ସାମ୍‌ନାକୁ ଆସିଲା କଟକ ଡନ୍ ସକିଲ୍‌ର ତୃତୀୟ ପ୍ରେମିକା; ସେ ଏବେ ପୋଲିସ୍‌ର ସ୍କାନର୍‌ରେ

ସୁନ୍ଦରୀ ଯୁବତୀମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ସେମାନଙ୍କ ଜରିଆରେ ନିଜର ଆପରାଧିକ କାର୍ଯ୍ୟକଳାପ ଜାରି ରଖିବା ପାଇଁ ଉଦ୍ୟମ କରୁଥିଲା ଏବେ ଜେଲ୍‌ରେ ଥିବା ସକିଲ, ଆଉ ସଫଳ ବି ହେଉଥିଲା ।

ସାମ୍‌ନାକୁ ଆସିଲା କଟକ ଡନ୍ ସକିଲ୍‌ର ତୃତୀୟ ପ୍ରେମିକା; ସେ ଏବେ ପୋଲିସ୍‌ର ସ୍କାନର୍‌ରେ
ସକିଲ ପ୍ରାୟ ଦେଢ ବର୍ଷ ହେଲା ଚୌଦ୍ୱାର ଜେଲରେ ବିଚାରାଧୀନ କଏଦୀ ଭାବେ ରହି ଆସୁଛି ।
  • News18 Odia
  • Last Updated: January 4, 2020, 11:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୁଖ୍ୟାତ ଅପରାଧୀ ସକିଲର ଦୁଇ ଜଣ ପ୍ରେମିକା – ଡେଜି ଓ ରେଶମ – ଗରିଫ ହେବା ପରେ ଏବେ ତା’ର ତୃତୀୟ ପ୍ରେମିକା କଥା ସାମନାକୁ ଆସିଛି । ସମ୍ପୃକ୍ତ ଯୁବତୀ ବର୍ତ୍ତମାନ ପୋଲିସର ସ୍କାନରରେ ରହିଥିବା କହିଛନ୍ତି ଡିସିପି ।

ସକିଲ୍‌ର ଅପରାଧ ଦୁନିଆ ଉପରେ ତଦନ୍ତ କରୁଥିବା ପୋଲିସ୍‌ ଟିମ୍‌ର ଜଣେ ସଦସ୍ୟଙ୍କ କହିବା ଅନୁସାରେ ଡେଜି ଓ ରେଶମ ଭଳି ଏହି ପ୍ରେମିକା ନମ୍ବର ୩ ସହ ସକିଲର ଅତି ନିକଟ ସମ୍ପର୍କ ରହିଛି । ଗତ କିଛି ଦିନ ହେଲା ଏହି ମହିଳାଙ୍କୁ ଟ୍ରାକ୍ କରିବା ପରେ ତାଙ୍କୁ ଏବେ ନିଜ ସ୍କାନରକୁ ନେଇଛି ପୋଲିସ । ତେବେ ତାଙ୍କ ପରିଚୟକୁ ପୋଲିସ ଏ ପର୍ଯ୍ୟନ୍ତ ଗୋପନ ରଖିଛି ।

‘‘ସମ୍ପୃକ୍ତ ମହିଳାଙ୍କର ସିକଲର ଆପରାଧିକ କାର୍ଯ୍ୟକଳାପରେ ସିଧାସଳଖ ସମ୍ପୃକ୍ତି ନେଇ ପ୍ରମାଣ ମିଳି ନାହିଁ । ଚ଼ାରି ମାସ ହେଲା ଟ୍ରାକ କରିବା ପରେ ଆମେ ତା’ର ପ୍ରେମିକାମାନଙ୍କ ବାବଦରେ ତଥ୍ୟ ପାଇଛୁ । ସକିଲ ଅନେକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ସେମାନଙ୍କ ଜରିଆରେ ନିଜର ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଉଦ୍ୟମ କରି ଆସୁଛି,’’ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ରେଶମ ଓରଫ ନସିମ ଓରଫ ନିଖାତ ନସିମ


ଗତ ତିନିଦିନ ମଧ୍ୟରେ ସକିଲର ପ୍ରେମିକା ନଂ ୧ ଡେଜି ଓରଫ ନସରିନ ଖାନ ଓ ପ୍ରେମିକା ନଂ ୨ ରେଶମ ଓରଫ ନିଖତ ନସିମକୁ ଗରିଫ କରିସାରିଛି ପୋଲିସ । ଉଭୟ ଡେଜି ଓ ରେଶମ ସକିଲ ସହିତ ସିଧାସଳଖ ସମ୍ପର୍କରେ ରହିବା ସହ ନିୟମିତ ଭାବେ ତାକୁ ଜେଲରେ ଭେଟିବା ଓ ତା’ ଇସାରାରେ ତା’ର କ୍ରାଇମ ନେଟୱାର୍କ ଚ଼ଳାଉଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ବିଶେଷ କରି କଟକ ବକ୍ସିବଜାରରେ ଠାରେ ଥିବା ଆନନ୍ଦ ସ୍ପୋର୍ଟ୍ସର ମାଲିକ ସୁରଜ ଅଗ୍ରୱାଲଙ୍କୁ ୧୦ ଲକ୍ଷ ଟଙ୍କାର ଦାଦା ବଟି ମାଗିବା ଘଟଣାରେ ରେଶମ୍‌ର ପ୍ରତ୍ୟକ୍ଷ ଭୂମିକା ଥିଲା । ସେ ସକିଲ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ବି ପରିଚାଳନା କରୁଥିଲେ ବୋଲି ପୋଲିସ ଜାଣି ପାରିଛି ।

କୁଖ୍ୟାତ ଅପରାଧୀ ସକିଲ୍ ଓ ତା’ ପ୍ରେମିକା ଡେଜି ଓରଫ ନସ୍‌ରୀନ ଖାନ୍


ଏହା ପୂର୍ବରୁ ପୋଲିସ ସକିଲର ବାପାଙ୍କ ସମେତ ଗ୍ୟାଙ୍ଗ୍‌ର ୧୨ ଜଣ ସକ୍ରିୟ ସଦସ୍ୟଙ୍କୁ ଗରିଫ କରି କୋର୍ଟ ଚାଲାଣ କରିସାରିଛି । ତେବେ ଗ୍ୟାଙ୍ଗର ଅଧିକାଂଶ ସଦସ୍ୟ ଗିରଫ ହୋଇ ସାରିଥିବା ବେଳେ ପୋଲିସର ନଜରକୁ ନଆସି ବଟି ଆଦାୟ କରିବା ପାଇଁ ସକିଲ ନିଜ ପରିବାର ଲୋକ ଓ ପ୍ରେମିକାଙ୍କୁ ନିୟୋଜିତ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

‘‘ଜେଲ ଭିତରେ ସକିଲର ମୋବାଇଲ ବ୍ୟବହାର ବନ୍ଦ କରିବା ସହ ତା ଉପରେ ସର୍ବଦା ନଜର ରଖିବା ପାଇଁ ଚୌଦ୍ୱାର ଜେଲ କତ୍ତୃପକ୍ଷଙ୍କୁ ପତ୍ର ଲେଖାଯାଇଛି,’’ କହଛନ୍ତି କଟକ ଡିସିପି ।

ସକିଲ ପ୍ରାୟ ଦେଢ ବର୍ଷ ହେଲା ଚୌଦ୍ୱାର ଜେଲରେ ବିଚାରାଧୀନ କଏଦୀ ଭାବେ ରହି ଆସୁଛି । କିନ୍ତୁ ଜେଲ୍‌ର ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ସେ ଅତି ସହଜରେ ନିଜ ଗ୍ୟାଙ୍ଗକୁ ଅପରେଟ୍ କରିବାରେ ସଫଳ ହୋଇପାରୁଛି ।
First published: January 4, 2020, 11:45 PM IST