ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକରେ ଧରା ପଡ଼ିଲା ‘ଲେଡି ଡନ୍’ ମାନସୀ ନାୟକ @ବେବୀ; ଅପରାଧୀ ସକିଲର ସେ ପ୍ରେମିକା

କଟକରେ ଧରା ପଡ଼ିଲା ‘ଲେଡି ଡନ୍’ ମାନସୀ ନାୟକ @ବେବୀ; ଅପରାଧୀ ସକିଲର ସେ ପ୍ରେମିକା

Lady don Manasi Nayak alias Baby of Cuttack arrested; she is Shakil’s beloved | ଯୁବତୀମାନଙ୍କୁ ନିଜ ପ୍ରେମ ଜାଲରେ ଛନ୍ଦି ସେମାନଙ୍କ ଦ୍ବାରା ନିଜର ଅପରାଧ ସମ୍ରାଜ୍ୟ ଚଳାଇବା ସକିଲର ଏକ ପୁରୁଣା ଅଭ୍ୟାସ । ତା’ ମିଠା କଥାରେ ଭାସି ଅପରାଧ ଜଗତରେ ପାଦ ଦେବା ତା’ର ଦୁଇ ପ୍ରେମିକା ଡେଜି ଓ ନସରିନଙ୍କୁ ବହୁତ ମହଙ୍ଗା ପଡ଼ିଥିଲା ।

କଟକରେ ଧରା ପଡ଼ିଲା ‘ଲେଡି ଡନ୍’ ମାନସୀ ନାୟକ @ବେବୀ; ଅପରାଧୀ ସକିଲର ସେ ପ୍ରେମିକା
‘ଲେଡି ଡନ୍’ ମାନସୀ ନାୟକ ଓରଫ ବେବୀ (ଫାଇଲ୍‌ ଫଟୋ)
  • News18 Odia
  • Last Updated: October 25, 2021, 10:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ସହରର ଅପରାଧ ଜଗତରେ କୁଖ୍ୟାତ ସକିଲ୍‌ ପ୍ରାୟ ତିନି ବର୍ଷ ଧରି ଜେଲର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ରହିଛି । ହେଲେ ତା’ର ଓ ତା’ ସହଯୋଗୀମାନଙ୍କ କାର୍ଯ୍ୟକଳାପ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟୁଛି । ଏକ ସଦ୍ୟ ମାମଲାରେ ସକିଲର ତଥାକଥିତ ପ୍ରେମିକା ମାନସୀ ନାୟକ ଧରା ପଡ଼ି ଜେଲ୍‌ ଯିବା ପରେ ଏହାକୁ ନେଇ ସାରା ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅକ୍ଟୋବର୍‌ ୧୮ ତାରିଖ ରାତିରେ ସେଖ୍‌ ରେହମାନ୍ ନାମକ ଜଣେ ବିଲ୍ଡର୍‌ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଲାଲବାଗ ଥାନାରେ ଅଭିଯୋଗ କରିବା ପରେ ସାମନାକୁ ଆସିଥିଲା କଟକର ଅପରାଧ ଜଗତରେ ‘ଲେଡି ଡନ୍’ ମାନସୀ ନାୟକ ଓରଫ ବେବୀର ସକ୍ରିୟତା । ଏହି ଘଟଣାରେ ବେବୀ ସମେତ ମୋଟ ପାଞ୍ଚ ଜଣ ଅଭିଯୁକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ତିନି ଦିନ ତଳେ ଗିରଫ କରିଥିଲା ପୋଲିସ । ବଡ଼ କଥା ହେଉଛି ରେହମାନଙ୍କ ଉପରେ ଆକ୍ରମଣ ପଛର ପ୍ରକୃତ କାରଣ ବେବୀ ସହିତ ତାଙ୍କ ପୁରୁଣା ଶତୃତା ଥିବା କୁହାଯାଉଥିବା ବେଳେ ପୋଲିସ ଏହାକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛି ।

ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଟକ ପୁରୀଘାଟ ବାସିନ୍ଦା ୩୩ ବର୍ଷିୟା ବେବୀ ପୂର୍ବରୁ ବିବାହିତା । ୨୦୧୪ ମସିହାରେ କଟକ ଟାଙ୍ଗୀ ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ସେ ଓ ତା’ ସ୍ବାମୀ ଗରିଫ ହୋଇ ଚୌଦ୍ବାର ଜେଲ ଯାଇଥିଲେ । ସେତେବେଳର ଜେଲ୍‌ ରହଣୀ ସମୟରେ ବେବୀ ସକିଲର ସଂସ୍ଫର୍ଶରେ ଆସିଥିଲା ଓ ତା’ର ଘନିଷ୍ଟ ପାଲଟିଯାଇଥିଲା । ଜାମିନରେ ଜେଲରୁ ମୁକୁଳିବା ପରେ ବେବୀ ସକିଲ୍‌ ପାଇଁ କାମ କରୁଥିବା ଓ ଏହି ଆକ୍ରମଣ ପଛରେ ଦାଦାବଟି ଆଦାୟ ରହିଥିବା ସନ୍ଦେହ କରୁଛି ପୋଲିସ ।

ଜେଲରେ ଥିବା ଅପରାଧୀ ସକିଲ୍ (ଫାଇଲ୍‌ ଫଟୋ)


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Mallika Sherawat: ରୀମା ଲାମ୍ବାରୁ ହଟ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ହେବାର ଯାତ୍ରା ସହଜ ନ ଥିଲା

‘‘୧୮ ତାରିଖରେ ଶିଶୁ ଭବନ ଛକରେ ଜଣେ ବ୍ୟବସାୟୀଙ୍କ ଉପରେ ଆକ୍ରମଣ ହୋଇଥିଲା। ପୂର୍ବରୁ ଶତ୍ରୁତା ଥିବା ଯୋଗୁଁ ଆକ୍ରମଣ ହୋଇଥିଲା । ଏଥିରେ ଚାରି ଜଣ ଦୁର୍ବୃତ୍ତଙ୍କ ସହ ମାନସୀ ବି ଉପସ୍ଥିତ ଥିଲେ । ମାନସୀ ଗ୍ୟାଙ୍ଗଷ୍ଟର୍‌ ସକିଲର ପୂର୍ବ ସହଯୋଗୀ ଥିଲେ । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାର ଅଧିକ ଯାଞ୍ଚ ଚାଲିଛି,’’ କହିଛନ୍ତି କଟକ ଡି.ସି.ପି. ପ୍ରତୀକ ସିଂ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | T20 World Cup: ପାକିସ୍ତାନ ସହ ଖେଳ ବେଳେ ଦର୍ଶକମାନେ ଶୋଏବ୍ ମଲିକଙ୍କୁ ଜିଜାଜୀ ଡାକିଲେ; ସାନିଆ ଖୁସି

ଏହା ବି ପଢ଼ନ୍ତୁ | ଭ୍ୟାକ୍ସିନର ୨ଟି ଯାକ ଡୋଜ୍ ନେଇଥିବା ଅଧିକାଂଶ ଲୋକଙ୍କୁ କରୋନା ହେଉଛି, କହିଲେ ମମତା ବାନାର୍ଜୀ

ଯୁବତୀମାନଙ୍କୁ ନିଜ ପ୍ରେମ ଜାଲରେ ଛନ୍ଦି ସେମାନଙ୍କ ଦ୍ବାରା ନିଜର ଅପରାଧ ସମ୍ରାଜ୍ୟ ଚଳାଇବା ସକିଲର ଏକ ପୁରୁଣା ଅଭ୍ୟାସ । ସକିଲର ମିଠା କଥାରେ ଭାସି ଅପରାଧ ଜଗତରେ ପାଦ ଥାପିବା ତା’ର ଦୁଇ ପ୍ରେମିକା ଡେଜି ଓ ନସରିନଙ୍କ ବହୁତ ମହଙ୍ଗା ପଡ଼ିଥିଲା । ସକିଲ୍‌ ପାଇଁ ଦାଦାବଟି ସଂଗ୍ରହ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଥିବା ଏହି ଦୁଇ ଯୁବତୀ ଏବେ ଜାମିନରେ ଅଛନ୍ତି । ସକିଲର ଏହି ଭଳି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ କିଛି ଦିନ ତଳେ ପୋଲିସ ତାକୁ କୋରାପୁଟ ଜେଲକୁ ସ୍ଥାନାନ୍ତର କରିଛି ।
Published by: Anand S.T. Das
First published: October 25, 2021, 10:46 PM IST