ଫଲୋଅର୍ସ ବଢ଼ାଇବା ନିଶା ପଡ଼ିଲା ମହଙ୍ଗା; ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ

ସ୍କୁଲ ଛାତ୍ରୀଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କ ଫଟୋକୁ ବିକୃତ କରି ବ୍ଲାକମେଲ କରିବା ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ପ୍ରାୟ ଏକ ମାସ ଧରି ଚାଲିଥିବା ଏହି ତଦନ୍ତ ପରେ ଶେଷରେ ଅଭିଯୁକ୍ତ ପାଖରେ ପହଁଚି ଥିଲା ପୋଲିସ।

ଅଭିଯୁକ୍ତ ବିଶ୍ୱଜିତ ଭୁୟାଁ

ଅଭିଯୁକ୍ତ ବିଶ୍ୱଜିତ ଭୁୟାଁ

  • Share this:
News18 Odia Digital

କଟକ: ସାମାଜିକ ଗଣମାଧ୍ୟମରେ ନିଜର ଫଲୋଅର୍ସ ବଢ଼ାଇବାର ଅଭିପ୍ରାୟ ରଖୁଥିବା ଲୋକେ ସାବଧାନ ।  ଫଲୋଅର୍ସ ବଢ଼ାଇବା ପାଇଁ ଆଖିବୁଜା ଫ୍ରେଣ୍ଡ ରିକ୍ବେଷ୍ଟ ଗ୍ରହଣ କରିବା ଆପଣଙ୍କୁ ମହାଙ୍ଗା ପଡ଼ିପାରେ । କଟକରେ ଏହି ଭଳି ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି।

ସ୍କୁଲ ଛାତ୍ରୀଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କ ଫଟୋକୁ ବିକୃତ କରି ବ୍ଲାକମେଲ କରିବା ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସେହି ଅଭିଯୁକ୍ତର ନାଁ ବିଶ୍ୱଜିତ ଭୁୟାଁ ଓ ତାର ଘର କଟକ ଜିଲ୍ଲାର ନେମାଳ ଅଞ୍ଚଳରେ । କଟକର ଜଣେ ସ୍କୁଲ ଛାତ୍ରୀଙ୍କ ମା' ଙ୍କ ଅଭିଯୋଗ ପରେ କଟକ ସାଇବର ଥାନା ପୋଲିସ ତଦନ୍ତ ଜାରି ରହିଥିବା ସମୟରେ ସମାନ ଅଭିଯୋଗ ନେଇ ସାଇବର ଥାନାରେ ଦ୍ୱାରସ୍ଥ ହୋଇଥିଲେ ଆଉ ଦୁଇ ଜଣ ସ୍କୁଲ ଛାତ୍ରୀଙ୍କ ପରିବାର ଲୋକେ । ପ୍ରାୟ ଏକ ମାସ ଧରି ଚାଲିଥିବା ଏହି ତଦନ୍ତ ପରେ ଶେଷ ରେ ଗତ କାଲି ବିଶ୍ୱଜିତ ପାଖରେ ପହଁଚି ଥିଲା ପୋଲିସ।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ବିଶ୍ୱଜିତ ଭୁୟାଁ ଜଣେ B Com ଡିଗ୍ରୀ ଧାରୀ ଛାତ୍ର । ସେ ଗତ ୬ ମାସ ଧରି ଏହି କାର୍ଯ୍ୟରେ ଲିପ୍ତ ଥିଲା। ସେ ପ୍ରଥମେ ଇଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲି ଥିବା ନାବାଳିକାଙ୍କୁ ଖୋଜୁ ଥିଲା । ସେମାନଙ୍କ ବବାଦରେ ସୂଚନା ପାଇବା ପରେ ପ୍ରଥମେ ସେମାନଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଉଥିଲା । ଗ୍ରହଣ ହେବା ପରେ ସମ୍ପୃକ୍ତ ଛାତ୍ରୀଙ୍କୁ ନିଜ ଫଲୋଅର୍ସ ବଢାଇବା ପାଇଁ ଉପାୟ ବତାଇବା ପ୍ରଲୋଭନ ଦେଖାଇ ସେମାନଙ୍କୁ ଏକ ସ୍ୱତନ୍ତ୍ର ଆପକୁ ନିଜ ମୋବାଇଲରେ ଇଷ୍ଟାଲ କରିବା ପାଇଁ କହୁଥିଲା ।

ଛାତ୍ରୀମାନେ ସେହି ଆପ ବାବଦରେ କିଛି ଜାଣିନଥିବା କହିବା ପରେ ଧୃତ ବିଶ୍ବଜିତ ସେମୋନଙ୍କୁ ଏକ ଲିଙ୍କ ପଠାଉଥିଲା ଏହା ସହିତ ସେମାନଙ୍କ ମୋବାଇଲକୁ ଯାଇଥିବା ଏକ ଓଟିପିକୁ ତା ସହିତ ସେୟାର କରିବାକୁ କହୁଥିଲା । ଫଲୋଅର୍ସ ବଢାଇବା ଆକାକ୍ଷାଂ ଆଗରେ ସ୍କୁଲ ଛାତ୍ରୀମାନେ ନିଜର ହିତାହିତ ଜ୍ଞାନକୁ ଭୁଲି ଯାଇ ବିଶ୍ବଜିତକୁ ଓଟିପିଟି ଦେଇ ଦେଉଥିଲେ ।

ବାସ ତା'ପରେ ବିଶ୍ବଜିତ ସେହି ଇଷ୍ଟ୍ରାଗ୍ରାମ ଆକାଉଣ୍ଟକୁ ହ୍ୟାକ କରି ନେଉଥିଲା ଓ ଏହା ପରେ ଅତି ଚତୁରତାର ସହ ସେହି ସମ୍ପୃକ୍ତ ଛାତ୍ରୀଙ୍କର ଇଷ୍ଟ୍ରାଗ୍ରାମର ଫଲୋଅର୍ସ ମାନଙ୍କ ଫୋନ ନମ୍ବର ସଂଗ୍ରହ କରି ନେଉଥିଲା। ତା ପରେ ଆରମ୍ଭ କରୁଥିଲା ଅଶ୍ଳୀଳତାର ଖେଳ।

"ଅଭିଯୁକ୍ତ ବିଶ୍ବଜିତ ଏମିତି ୪୦ ରୁ ୫୦ ଜଣ କଲେଜ ଛାତ୍ରୀଙ୍କୁ ନିଜ ଜାଲରେ ଫସାଇଥିବା ନେଇ ଆମେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛୁ । ସେ ନେଇ ଅଧିକ ତଦନ୍ତ ଜାରି ରହିଛି । ଯେଉଁମାନେ ବିଶ୍ବଜିତ କିମ୍ବା ତା ଭଳି ସାଇବର ଠକମାନଙ୍କ ଶିକାର ହେଉଛନ୍ତି ସେମାନଙ୍କୁ ଆମର ପରାମର୍ଶ ଯେ ଥାନାକୁ ଆସି ଅଭିଯୋଗ କରନ୍ତୁ । ଯେଉଁମାନେ ସମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଛନ୍ତି ସେମାନଙ୍କୁ ଆମର ପରାମର୍ଶ ଯେ ବିନା କୌଣସି ଯାଞ୍ଚ କରି କାହାରି ଫ୍ରେଣ୍ଡ ରିକ୍ବେଷ୍ଟକୁ ଗ୍ରହଣ କରନ୍ତୁ ନାହିଁ," କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ସେପଟେ ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନିଜ ଭୁଲ ସ୍ୱୀକାର କରିବା ସହ ସଫେଇ ମଧ୍ୟ ଦେଇଛି ସାଇବର ଠକ ବିଶ୍ବଜିତ ଭୂୟାଁ। "ହଁ ମୁଁ ହେଲା ଏମିତି କରୁଥିଲି । କାହାରିକୁ ବ୍ଲାକମେଲ୍ କରିବା ପାଇଁ ଏମିତି କରୁନଥିଲି । ଏମିତି ଇଚ୍ଛା ହେଲା ବୋଲି କଲି । ୧୫-୨୦ଜଣ ଝିଅଙ୍କ ପାଖକୁ ଫଟୋ ପଠାଇଛି"।
Published by:Soumya Das
First published: