କଟକରେ ଅପମିଶ୍ରଣର କଳା କାରବାରକୁ ମୂଳରୁ ମାରିବାକୁ ଆରମ୍ଭ ହେଲା ଯୋଜନା
ନକଲୀ ସାମଗ୍ରୀ କାରବାର ଯୋଗୁଁ ଗିରଫ ହୋଇଥିବା ସବୁ ୨୫ ଜଣ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ପୋଲିସ୍ ସେଥିରେ ହୋଇଥିବା ଟ୍ରାଞ୍ଜେକ୍ସନକୁ ଏବେ ଜାଞ୍ଚ କରୁଛି । ନକଲୀ ଖାରଖାନାଗୁଡ଼ିକର ଲିଜ୍ ବାତିଲ କରିବାକୁ ଇଡକୋକୁ ଚିଠି ଲେଖିଛି ପୋଲିସ ।

କଟକରେ ଡିସେମ୍ବର ୩୦ ତାରିଖରେ ଏକ କ୍ୱିଣ୍ଟାଲ୍ ପନୀର୍ ଜବତ ହୋଇଥିଲା ।
- News18 Odia
- Last Updated: January 1, 2021, 11:54 PM IST
କଟକ: ନୂଆ ବର୍ଷରେ କଟକରେ ପଞ୍ଝା ମେଲାଇଥିବା ନକଲି ସାମଗ୍ରୀ ରାକେଟର ଚେର କାଟିବା ପାଇଁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ ପୋଲିସ । ନୂଆ କରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆଇନ୍ ବ୍ୟବସ୍ଥାର ଶିକାର ହେବେ ଗିରଫ ହୋଇଥିବା ସମସ୍ତ ୨୫ ଜଣ ଅଭିଯୁକ୍ତ ।
ଏ ପର୍ଯ୍ୟନ୍ତ ନକଲି ସାମଗ୍ରୀ ପ୍ରସ୍ତୁତ କରିବା ଅଭିଯୋଗରେ ପୋଲିସ ୨୧ଟି କାରଖାନା ବା ପ୍ରତିଷ୍ଠାନ ଉପରେ ରେଡ କରି ୨୫ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି କମିଶନରେଟ ପୋଲିସ । ସେମାନଙ୍କ ଆକାଉଣ୍ଟରେ ହୋଇଥିବା ପ୍ରତିଟି ଟ୍ରାଞ୍ଜେକ୍ସନକୁ ତନ୍ନତନ୍ନ କରି ଜାଞ୍ଚ କରିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । କେଉଁ କେଉଁ ଦିନ କାହାର ଆକାଉଣ୍ଟରେ କେତେ ଟଙ୍କାର ଦେଣ ନେଣ ହୋଇଛି ତାହା ଜାଞ୍ଚ କରାଯାଉଛି । ଏହା ବ୍ୟତୀତ ଅଧିକାଂଶ ନକଲୀ କାରଖାନା ଶିଳ୍ପାଞ୍ଚଳରେ ଚାଲୁଥିବାରୁ ସେହି ଖାରଖାନାର ଲିଜ୍ ବାତିଲ କରିବା ପାଇଁ ଇଡକୋକୁ ଚିଠି ଲେଖିଛି ପୋଲିସ ।
ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

କଟକ ଡିସିପି ପ୍ରତୀକ ସିଂ
‘‘ପ୍ରତିଟି ନକଲି ସାମଗ୍ରୀ ମାମଲାରେ ଆମର ଫଲୋଅପ୍ ଆକ୍ଟନ ହେଉଛି । ଏ ନେଇ ଆମେ ଏ ପର୍ଯ୍ୟନ୍ତ ୨୧ଟି ମାମଲା ରୁଜୁ କରିଛୁ । ସେଥି ମଧ୍ୟରୁ ୧୪ଟି ସାମଗ୍ରୀର ସାମ୍ପଲରେ ବିଷାକ୍ତ ରାସାୟନିକ ମିଶିଥିବା ରିପୋର୍ଟ ଆମକୁ ମିଳିଛି । କଟକରେ ହେଉଥିବା ନକଲି ସାମଗ୍ରୀର ଚେର ରାଜ୍ୟ ବାହାର ପର୍ଯ୍ୟନ୍ତ ଲମ୍ବଛି । ଆମ ପୋଲିସ ଟିମ୍ ରାଜ୍ୟ ବାହାରକୁ ଯାଇ ଏହାର ଜାଞ୍ଚ କରୁଛି । ଏହା ଏବେ ଗୋପନୀୟ ଥିବାରୁ ସେ ବିଷୟରେ ବିଶେଷ କିଛି କହି ହେବ ନାହିଁ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।
ଏହା ବି ପଢ଼ନ୍ତୁ | ‘‘ମା’ ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କମିଶନରେଟ ପୋଲିସର ଦୁଇଟି ଟିମ୍ କୋଲକାତା ଓ ଆଉ ଗୋଟିଏ ଟିମ୍ ବିହାର ଯାଇଛି ଓ ସେଠାରେ ବିଭିନ୍ନ ସ୍ଥାନରେ ରହି କଟକରେ ଚାଲିଥିବା ନକଲି ସାମଗ୍ରୀର ଚେର ସନ୍ଧାନ କରିବାରେ ଲାଗିଛି । ଦୁଇ ଦିନ ତଳେ କୋଲକାତାରୁ କଟକ ଚାଲାଣ ହେଉଥିବା ବେଳେ ଧରା ପଡ଼ିଥିବା ଏକ କ୍ୱିଣ୍ଟାଲ ସିନ୍ଥେଟିକ୍ ପନୀର୍ ପଛରେ ଏହି ଟିମ୍ ସୂଚନା ଦେଇଥିଲା । ପୋଲିସର ଏହି ଆଭିମୁଖ୍ୟକୁ ସ୍ବାଗତ କରିଛନ୍ତି ଉଭୟ ମାଲଗୋଦାମ ବ୍ୟବସାୟୀ ସଙ୍ଘ ଓ ରାଜ୍ୟ ଶିଳ୍ପ ସଙ୍ଘ ।
ଏହା ବି ପଢ଼ନ୍ତୁ | ରାଖୀ ସାୱନ୍ତ ଜାଲିଆତିର ଶିକାର ହେଲେ; ପାଖରେ ଟଙ୍କାଟିଏ ନାହିଁ… ନିଜ ଦୁଃଖ କହିଲେ
‘‘କିଛି ମୁନାଫାଖୋର ବ୍ୟବାସାୟୀଙ୍କ ପାଇଁ ପୂରା ମାଲଗେଦାମ ଆଜି ନିନ୍ଦିତ ହୋଇଛି । ଯଦି ସେମାନଙ୍କ ଉପରେ ଆର୍ଥିକ କାର୍ଯ୍ୟାନୁଷ୍ଠାନ ହୁଏ ତା ହେଲେ ପରବର୍ତ୍ତୀ ସମୟରେ ଆଉ କେହି ବି ଭେଜାଲ ବ୍ୟବସାୟ କରିବାକୁ ସାହସ କରିବେ ନାହିଁ । କଟକ ଡିସିପି ଗ୍ରହଣ କରିଥିବା ଏହି ପଦକ୍ଷେପକୁ ଆମେ ରେଡ୍ କାର୍ପେଟ ପକାଇ ସ୍ବାଗତ କରୁଛୁ,’’ କହିଛନ୍ତି ମାଲଗୋଦାମ ଚାମ୍ବର ଅଫ କମର୍ସର ସହ-ସମ୍ପାଦକ ପ୍ରଶାନ୍ତ ପାତ୍ର ।
ରାଜ୍ୟ ଶିଳ୍ପ ସଙ୍ଘର ଅଧ୍ୟକ୍ଷ ଅବନୀ କାନୁନଗୋ କହିଛନ୍ତି, ‘‘ଓଡ଼ିଶାରେ ପାଖାପାଖି ୩୦ ହଜାର ଅଣୁ ଓ କ୍ଷୁଦ୍ର ଶିଳ୍ପ ରହିଛି । ଏଗୁଡ଼ିକ ମଧ୍ୟରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଶିଳ୍ପର ସଂଖ୍ୟା ଅଧିକ ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଥରେ ଲାଇସେନ୍ସ ଦେଇ ଦେବା ପରେ ନା ଇଡକୋ ନା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କେହି ବି ଦିନକ ପାଇଁ ଏଗୁଡ଼ିକର ଜାଞ୍ଚ ପାଇଁ ଆସୁନାହାଁନ୍ତି । ଏମିତି କି ଟଙ୍କା ନେଇ ନିଜ ନିଜ ଅଫିସରେ ହିଁ ଲାଇସେନ୍ସ ନନୀକରଣ କରାଯାଉଛି । ଖାଲି ପୋଲିସ ନୁହେଁ, ଅନ୍ୟ ବିଭାଗଗୁଡିକ ସଠିକ ଢଙ୍ଗରେ କାମ କଲେ ଯାଇ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର ଚେନକୁ ଭାଙ୍ଗି ହେବ ।’’