News18 Odia Digital
ଭୁବନେଶ୍ୱର: ବର୍ତ୍ତମାନର କୋଭିଡ୍ କଟକଣା କାରଣରୁ ଅଗଣିତ ଭକ୍ତ ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ଦର୍ଶନ କରିବାର ଭାଗ୍ୟ ହରାଇବସିଛନ୍ତି । କିନ୍ତୁ ମା’ ଦୁର୍ଗାଙ୍କ ପ୍ରତି ଦିନର ବେଶର ଦର୍ଶନ ସୁଗମ କରିବା ପାଇଁ ଏ ବର୍ଷ ଦୁର୍ଗା ପୂଜାରେ ଜିଓ ନ୍ୟୁଜ୍ (Jio News) ଐତିହାସିକ କଟକ ସହରର ଗଡ଼ ଚଣ୍ଡି ମନ୍ଦିର ଓ ମା’ ବାସନ୍ତୀ ଦୁର୍ଗା ମନ୍ଦିରର ଦେବୀ ଦୁର୍ଗାଙ୍କର (Cuttack Durga Puja) ପ୍ରତି ଦିନର ବେଶ ଭିଡିଓ ଜରିଆରେ ଉପଲବ୍ଧ କରାଉଛି ।
କୋଭିଡ-୧୯ ନିୟମାବଳୀ ଓ ଦୁର୍ଗା ପୂଜା (Durga Puja) ମଣ୍ଡପଗୁଡିକୁ ଯିବା ଓ ସର୍ବସାଧାରଣ ଦର୍ଶନ ଉପରେ ଜାରି ଥିବା କଟକଣାକୁ ଦୃଷ୍ଟିରେ ରଖି ଜିଓନ୍ୟୁଜର ଏଭଳି ପ୍ରୟାସ ସାରା ଓଡ଼ିଶା ଓ ସାରା ଦେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ନିଜ ଘରେ ରହି ସୁରକ୍ଷିତ ଭାବରେ ଏହି ଦୁଇ ମନ୍ଦିରରେ ଦେବୀ ଦୁର୍ଗାଙ୍କର ପ୍ରତି ଦିନର ବେଶ ଦର୍ଶନ କରାଇବାରେ ସହାୟକ ହେଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା, କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲାଦୁର୍ଗା ପୂଜା ପାଳନ ଅବସରରେ ଦେବୀଙ୍କର ବେଶ ପ୍ରତି ଦିନ ପରିବର୍ତ୍ତନ ହେଉଥିବାରୁ ଜିଓନ୍ୟୁଜ୍ ଏହାକୁ ନିଜର ପ୍ଲାଟଫର୍ମରେ ସେହି ସମାନ ଦିନ ପରିବର୍ତ୍ତନ କରୁଛି ଓ ଏହା ଅକ୍ଟୋବର ୧୫ ତାରିଖ ବା ଦଶମୀ ପର୍ଯ୍ୟନ୍ତ ଚାଲିବ । ଜିଓ ବ୍ୟବହାରକାରୀମାନେ ଦଶମୀ (ଅକ୍ଟୋବର ୧୫) ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କର ପ୍ରତି ଦିନର ବେଶକୁ ଜିଓନ୍ୟୁଜରେ ଭିଡିଓ ମାଧ୍ୟମରେ ଦର୍ଶନ କରିପାରିବେ ।

କଟକରୁ ଦେବୀ ଦୁର୍ଗାଙ୍କର ଡିଜିଟାଲ୍ ଦର୍ଶନ ଜିଓନ୍ୟୁଜ ଆପ୍ ଅଥବା ୱେବସାଇଟ୍ JioNews.comରେ ଉପଲବ୍ଧ ।
ଏହା ବି ପଢ଼ନ୍ତୁ | ପୁଅ ଆର୍ୟନ୍ ଖାନ୍ ଗିରଫ ହେବା ପରେ ସୁପରଷ୍ଟାର୍ ଶାହାରୁଖ ଖାନଙ୍କୁ ଲାଗିଲା ବଡ଼ ଆର୍ଥିକ ଝଟକାକଟକର ଗଡ଼ ଚଣ୍ଡି ମନ୍ଦିରରେ ଦେବୀ ଦୁର୍ଗା ଭକ୍ତମାନଙ୍କୁ ଷଷ୍ଠୀଠାରୁ ଦଶମୀ ମଧ୍ୟରେ ଛଅ ଦିନ ଧରି ଗାୟତ୍ରୀ ବେଶ, ମହାଲକ୍ଷ୍ମୀ ବେଶ, ମହାସରସ୍ୱତୀ ବେଶ, ମହା କାଳୀ ବେଶ, ମହିଷା ମର୍ଦ୍ଦିନୀ ବେଶ ଆଦି ବିଭିନ୍ନ ଛଅଟି ବେଶରେ ଦର୍ଶନ ଦେଇଥାନ୍ତି ।
ଏହା ବି ପଢ଼ନ୍ତୁ | ଦେଶରେ COVIDର ତୃତୀୟ ଲହରର ଭୟ: ‘ଗୁରୁତର ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୟୁନିଟ୍ ତିଆରି ହେଉ’କଟକରୁ ଦେବୀ ଦୁର୍ଗାଙ୍କର ଡିଜିଟାଲ୍ ଦର୍ଶନ କରିବାକୁ ଜିଓ ବ୍ୟବହାରକାରୀମାନଙ୍କୁ ଜିଓନ୍ୟୁଜ ଆପ୍ ଅଥବା ୱେବସାଇଟ୍ JioNews.com ଖୋଲି ଓଡ଼ିଆ ଭାଷାକୁ ଚୟନ କରିବା ସହିତ ଭିଡିଓ ବିକଳ୍ପକୁ ଯାଇ ଦୁର୍ଗା ପୂଜା ୨୦୨୧ ବାଛିବାକୁ ହେବ । ତା’ପରେ ସେମାନେ କ୍ଲିକ୍ କରି ଗଡ଼ ଚଣ୍ଡି ଓ ମା’ ବାସନ୍ତୀ ଦୁର୍ଗା ମନ୍ଦିରରେ ମା’ଙ୍କର ବେଶକୁ ଡିଜିଟାଲ ମାଧ୍ୟମରେ ଦର୍ଶନ କରିପାରିବେ ।
ଏହା ବି ପଢ଼ନ୍ତୁ | ବିରୋଧୀ ଦଳମାନେ PM CARESକୁ ଟାର୍ଗେଟ୍ କରୁଛନ୍ତି, କହୁନାହାନ୍ତି ସେଥିରେ ଅମ୍ଳଜାନ କାରଖାନା ତିଆରି ହୋଇଛିଜିଓନ୍ୟୁଜର ଭିଡିଓ ସେକ୍ସନରେ ‘ଦୁର୍ଗା ପୂଜା ୨୦୨୧’ ଚାନେଲରେ ମଧ୍ୟ କୋଲକାତାରୁ ପୂଜା ଓ ପାର୍ବଣର ଶ୍ରେଷ୍ଠ ଦୃଶ୍ୟଗୁଡିକ ପ୍ରଦର୍ଶିତ ହେଉଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।