କଟକ: ଶାରଦୀୟ ଦୁର୍ଗା ପୂଜା ପାଳନକୁ ମିଳିଲା ଜିଲ୍ଲାପାଳଙ୍କ ଅନୁମତି; ଜନଗହଳିକୁ ନେଇ ରହିବ କଟକଣା

'ମଣ୍ଡପରେ ଭକ୍ତଙ୍କ ଉପସ୍ଥିତିକୁ ଅନୁମତି ନଥିବାରୁ ସୋସିଆଲ ମିଡିଆରେ ମଣ୍ଡପରୁ ମା'ଙ୍କ ଅଲନାଇନ୍‌ ଦର୍ଶନର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କିଛି ପୂଜା କମିଟି କହିଛନ୍ତି ।'

କଟକ: ଶାରଦୀୟ ଦୁର୍ଗା ପୂଜା ପାଳନକୁ ମିଳିଲା ଜିଲ୍ଲାପାଳଙ୍କ ଅନୁମତି; ଜନଗହଳିକୁ ନେଇ ରହିବ କଟକଣା
କଟକ ସହରରେ ଦୁର୍ଗାପୂଜା ପାଳନକୁ ନେଇ ଜିଲ୍ଲାପାଳଙ୍କ ଅନୁମତି
  • News18 Odia
  • Last Updated: August 26, 2020, 5:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କଟକ: କଟକରେ ଚଳିତବର୍ଷ ଦୁର୍ଗାପୂଜା ଅନୁଷ୍ଠିତ ହେବ। କିନ୍ତୁ ଏହି ପୂଜା ସାର୍ବଜନୀନ ଭାବରେ ହେବନାହିଁ ଆର୍ଥାତ ମଣ୍ଡପରେ ମା'ଙ୍କ ଏହି ପୂଜା ଶ୍ରଦ୍ଧାଳୁଙ୍କ ଗହଳି ବିନା ଆୟୋଜନ ହେବ। ଆଜି ଏହାର ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । କଟକ ଜିଲ୍ଳାପାଳଙ୍କ ଏହି ପ୍ରତିକ୍ରିୟା ପରେ ଚଳିତବର୍ଷ କଟକରେ ପ୍ରସିଦ୍ଧ ଦୁର୍ଗାପୂଜା ହେବା ନ ହେବାକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି ।

"ଲୋକେ ମଣ୍ଡପରେ ପୂଜା କରନ୍ତୁ କିମ୍ବା ଘରେ ପୂଜା କରନ୍ତୁ କିନ୍ତୁ ପୂଜା ବ୍ୟକ୍ତିଗତ ସ୍ତରରେ ହେବା ଦରକାର । କୌଣସି ଠାରେ ଜନ ଗହଳିକୁ ଅନୁମତି ଦିଆଯିବ ନାହିଁ । ଏବଂ ମୂର୍ତ୍ତି ତିଆରି ପାଇଁ କାହାକୁ ଅନୁମତି ନେବାର ଆବଶ୍ୟକତା ନାହିଁ । ଲୋକେ ମୂର୍ତ୍ତି ତିଆରି କରିପାରିବେ" କହିଛନ୍ତି କଟକ ଜିଲ୍ଲାପାଳ ।

କଟକ ଜିଲ୍ଲାପାଳଙ୍କ ଏହି ପ୍ରତିକ୍ରିୟା ପରେ ସହରର ପୂଜା କମିଟି ଗୁଡ଼ିକ ଆଶ୍ବସ୍ଥ ହେବା ସହ ଜିଲ୍ଲାପାଳଙ୍କ ପ୍ରତି କୃଜ୍ଞତା ଜ୍ଞାପନ ମଧ୍ୟ କରିଛନ୍ତି । ଏହା ସହିତ କେବଳ ବିଦ୍ଧି ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ମା'ଙ୍କ ପୂଜାର୍ଚ୍ଚନା କରାଯିବ । ଷଷ୍ଠି ଠାରୁ ଭସାଣି ପର୍ଯ୍ୟନ୍ତ ପୂଜାର ପୁରା ପ୍ରକ୍ରିୟାକୁ ବିନା ଭକ୍ତରେ ସମ୍ପର୍ଣ୍ଣ କରାଯିବ ଓ ଆବଶ୍ୟକ ପଡିଲେ କଟକ ସହରକୁ ପୂଜା ପାଞ୍ଚ ଦିନ ଲାଗି ସଟଡାଉନ କରାଯିବା ନେଇ ମଧ୍ୟ ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ପୂଜା କମଟି । ତେବେ ମଣ୍ଡପରେ ଭକ୍ତଙ୍କ ଉପସ୍ଥିତିକୁ ଅନୁମତି ନଥିବାରୁ ସୋସିଆଲ ମିଡିଆରେ ମଣ୍ଡପରୁ ମା'ଙ୍କ ଅଲନାଇନ୍‌ ଦର୍ଶନର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କିଛି ପୂଜା କମିଟି କହିଛନ୍ତି ।

"ଆମେ ଯେଉଁ ଭଳି ଭାବେ ବାସନ୍ତୀ ଦୂର୍ଗାଙ୍କ ପୂଜା କଲୁ ଠିକ୍ ସେହିଭଳି ଭାବେ କୋଭିଡ଼ ନିୟମକୁ ମାନି ଦୁର୍ଗା ପୂଜା କରିବୁ । ସିମିତ ଲୋକଙ୍କୁ ନେଇ ଆମେ ପୂଜା କରିବୁ । ପଛେ ସଟଡାଉନ କରନ୍ତୁ କିନ୍ତୁ ମା'ଙ୍କ ପୂଜା ବନ୍ଦ ନହେଉ" କହିଛନ୍ତି ଖାନନଗର ପୂଜା କମିଟିର କର୍ମକର୍ତ୍ତା ତଥା କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟିର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସାହୁ ।

"କରୋନା ପରିସ୍ଥିତି ସବୁଆଡେ ଆତଙ୍କ ଖେଳାଇ ରଖିଛି । ତଥାପି କୋଭିଡ଼ ନିୟମକୁ ସମ୍ମାନ ଜଣାଇ ଆମେ ପୂଜା କରିବୁ । ପ୍ରତିବର୍ଷ ଭୂଳି ମା'ଙ୍କ ମୃଣ୍ମୀୟୀ ମୂର୍ତ୍ତି ତିଆରି ହେବ । ମା' ଆଭୂଷଣ ମଧ୍ୟ ପରିଧାନ କରିବେ । ଆମେ ସହରବାସୀଙ୍କୁ ନିବେଦନ କରୁଛୁ ଯେମିତି ରଥଯାତ୍ରାକୁ ସେମାନେ ଟିଭିରେ ଦେଖିଲେ ସେହିଭଳି ଭାବେ ଦୁର୍ଗାପୂଜାରେ ସେମାନେ ମା'ଙ୍କ ଦର୍ଶନ ମଧ୍ୟ ଟିଭି ପରଦାରେ କରନ୍ତୁ" କହିଛନ୍ତି ମଙ୍ଗଳାବାଗ ପୁଜା କମିଟିର ସହ-ସମ୍ପାଦକ ପ୍ରଦୀପ ସାହୁ ।

ବିଦ୍ଧି ମୁତାବକ ନନ୍ଦୋତ୍ସବ ଦିନ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ କଟକର ସମସ୍ତ ପୂଜା ମଣ୍ଡପ ମାଟି ଅନୁକୂଳ କରି ସାରିଛନ୍ତି । ରାଧାଷ୍ଟମୀ ଠାରୁ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କାର୍ଯ୍ୟ ଆରମ୍ଭ ହେବା କଥା । କିନ୍ତୁ ସହରର କୋଭିଡ଼ ସ୍ଥିତିକୁ ଦେଖି ପୂଜା ନେଇ ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇ ନଥିବାରୁ କୌଣସି ମଣ୍ଡପରେ ମୂର୍ତ୍ତି ତିଆରି କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ । ଏବଂ ଏହାକୁ ନେଇ ଗତକାଲି ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛି ବାଲୁବଜାର ପୂଜା କମିଟି ।

ଉଚ୍ଚ ନ୍ୟାୟାଳୟର ଦାୟର ହୋଇଥିବା ମାମଲାରେ ପକ୍ଷ ଭୃକ୍ତ ହେବା ପାଇଁ ଅନେକ ପୂଜା କମିଟି ଗୁଡିକ ପ୍ରସ୍ତୁତି ଆରମ୍ଭ ମଧ୍ୟ କରିଛନ୍ତି । ତେବେ ଚଳିତବର୍ଷ ବର୍ଷର ପୂଜାକୁ କିଭିଳି ଭାବେ ସମ୍ପର୍ଣ୍ଣ କରାଯିବ ସେନେଇ ଜିଲ୍ଲା ପ୍ରଶାସନ, କମିଶନରେଟ ପୋଲିସ କର୍ତ୍ତୃପକ୍ଷ, ଶାନ୍ତି କମିଟି ଓ ପୂଜା କମିଟିଗୁଡ଼ିକୁ ନେଇ ଖୁବ ଶିଘ୍ର ଏକ ବୈଠକ ଡକାଯିବ ବୋଲି ମଧ୍ୟ ଜଣା ପଡ଼ିଛି ।
Published by: Jagdish Barik
First published: August 26, 2020, 5:01 PM IST
corona virus btn
corona virus btn
Loading