଟକ ମହାନଦୀ ବିହାର ଡକାୟତି ମାମଲା; ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ସୁରାକ

କଟକ ମହାନଦୀ ବିହାର ଡକାୟତି ମାମଲା; ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ସୁରାକ

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ: ମହାନଦୀ ବିହାର ଡକାୟତି ମାମଲାରେ ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ସୁରାକ । ମହାନଦୀ ବିହାର ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଜାଞ୍ଚ କରିବା ପରେ କିଛି ସିସିଟିଭିରେ ତଥା କଥିକ ଡକାୟତଙ୍କ ଭିଡିଓ ପାଇଛି ପୋଲିସ । ଦୀପ୍ତି ପଟ୍ଟନାୟକଙ୍କ ଘରେ ଡକାୟତି କରିବା ପରେ ଡକାୟତମାନେ ତାଙ୍କ ଘର ପଟୁ ଚାଲିଚାଲି ଯାଉଥିବାର ଏକ ଭିଡ଼ିଓ ଏବେ ପୋଲିସ ହାତରେ ଲାଗିଛି । ଏହା ସହ ପୋଲିସ ଏହି ଘଟଣାରେ କିଛି ସ୍ଥାନୀୟ ଚୋରଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରୁଛି । ଏବଂ କିଛି ଲୋକଙ୍କ ଥାନାକୁ ଡ଼ାକି ଜେରା ମଧ୍ୟ କରୁଛି । କିନ୍ତୁ ଏହି ଘଟଣା କେଉଁମାନେ ଘଟାଇଛନ୍ତି ସେ ନେଇ ପୋଲିସ ଏବେ ସୁରାକ ପାଇ ପାରିନାହିଁ ।

ସେପଟେ ପ୍ରାଥମିକ ଅନୁସନ୍ଧାନରୁ ଏହି ଡ଼କାୟତି ବାବଦରେ ପୋଲିସକୁ କିଛି ସୁରାକ ମିଳିଛି । ବିଶେଷ କରି ଦୀପ୍ତି ପଟ୍ଟନାୟକ ଓ ତାଙ୍କ ଘରର ଭୌଗଳିକ ସ୍ଥିତି ବାବଦରେ ଡକାୟତମାନଙ୍କ ପାଖରେ ଯଥେଷ୍ଟ ସୂଚନା ଥିଲା । ଏପରିକି ସେହି ଘରେ ବିପୁଳ ପରିମାଣର ଟଙ୍କା ଥିବା ନେଇ ମଧ୍ୟ ସୂଚନା ପାଇଥିଲେ ଦୁର୍ବୁତ୍ତ । ଫଳସ୍ବରୂପ ଏକ ଯୋଜନା ବଦ୍ଧ ତରିକାରେ ପୂରା ଘଟଣାକୁ ଅଞ୍ଜାମ ଦିଆଯାଇଥିଲା । "ଏନେଇ ଚାଉଳିଆଗଞ୍ଜ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ମାମଲାର ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ ଗଠନ କରାଯାଇଛି । ଏପର୍ଯ୍ୟନ୍ତ ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ତଦନ୍ତ କରା ଯାଉଛି" ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଗତକାଲି ସମୟ ସକାଳ ପ୍ରାୟ ୬ଟା ସମୟରେ କଟକର ମହାନଦୀ ବିହାର ବାସିନ୍ଦା ତଥା ବିଲଡର ଦୀପ୍ତି ପଟ୍ଟନାୟକଙ୍କ ଘରେ ସଶସ୍ତ୍ର ଡକୟତି ହୋଇଥିଲା । ୫ ଡକାୟତ ଦୀପ୍ତି ପଟ୍ଟନାୟକଙ୍କ ଘର ଭିତରକୁ ଧସାଇ ପଶିଥିଲେ । ଘରେ ପଶୁ ପଶୁ ସେମାନେ ପ୍ରଥମେ ଦୀପ୍ତିଙ୍କ ପତ୍ନୀଙ୍କୁ ମାଡ଼ ମାରିଥିଲେ ଏହା ପରେ ଦୀପ୍ତିଙ୍କୁ ବି ବନ୍ଧୁକ ବଟରେ ଆଘାତ କରିବା ପରେ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ । ସେହି ସମୟରେ ଅନ୍ୟ ଏକ ପ୍ରକୋଷ୍ଠରେ ତାଙ୍କର ପିଲାଙ୍କୁ ଜଣେ ଶିକ୍ଷୟତ୍ରୀ ଟିଉସନ ପଢ଼ାଉଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କୁ ମଧ୍ୟ ଦୃବୁତ୍ତମାନେ ଆକ୍ରମଣ କରିଥିଲେ । ଏହା ଦେଖି ଶିକ୍ଷୟତ୍ରୀ ଜଣଙ୍କ ସେଠାରୁ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ । ଏହାପରେ ଶିକ୍ଷୟତ୍ରୀ ଜଣଙ୍କ କିଛି ସମୟରେ ପରେ ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ପୁରା ମାମଲା ସାମନାକୁ ଆସିଥିଲା । ତେବେ ଡକାୟତମାନେ ଦୀପ୍ତିଙ୍କ ଘରେ ଥିବା ୧୮ ଲକ୍ଷ ୫୦ ହଜାର ଟଙ୍କା ସହ ୧୦ ଭରି ଓଜନର ସୁନା ଅଳଙ୍କାର ଲୁଟି ନେଇ ଥିବା ନେଇ ଜଣା ପଡ଼ିଥିଲା । ଏବଂ ଡକାୟତମାନେ ଯିବା ବେଳେ ସେହି ଘରେ ଲାଗିଥିବା ସିସିଟିଭି ହାର୍ଡ ଡିସ୍କକୁ ନିଜ ସାଥିରେ ନେଇ ଚାଲି ଯାଇଥିଲେ  ।

ଏହି ଘଟଣା ଭିଆଇ ପୋଲିସକୁ ପୁଣି ଖୋଲା ଚାଲେଞ୍ଜ ଦେଇଛନ୍ତି ଦୁବୃତ୍ତ । ସେପଟେ ଘଟଣା ଘଟିବାର ୪ ଘଣ୍ଟା ପରେ ପୋଲିସକୁ ଖବର ଦିଆଯିବା ଓ ଦୁର୍ବୁତ୍ତମାନଙ୍କ ଆକ୍ରମଣରେ ଆହତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିବା ଦୀପ୍ତି ଡାକ୍ତରଙ୍କୁ ମଧ୍ୟ ଆହତ ହେବାର କାରଣ ନ ଦର୍ଶାଇବା ପୁରା ଘଟଣାକୁ ଭିନ୍ନ ମୋଡ଼ ଦେଇଛି ।
Published by:Soubhagya Mishra
First published: