ବାଲିଯାତ୍ରାରେ ଇତିହାସ ରଚିଲା କଟକ ମହାନଗର ନିଗମ; ଗିନିଜ୍ ବୁକ ଅଫ ରେକର୍ଡରେ ପାଇଲା ସ୍ଥାନ

ବିଶ୍ବ ରେକର୍ଡରେ କଟକ ସ୍ଥାନ ପାଇବାକୁ ନେଇ ସହରର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଅନ୍ୟପଟେ ବାଲିଯାତ୍ରାକୁ ଆଉ ଗୋଟିଏ ଦିନକୁ ବଢ଼ାଯାଇଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଗିନିଜ୍ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା କଟକ

ଗିନିଜ୍ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା କଟକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ବାଲିଯାତ୍ରାରେ ଇତିହାସ ରଚିଲା କଟକ ମହାନଗର ନିଗମ। ନୌବାଣିଜ୍ୟ ପରମ୍ପରାକୁ ପାଥେୟ କରି ୨୧ ଶହ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରସ୍ତୁତ ହେଲା ୨୩ ହଜାର କାଗଜ ଡଙ୍ଗା। ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ଏକ ନିଆରା ପ୍ରୟାସ କରି ଗିନିଜ୍ ବୁକ ଅଫ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛି ସିଏମସି। ଯାହାକୁ ମାତ୍ର ୨୫ ମିନିଟରେ ପ୍ରସ୍ତୁତ କରିଥିଲେ ଛାତ୍ରଛାତ୍ରୀ। ପୂର୍ବରୁ ଗିନିଜ୍ ବୁକ ଅଫ ରେକର୍ଡରେ ୧୩୦୪ ଜଣ ପ୍ରସ୍ତୁତ କରିଥିଲେ କାଗଜଡଙ୍ଗା।

ତେବେ ୨୫ ମିନିଟରେ ଭାଙ୍ଗିଲା ପୂର୍ବ ରେକର୍ଡ। ଯାହା ପୂର୍ବରୁ ୧୩୦୪ ଜଣ ପ୍ରସ୍ତୁତ କରିଥିଲେ। ତେବେ କଟକ ମହାନଗର ନିଗମର ଏହି ପ୍ରୟାସ ଏବେ ସ୍ଥାନିତ ହୋଇଛି ବିଶ୍ୱ ଦରବାରରେ। ଚଳିତଥର ବଳିଯାତ୍ରାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କରିବା ପାଇଁ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ନେଇଛନ୍ତି।

ବିଶ୍ବ ରେକର୍ଡରେ କଟକ ସ୍ଥାନ ପାଇବାକୁ ନେଇ ସହରର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଅନ୍ୟପଟେ ବାଲିଯାତ୍ରାକୁ ଆଉ ଗୋଟିଏ ଦିନକୁ ବଢ଼ାଯାଇଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ବୁଧବାର ଶେଷ ହେବାକୁ ଥିବା ବାଲିଯାତ୍ରା ଗୁରୁବାର ଶେଷ ହେବ ବୋଲି ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ମଙ୍ଗଳବାର ଘୋଷଣା କରିଥିଲେ।

୨୧ ଶହ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରସ୍ତୁତ ହେଲା ୨୩ ହଜାର କାଗଜ ଡଙ୍ଗା




କମିଶନର ସିଏମସି ନିଖିଲ ପବନ କଲ୍ୟାଣ କହିଛନ୍ତି, ‘‘ଏହି ବିଶ୍ୱ ରେକର୍ଡ ପାଇଁ ସିଏମସି କରିଥିଲା ବ୍ଲୁ ପ୍ରିଣ୍ଟ। ବିଗତ ୧୫ ଦିନ ଧରି ଚାଲିଥିଲା ତାଲିମ। ବିଶ୍ଵଦରବାରରେ କଟକକୁ ସ୍ଥାନିତ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ୨୦ଟି ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ କାଗଜ ଡଙ୍ଗା ନିର୍ମାଣରେ। ଆଉ ଗିନିଜ ୱାର୍ଲଡ଼ ରେକର୍ଡରେ ସ୍ଥାନ ପାଇବା ପରେ ବେଶ୍ ଖୁସି ପ୍ରକାଶ କରିଥିଲେ ଛାତ୍ରଛାତ୍ରୀ।’’

କଟକ ମେୟର ସୁବାସ ସିଂ କହିଛନ୍ତି, ‘‘ବାଲିଯାତ୍ରାକୁ ବିଶ୍ବ ପ୍ରସିଦ୍ଧ କରିବା ସହ ଏହାକୁ ସ୍ମରଣୀୟ କରିବା ପାଇଁ ବାଲିଯାତ୍ରା ସମୟରେ ନିଗମ ତରଫରୁ କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ଦେବାକୁ ଉଦ୍ୟମ କରାଯାଇଥିଲା। ସଂପୃକ୍ତ ସଂସ୍ଥା ସହ ଏହାକୁ ନେଇ ଯୋଗାଯୋଗ କରାଯିବା ପରେ ସେମାନଙ୍କ ଦ୍ବାରା ଦିଆଯାଇଥିବା ନିୟମ ଆଧାରରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ଅବସରରେ ବାରବାଟୀ ଷ୍ଟାଡ଼ିୟମରେ ଡଙ୍ଗା ତିଆରି କରିବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।’’

ରାଜ୍ୟ ମାନ୍ୟତା ପାଇଥିବା ବାଲିଯାତ୍ରା, ଜାତୀୟ ମାନ୍ୟତା ଦୌଡର ଚଡ଼ିଛି ପ୍ରଥମ ପାହାଛ। ଆଗାମୀ ଦିନରେ ୨୦୨୨ ବାଲିଯାତ୍ରାକୁ ସମସ୍ତେ ମନେ ରଖିବେ ବୋଲି କହିଥିଲେ ସିଏମସି ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ।
Published by:Lipina Das
First published: