କଟକରେ ମୃତ ବ୍ୟକ୍ତିଙ୍କୁ ଜୀବିତ କହି ଚିକିତ୍ସା ନାଁରେ ଟଙ୍କା ଲୁଟୁଥିଲା ନର୍ସିଂହୋମ୍, ସିଲ୍ କରାଗଲା

ଭେଣ୍ଟିଲେଟରରେ ମୃତ ଦେହର ଫୁସଫୁସକୁ କୃତ୍ରିମ ଉପାୟରେ କାର୍ଯ୍ୟକ୍ଷମ କରାଇ ପରିବାର ଲୋକଙ୍କୁ ରୋଗୀ ବଞ୍ଚିଛି ବୋଲି କହୁଥିଲେ ଅନ୍ନପୂର୍ଣ୍ଣା ନସିଂହୋମ୍ କର୍ତ୍ତୃପକ୍ଷ । ତାଙ୍କ ପାଖରେ ନର୍ସିଂହୋମ୍ ପାଇଁ ଲାଇସେନ୍ସ ଓ ଆଇସିୟୁ ପରିଚାଳନା ପାଇଁ ଅନୁମତି ନ ଥିଲା ।

କଟକରେ ମୃତ ବ୍ୟକ୍ତିଙ୍କୁ ଜୀବିତ କହି ଚିକିତ୍ସା ନାଁରେ ଟଙ୍କା ଲୁଟୁଥିଲା ନର୍ସିଂହୋମ୍, ସିଲ୍ କରାଗଲା
ମଙ୍ଗଳାବାଗରେ ଥିବା ଅନ୍ନପୂର୍ଣ୍ଣା ନସିଂହୋମ; (ଡାହାଣ) ସେଠାରେ ପୋଲିସର ରେଡ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏକ ଘରୋଇ ହସପିଟାଲରେ ଦୁଇ ଦିନ ହେଲା ଜଣେ ରୋଗୀଙ୍କ ମୃତ୍ୟୁ ଘଟି ସାରିବା ପରେ ବି ତାଙ୍କ ପରିବାର ଲୋକଙ୍କୁ ଏ ତଥ୍ୟ ନ ଜଣାଇ ଶବକୁ ଚିକିତ୍ସା କରିବା ବାହାନାରେ ଟଙ୍କା ରୋଜଗାର କରୁଥିବା ପରି ସାଙ୍ଘାତିକ ଅଭିଯୋଗ ଆସିଛି ହସପିଟାଲ୍‌ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ । କୌଣସି ସିନେମାର କାହାଣୀ ପରି ମନେହେଉଥିବା ଏହି ଅଭାବନୀୟ ଘଟଣା ଘଟିଛି ରାଜ୍ୟର ଚିକିତ୍ସା ହବ୍ ଭାବେ ପରିଚିତ କଟକ ସହରରେ ।

ଏ ସଂକ୍ରାନ୍ତରେ ନିର୍ଦ୍ଧିଷ୍ଟ ଅଭିଯୋଗ ପାଇ କଟକ ମଙ୍ଗଳାବାଗରେ ଥିବା ଅନ୍ନପୂର୍ଣ୍ଣା ନସିଂହୋମରେ ସୋମବାର ଦିନ ଏକକାଳୀନ ରେଡ୍ କରିଥିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ କମିଶନରେଟ ପୋଲିସର ଦୁଇଟି ଟିମ୍‌ । ସେମାନଙ୍କ ଯାଞ୍ଚରୁ ଏହି ଅଭିଯୋଗ ସତ ପ୍ରମାଣିତ ହୋଇଥିଲା । ଆଶ୍ଚର୍ଯ୍ୟ କଥା ଯେ ରେଡ୍ ସମୟରେ ସେହି ନସିଂହୋମରେ ଜଣେ ବି ଡାକ୍ତର ନ ଥିଲେ । ନଅଟି ଆଇସିୟୁ ବେଡ୍ ଓ ୧୬ଟି ସାଧାରଣ ବେଡ଼ ଥିବା ଏହି ନସିଂହୋମଟି ଚାଲିଥିଲା ବିନା ଡାକ୍ତରରେ ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ସାମାନ୍ୟ ବଢ଼ିଲା, ରୂପା ଖୁବ୍ ଉଞ୍ଚା ହେଲା; ଏହି ସ୍ଥିତି ବେଶୀ ଦିନ ରହିବନି

ଅନ୍ନପୂର୍ଣ୍ଣା ନସିଂହୋମରେ ଜଣେ ଅନଭିଜ୍ଞ ଓ ଅଳ୍ପ ବୟସ୍କ ଫାର୍ମାସିଷ୍ଟଙ୍କ ଦ୍ବାରା ରୋଗୀ ଚିକିତ୍ସା ହେଉଥିବା ଜାଣିବାକୁ ପାଇଥିଲେ ରେଡ୍‌ କରିଥିବା ଦୁଇଟି ଟିମ୍‌ । ଏହି ନର୍ସିଂହୋମରେ ନା ଥିଲା ଆଇସିୟୁ ପରିଚାଳନା ପାଇଁ ଅନୁମତି ନା ନର୍ସିଂହୋମ୍‌ ଚଳାଇବା ପାଇଁ ଆବଶ୍ୟକୀୟ ଲାଇସେନ୍ସ । ନର୍ସିଂହୋମର ଫାୟର୍‌ ସେଫ୍ଟି ଲାଇସେନ୍ସ ବି ନ ଥିଲା । ଏହି ସବୁ ପ୍ରମାଣ ପାଇବା ପରେ ସେହି ନର୍ସିଂହୋମକୁ ସିଲ୍ କରିଛି ପୋଲିସ ।

ମୃତା ମହିଳା ଗୌରୀ କରୁଆଙ୍କ ଭଉଣୀ ମଞ୍ଜୁ କରୁଆ


‘‘ସେଠାରେ ଆମେ କୌଣସି ଡାକ୍ତରଙ୍କୁ ଦେଖିବାକୁ ପାଇଲୁ ନାହିଁ । କେଉଁ ଡାକ୍ତର ଏଠାକୁ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ତା’ର ବି କୌଣସି ଉତ୍ତର ସେମାନେ ଦେଇ ପାରିଲେ ନାହିଁ । ତେଣୁ ଆମେ ଏହି ନସିଂହୋମକୁ ସିଲ୍‌ କରିଛୁ । ଏଠି ଚିକିତ୍ସିତ ହେଉଥିବା ସବୁ ୧୨ ଜଣ ରୋଗୀଙ୍କୁ ଆମେ ଏସ୍‌.ସି.ବି.ରେ ଭର୍ତ୍ତି କରାଇବା ପାଇଁ ବ୍ୟବସ୍ଥା କରୁଛୁ,’’ କହିଛନ୍ତି ସହକାରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ଉମେଶ ରାୟ ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍୧ରୁ ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍

ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଯିବା ଯୋଗୁଁ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ଝାଡ଼ଖଣ୍ଡର ସିଂହଭୁମ ବାସିନ୍ଦା ଗୌରୀ କରୁଆଙ୍କୁ ମାର୍ଚ୍ଚ ୩୦ ତାରିଖ ଦିନ ପ୍ରଥମେ କେନ୍ଦୁଝର ଜିଲ୍ଳା ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଏସ୍‌.ସି.ବି.ରେ ଭର୍ତ୍ତି କରାଇଥିଲେ ତାଙ୍କ ପରିବାର ଲୋକେ । କିନ୍ତୁ ଏସ୍‌.ସି.ବି.ର ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି ହେବା ପରେ ସେଠାରେ କରୁଆଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ ଡାକ୍ତର କହିଥିଲେ । ଏ କଥା ଜାଣିବା ପରେ ତାଙ୍କ ସମ୍ପର୍କୀୟଙ୍କୁ ଘେରି ଯାଇଥିଲେ ଦଲାଲମାନେ । ସେମାନେ ତାଙ୍କ ପରିବାର ଲୋକଙ୍କୁ ଫୁସୁଲାଇ ଆଇସିୟୁ ସୁବିଧା ଆଳରେ ମଙ୍ଗଳାବାଗରେ ଥିବା ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ତାଙ୍କୁ ନେଇ ଆସିଥିଲେ ।

ଏହା ବି ପଢ଼ନ୍ତୁ | ସଚିନ ତେନ୍ଦୁଲକରଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା; ଦିନ ପୂର୍ବେ କରୋନା ପଜିଟିଭ୍ ହୋଇଥିଲେ

ଅନ୍ନପୂର୍ଣ୍ଣା ନର୍ସିଂହୋମର ଆଇସିୟୁରେ ଭର୍ତ୍ତି ହେବା ପରେ ପରେ କରୁଆଙ୍କ ପରିବାର ଲୋକଙ୍କ ଠାରୁ ଔଷଧ ଓ ଚିକିତ୍ସାର ଖର୍ଚ୍ଚ ବାବଦ ୨୦ ହଜାର ଟଙ୍କା ନେଇଥିଲେ ନସିଂହୋମ କର୍ତ୍ତୃପକ୍ଷ । ଏହା ସହ ପ୍ରତି ଦିନ ସେମାନେ ଟଙ୍କା ମାଗୁଥିଲେ । କିନ୍ତୁ ଭର୍ତ୍ତି ହେବାର ତିନି ଦିନ ପରେ ଅର୍ଥାତ୍‌ ଗତ ଶୁକ୍ରବାର ଦିନ କରୁଆଙ୍କ ଶରୀରରେ କିଛିଟା ଅସ୍ୱାଭାବିକ ପରିବର୍ତ୍ତନ ଉପଲବ୍ଧି କରିଥିଲେ ତାଙ୍କ ପରିବାର ଲୋକେ । ଏ ନେଇ ତାଙ୍କ ଭଉଣୀ ମଞ୍ଜୁ କରୁଆ ଡ୍ଯୁଟିରେ ଥିବା ନର୍ସଙ୍କୁ ପଚାରିବାରୁ ତାଙ୍କ ଭଉଣୀଙ୍କ ଚିକିତ୍ସା ଚାଲିଛି ବୋଲି କହି ବକାୟା ଚିକିତ୍ସା ଖର୍ଚ୍ଚ ଜମା କରିବା ପାଇଁ ସେ ତାଙ୍କୁ କହିଥିଲେ । କିନ୍ତୁ ସନ୍ଦେହ ବଢି଼ବାରୁ ମଞ୍ଜୁ ମଙ୍ଗଳାବାଗ ଥାନାର ଦ୍ବାରସ୍ଥ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା

ପୋଲିସ ଆସିବା ପରେ ଜଣା ପଡ଼ିଲା ଗୌରୀ କରୁଆଙ୍କର ୪୮ଘଣ୍ଟା ପୂର୍ବରୁ ମୃତ୍ୟୁ ଘଟି ସାରିଥିଲା । ଭେଣ୍ଟିଲେଟରରେ ମୃତ ଦେହର ଫୁସଫୁସକୁ କୃତ୍ରିମ ଉପାୟରେ କାର୍ଯ୍ୟକ୍ଷମ କରାଇ ତାଙ୍କ ପରିବାର ଲୋକଙ୍କୁ ସେ ବଞ୍ଚିଛନ୍ତି ବୋଲି କହି ନସିଂହୋମ୍‌ କର୍ତ୍ତୃପକ୍ଷ ସେମାନଙ୍କ ଠାରୁ ଚିକିତ୍ସା ବାବଦରେ ଟଙ୍କା ଦାବି କରୁଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମାଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

‘‘ଆମେ ଆଜ୍ଞା ଗରିବ ଲୋକ । ଚାରି ହଜାର, ପାଞ୍ଚ ହଜାର କରି ଆମେ ୨୦ ହଜାର ଟଙ୍କା ଦେଲୁ । ମୋତେ କହିଥିଲେ ମୋ’ ଦିଦି ବଞ୍ଚିଛି । ହେଲେ ପୋଲିସ ଆସି ଆଇସିୟୁକୁ ଗଲେ ଓ କହିଲେ ମୋ’ ଦିଦି ମରି ଯାଇଛି । ଖାଲି ମିଛରେ ଭେଣ୍ଟିଲେଟର୍ ଚାଲିଛି,’’ କୋହଭରା କଣ୍ଠରେ କହିଛନ୍ତି ଗୌରୀଙ୍କ ସାନ ଭଉଣୀ ମଞ୍ଜୁ କରୁଆ । ମୃତ ଦେହକୁ ନେବା ପୂର୍ବରୁ ବକାୟା ଚିକିତ୍ସା ଖର୍ଚ୍ଚ ବାବଦରେ ୮୦ ହଜାର ଟଙ୍କା ମଧ୍ୟ ନସିଂହୋମ୍‌ କତ୍ତୃପକ୍ଷ ଦାବି କରୁଥିଲେ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | Drugs Case: ଡ୍ରଗ୍ସ କାରବାର ମାମଲାରେ ବଲିଉଡ୍ଅଭିନେତା ଏଜାଜ୍ ଖାନ୍ଗିରଫ ହେଲେ

‘‘ଏହି ଘଟଣାରେ ଆମେ ନର୍ସିଂହୋମ ମାଲିକଙ୍କ ଭାଇ ସହିତ ଜଣେ କର୍ମଚାରୀଙ୍କୁ ଗରିଫ କରିଛୁ । ମୃତ ମହିଳାଙ୍କୁ ଏସ୍‌.ସି.ବି.ରୁ ସେହି ନର୍ସିଂହୋମକୁ ନେଇଥିବା ଦଲାଲ ପୁର୍ବରୁ ଗିରଫ ହୋଇ ସାରିଥିବାରୁ ଏହି ରାକେଟରେ ଅନ୍ୟ କେଉଁମାନେ ଅଛନ୍ତି ତାହା ଜାଣିବା ପାଇଁ ତାକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ନସିଂହୋମର ମ୍ୟାନେଜର୍‌ ଓ ମାଲିକ ଫେରାର ହୋଇଯାଇଛନ୍ତି ।



ଏସ୍‌.ସି.ବି. ହସପିଟାଲକୁ ମହୁମାଛି ଭଳି ଘେରିଯାଇଥିବା ଦଲାଲଙ୍କ କବଳରୁ ମୁକ୍ତ କରିବା ପାଇଁ କମିନରେଟ ପୋଲିସ ଆରମ୍ଭ କରିଥିବା ଅଭିଯାନକୁ ଆହୁରି ଜୋରଦାର୍‌ କରିଛି । ଏହି କ୍ରମରେ ଦୁଇ ଦିନରେ ମୋଟ ନଅ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଲାଣି ପୋଲିସ ।
Published by: Anand ST Das
First published: April 5, 2021, 8:27 PM IST