କଟକ ଦୁର୍ଗା ପୂଜା: ମୂର୍ତ୍ତି ତିଆରିକୁ ନେଇ ପୋଲିସ ଓ ପୂଜା କମିଟି ମଧ୍ୟରେ ତେଜିଲା ବିବାଦ

କଟକରେ ମୋଟ ୧୬୨ ମଣ୍ଡପ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୨ଟି ମଣ୍ଡପରେ ମୂର୍ତ୍ତି ତିଆରି ହୋଇନାହିଁ । ୯ଟି ମଣ୍ଡପରେ ସରକାର ନିର୍ଦ୍ଧାରଣ କରିଥିବା ୪ ଫୁଟ ଉଚ୍ଚର ମୂର୍ତ୍ତି ତିଆରି ହୋଇଛି ।

କଟକ ଦୁର୍ଗା ପୂଜା: ମୂର୍ତ୍ତି ତିଆରିକୁ ନେଇ ପୋଲିସ ଓ ପୂଜା କମିଟି ମଧ୍ୟରେ ତେଜିଲା ବିବାଦ
କଟକରେ ଦୁର୍ଗା ପୂଜା ପାଇଁ ତିଆରି ହେଉଥିବା ଏକ ମୂର୍ତ୍ତି
  • News18 Odia
  • Last Updated: September 20, 2020, 2:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digita
କଟକ: କଟକରେ ଦୁର୍ଗାପୂଜା ମୂର୍ତ୍ତି ବିବାଦ ଏବେ ଏକ ଭିନ୍ନ ଦିଗ ଆଡ଼କୁ ମୁହାଁଇବା ଆରମ୍ଭ କରିଛି । ବଡ଼ ମୂର୍ତ୍ତି କରିଥିବା ମଣ୍ଡପ ଗୁଡ଼ିକୁ ଛୋଟ ମୂର୍ତ୍ତି କରି ପୂଜା କରିବା ନେଇ କମିଶନରେଟ ପୋଲିସର ଏକ ଚିଠି ଜାରି କରିଛି । କିନ୍ତୁ ବଡ଼ ମୂର୍ତ୍ତି ତିଆରି କରି ସାରିଥିବା କମିଟି ଗୁଡ଼ିକ ପୋଲିସର ନିର୍ଦ୍ଦେଶନାମାକୁ ମାନିବା ପାଇଁ ରୋକ ଠୋକ ମନା କରି ଦେଇଛନ୍ତି ।

ମଣ୍ଡପଗୁଡ଼ିକ ପୋଲିସର ନିର୍ଦ୍ଦେଶନାମାକୁ ମାନିବାକୁ ମନା କରିବା ପରେ ପୋଲିସ ଓ ମଣ୍ଡପ କର୍ମକର୍ତ୍ତା ଏବେ ଏକ ପ୍ରକାର ମୁହାଁମୁହିଁ ଅବସ୍ଥାକୁ ଆସି ଯାଇଛନ୍ତି । ଗୋଟିଏ ପଟେ ସେମାନଙ୍କ ବଡ଼ ମୂର୍ତ୍ତିକୁ ପୋଲିସ ଅସିଦ୍ଧ ଘୋଷଣା କରିଥିବା ବେଳେ ସେହି ମୂର୍ତ୍ତିକୁ ସେମାନେ ପୂଜା କରିବା ପାଇଁ ସେମାନଙ୍କୁ ଅନୁମତି ମିଳିବ ନାହିଁ ବୋଲି କମିଶନରେଟ ପୋଲିସ ସ୍ପଷ୍ଟ କରିଛି । କିନ୍ତୁ ଅନ୍ୟ ପଟେ ମୂର୍ତ୍ତି ତିଆରି କରି ସାରିଥିବାରୁ ତାହାକୁ ପୂଜା କରିବେ ବୋଲି ସ୍ପଷ୍ଟ କରିଛନ୍ତି ପୂଜା କମିଟି କର୍ମକର୍ତ୍ତା ।

“କୌଣସି ପୂଜା କମିଟି ତାର ମଣ୍ଡପରେ ତିଆରି ହେଉଥିବା ମୂର୍ତ୍ତିର ଉଚ୍ଚତା ନିର୍ଦ୍ଧାରଣ କରି ନଥାଏ । ମଣ୍ଡପରେ ପ୍ରଚଳିତ ଥିବା ମାଙ୍କର ପାରମ୍ପରିକ ମୁଖା ବା ମସ୍ତକ, ମୂର୍ତ୍ତିକୁ ଧାରଣ କରୁଥିବା ଖଡ଼ମା ଆଉ ମୂର୍ତ୍ତି କାରୀଗର ଭବାନା ହିଁ ମୂର୍ତ୍ତିକୁ ଆକାର ଦେଇଥାଏ । ସେହି ଅନୁସାରେ ଆମର ମଣ୍ଡପର ମୂର୍ତ୍ତି ବଡ଼ ହୋଇ ଯାଇଛି । ଏବେ ଆମେ ତାକୁ ଭାଙ୍ଗିବୁ ନାହିଁ କି କାହାରିକୁ ଭାଙ୍ଗିବାକୁ ଦେବୁ ନାହିଁ । ମାଟି ପୂଜା ହୋଇ ଆସି ମା’ଙ୍କ ମୂର୍ତ୍ତି ତିଆରି ହୋଇଛି, ପୂଜା ପରେ ହିଁ ସେ ବିସର୍ଜନ ହେବେ,” କହିଛନ୍ତି ଫିରିଙ୍ଗ ବଜାର ପୂଜା କମିଟିର ସମ୍ପାଦକ ନରେଶ କୁମାର ସାହୁ ।

କଟକରେ ମୋଟ ୧୬୨ ମଣ୍ଡପ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୨ଟି ମଣ୍ଡପରେ ମୂର୍ତ୍ତି ତିଆରି ହୋଇନାହିଁ । ୯ଟି ମଣ୍ଡପରେ ସରକାର ନିର୍ଦ୍ଧାରଣ କରିଥିବା ୪ ଫୁଟ ଉଚ୍ଚର ମୂର୍ତ୍ତି ତିଆରି ହୋଇଛି । ୯ଟି ମଣ୍ଡପରେ ୪ ଫୁଟରୁ ବଡ଼ ମୂର୍ତ୍ତି ତିଆରି ହୋଇଥିବା କହୁଛି ପୋଲିସର ରିପୋର୍ଟ । ତେବେ ବଡ଼ ମୂର୍ତ୍ତି କରିଥିବା ମଣ୍ଡପର କର୍ମକର୍ତ୍ତାମାନଙ୍କୁ ଚିଠି କରି ବଡ଼ ମୂର୍ତ୍ତି ବଦଳରେ ଛୋଟ ମୂର୍ତ୍ତି କରି ପୂଜା କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି । ଯାହାକୁ ନେଇ ବିରୋଧର ସ୍ବର ଉଠିଛି । ସେପଟେ ପରିସ୍ଥିତି ଭିନ୍ନ ଏକ ଦିଗ ଆଡକୁ ଗତି କରୁଥିବା ଦେଖି ଏଥିରେ ହସ୍ତକ୍ଷେପ କରିଛି ଶାନ୍ତି କମିଟି । ଉଭୟ ପୋଲିସ ଓ ପୂଜା କମିଟି କର୍ମକର୍ତ୍ତାମାନଙ୍କୁ ସ୍ବଭାବ ପରିବର୍ତ୍ତନ କରିବା ପାଇଁ ଶାନ୍ତି କମିଟି ନିବେଦନ କରିଛି ।

ଏହା ବି ପଢ଼ନ୍ତୁ | CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

“ପ୍ରତି ବର୍ଷ ଆମେ ମାଙ୍କ ପୂଜା କରୁଛୁ । କିନ୍ତୁ ଏବର୍ଷ କରୋନା କଟକଣା ପାଇଁ ସେଥିରେ ପରିବର୍ତ୍ତନ ଆସିଛି । ସରକାର ଯାହାବି ନିର୍ଦ୍ଦେଶନାମା ଜାରି କରିଛନ୍ତି ଆମେ ସେ ସବୁ କୁ ମାନିବା । ସବୁ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କୁ ମୁଁ ବିନମ୍ର ଅନୁରୋଧ କରୁଛି ଯେ ସେମାନେ ସରକାର ନିର୍ଦ୍ଧାରଣ କରିଥିବା ୪ ଫୁଟ ଉଚ୍ଚର ମୂର୍ତ୍ତି ହିଁ ତିଆରି କରନ୍ତୁ । ଆଉ ପୋଲିସକୁ ନିବେଦନ କରୁଛି ଯେ ଯଦି କିଛି ପୂଜା ମଣ୍ଡପ ବଡ଼ ମୂର୍ତ୍ତି ତିଆରି କରି ଦେଇଛନ୍ତି, ସେମାନଙ୍କୁ ପୂଜା କରିବା ପାଇଁ ଅନୁମତି ଦିଆଯାଉ” କହିଛନ୍ତି ପୂର୍ବାଞ୍ଚଳ ଶାନ୍ତି କମିଟିର ସମ୍ପାଦକ ପ୍ରଫୁଲ୍ଲ ସାହୁ ।

ପୋଲିସ କମିଶନର ଡକ୍ଟର ସୁଧାଶୁଂ ଷଢଙ୍ଗୀ


ମୂର୍ତ୍ତି ବିବାଦ ଆରମ୍ଭ ହେବା ପର ଠାରୁ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ପୋଲିସ କମିଶନର । ଏହା ସହ ନିଜର ନିର୍ଦ୍ଦେଶନାମାକୁ ନେଇ ଉଠଇଥିବା ବିବାଦରେ ତାଙ୍କର ଭୁମିକା କିଛି ନଥିବା ମଧ୍ୟ କହିଛନ୍ତି ।



“ମୁଁ ମୋର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୂର୍ତ୍ତି ତିଆରି ଆଉ ପୂଜା ବିଦ୍ଧି ବାବଦରେ ମୋତେ ତଥ୍ୟ ଦେବାକୁ କହିଥିଲି । ସେ କିଛି ଲୋକଙ୍କ ସହ ପରାମର୍ଶ କରି ମୋତେ ଯେଉଁ ତଥ୍ୟ ଦେଲେ ମୁଁ ତାକୁ ଆଧାର କରି ନିର୍ଦ୍ଦେଶନାମା ଜାରି କଲି । ଏବେ ଯଦି ସେହି ଲୋକମାନେ ନିଜ କଥାରୁ ବହାରି ଯାଉଛନ୍ତି, ଏଥିରେ ମୋର ତୃଟି କେଉଁଠି ରହିଲା? ଦୁର୍ଗାପୁଜା ମାମଲାଟି ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ ଅଛି। ମୁଁ ସେ ବିଷୟରେ ଅଧିକ କିଛି କହିବାକୁ ଚାହୁଁ ନାହିଁ । ମୋର ଯାହା ଲେଖିବା କଥା ମୁଁ ଲେଖି ସାରିଛି କହିଛନ୍ତି" ପୋଲିସ କମିଶନର ଡକ୍ଟର ସୁଧାଶୁଂ ଷଢଙ୍ଗୀ ।
Published by: Jagdish Barik
First published: September 20, 2020, 2:48 PM IST
corona virus btn
corona virus btn
Loading