ସତର୍କ ସୂଚନା ଜାରି: ଧବଳେଶ୍ବର ଝୁଲା ପୋଲରେ ଏକକାଳୀନ ୨ଶହ ଲୋକ ଯିବାଆସିବା ମନା

ମୋରବି ପୋଲ ଭୁଷୁଡିବା ପରେ ଧବଳେଶ୍ୱର ଝୁଲା ପୋଲକୁ ନେଇ ସତର୍କ ସୂଚନା ଜାରି କରିଛି ପ୍ରଶାସନ। ଏକ କାଳୀନ ଦୁଇ ଶହରୁ ଉର୍ଦ୍ଧ୍ବ ବ୍ୟକ୍ତି ପୋଲରେ ଯିବା ଆସିବାକୁ ବାରଣ ହୋଇଛି ।

 ଧବଳେଶ୍ବର ଝୁଲା ପୋଲ (ପ୍ରତୀକାତ୍ମକ ଛବି)

ଧବଳେଶ୍ବର ଝୁଲା ପୋଲ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ମୋରବି ପୋଲ ଭୁଷୁଡିବା ପରେ ସତର୍କ ହୋଇଛି ଗ୍ରାମ ଉନ୍ନୟନ ବିଭାଗ। କଟକ ଆଠଗଡ ସ୍ଥିତ ଧବଳେଶ୍ବର ଝୁଲା ପୋଲକୁ ନେଇ ସତର୍କ ସୂଚନା ଜାରି ହୋଇଛି। ଝୁଲା ପୋଲ ଦୁର୍ବଳ ରହିଛି। ଏକକାଳୀନ ଦୁଇ ଶହରୁ ଉର୍ଦ୍ଧ୍ବ ବ୍ୟକ୍ତି ପୋଲରେ ଯିବା ଆସିବା ମନା ବୋଲି ଏକ ବ୍ୟାନରରେ ଉଲ୍ଲେଖ କରି ସୂଚନା ଦେଇଛି ବିଭାଗ।

ବିଶେଷଜ୍ଞ ଦଳର ସୁପାରିଶ ଅନୁଯାୟୀ ଆମେ ଏକ ନିର୍ଦ୍ଦିଷ୍ଟ ସମୟରେ ବ୍ରିଜରେ ପରିଦର୍ଶକଙ୍କ ସଂଖ୍ୟାକୁ ୨୦୦କୁ ହ୍ରାସ କରିଛୁ ବୋଲି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

"ଗୋଟିଏ ଦିନରେ ସର୍ବାଧିକ ୧୦ହଜାରରୁ ୧୨ ହଜାର ଲୋକଙ୍କୁ ଶ୍ରୀମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯାଇପାରିବ। ଆମେ ଡଙ୍ଗା ସୁବିଧା ପାଇଁ ମଧ୍ୟ ବ୍ୟବସ୍ଥା କରୁଛୁ ଯାହା ଦ୍ୱାରା ଅତିରିକ୍ତ ୧୦ହଜାର ଲୋକ ଦର୍ଶନ ପାଇଁ ଆସିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହି ପବିତ୍ର କାର୍ତ୍ତିକ ମାସ ଓ ‘ପଞ୍ଚୁକ' ସମୟରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଧବଲେଶ୍ୱର ମନ୍ଦିର ପରିଦର୍ଶନ କରନ୍ତି।  ମନ୍ଦିରରେ ପହଞ୍ଚିବା ପାଇଁ କିଛି ଭକ୍ତ ଝୁଲା ପୋଲ  ବ୍ୟବହାର କରନ୍ତି ଓ କେତେକ ଡଙ୍ଗା ବ୍ୟବହାର କରନ୍ତି। ଏହି ବ୍ୟସ୍ତବହୁଳ ପର୍ବ ସମୟରେ ବିଶେଷ କରି କାର୍ତ୍ତିକ ବ୍ରତରେ ପର୍ଯ୍ୟବେକ୍ଷକମାନଙ୍କୁ ମନ୍ଦିର ପରିଦର୍ଶନ ନକରିବାକୁ ଅନୁରୋଧ କରିଛନ୍ତି ଉପଜିଲ୍ଲାପାଳ।

“ବର୍ତ୍ତମାନ ଏକ ଋତୁକାଳୀନ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି ଯାହା ତିନି ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ସେତୁ ଖୋଲିବା ପରେ ବର୍ଷର ଯେକୌଣସି ସମୟରେ ମନ୍ଦିରକୁ ଆସିପାରିବେ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ପରିଦର୍ଶକମାନେ ମନ୍ଦିର ପରିଦର୍ଶନ କରିବା ପାଇଁ ଯୋଜନା ସ୍ଥଗିତ ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି ଉପଜିଲ୍ଲାପାଳ।

ମୋରବି ଦୁର୍ଘଟଣା ପରେ ଧବଳେଶ୍ବର ଝୁଲା ପୋଲକୁ ବିସ୍ତୃତ ଯାଞ୍ଚ କରିବା ପାଇଁ କୋଲକତାର ଏକ ବିଶେଷଜ୍ଞ ଟିମକୁ ଡ଼କାଯାଇଛି ବୋଲି ସୂଚନା ମିଳିଛି।

ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ପୋଲର ଲମ୍ବ ୨୫୪ ମିଟର ଥିବା ବେଳେ ୧୫୦୦ଲୋକ ଭାରସାମ୍ୟ କ୍ଷମତା ଥିଲ। ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ଝୁଲାପୋଲ ରକ୍ଷଣ ବେକ୍ଷଣ ଅଭାବରୁ ଏବେ ଏହାର କ୍ଷମତା ୬୦୦ ଶହ ଥିବା ବେଳେ ଆଜି ଏହାକୁ କମାଇ ମାତ୍ର ୨୦୦ ଲୋକ ଯାତାୟାତ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଧବଳେଶ୍ୱର ପୀଠକୁ କେବଳ ଡଙ୍ଗା ଦେଇ ଯାଉଥିଲେ। ବର୍ଦ୍ଧିତ ପର୍ଯ୍ୟଟକ ଓ ବଢୁଥିବା ଦୁର୍ଘଟଣାକୁ ଦେଖି ଓଡ଼ିଶା ସରକାର ୨୦୦୬ ମସିହାରେ ଏଠାରେ ଏକ ପାଦଚଲା ଝୁଲାପୋଲ ନିର୍ମାଣ କରିଥିଲେ। ଧବଳେଶ୍ବର ମନ୍ଦିରକୁ ଯାତାୟାତ ପାଇଁ ପ୍ରାୟ ୨୪୫ ଫୁଟ ଲମ୍ବା ଓ ୨୫୪ ମିଟର ଦୈର୍ଘ୍ୟ ବିଶିଷ୍ଟ ଝୁଲା ପୋଲ, ଯାହାକି ଦେଶର ସର୍ବାଧିକ ଲମ୍ବ ବିଶିଷ୍ଟ ଝୁଲାପୋଲ ରୂପେ ପରିଗଣିତ ହୁଏ।
Published by:Soumya Das
First published: