ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ତିନି କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା କଟକ କମିଶନରେଟ ପୋଲିସ; ୫ ବନ୍ଧୁକ, ୩୦ ରାଉଣ୍ଡ ଗୁଳି ଜବତ

ତିନି କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା କଟକ କମିଶନରେଟ ପୋଲିସ; ୫ ବନ୍ଧୁକ, ୩୦ ରାଉଣ୍ଡ ଗୁଳି ଜବତ

ଅପରେସନ ଟ୍ରିପଲ 'ସି' ଅର୍ଥାତ 'କ୍ରାଇମ କ୍ଲିନ ସିଟି' ଅଭିଯାନରେ କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା। ତିନି କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ।

ତିନି କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା କଟକ କମିଶନରେଟ ପୋଲିସ; ୫ ବନ୍ଧୁକ, ୩୦ ରାଉଣ୍ଡ ଗୁଳି ଜବତ
ତିନି କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା କଟକ ପୋଲିସ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 17, 2021, 6:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଅପରେସନ ଟ୍ରିପଲ 'ସି' ଅର୍ଥାତ 'କ୍ରାଇମ କ୍ଲିନ ସିଟି' ଅଭିଯାନରେ କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା। ତିନି କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ।କଟକରେ ଚୋରା ବନ୍ଧୁକ କାରବାର ମାମଲାରେ ଗିରଫ କରାଯାଇ ଏମାନଙ୍କୁକୋର୍ଟ ଚାଲାଣ କରାଯାଇଛି।

କଟକ ଡି ସି ପି ପ୍ରତୀକ ସିଂ କହିଛନ୍ତି," ସୋମବାର ତିନି ଜଣ ବନ୍ଧୁକ ବେପାରୀ ଭୁବନେଶ୍ୱରରୁ କଟକ ଆସୁଥିବା ଖବର ପାଇ ଲାଲବାଗ ପୋଲିସ ବେଲଭ୍ୟୁ ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲା ଯାଞ୍ଚ ବେଳେ ଏମାନେ ଚୋରା ବନ୍ଧୁକ ଡିଲ କରିବା ପାଇଁ କଟକ ଆସୁଥିବା ଜଣାପଡିଥିଲା। ପୋଲିସ ଏମାନଙ୍କ ନିକଟରୁ ୩ଟି ୯ଏମ ଏମ  ଓ ୨ଟି ୭.୬୫ ଏମ ଏମ ପିସ୍ତଲ ସହ ୩୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଥିଲା। ଏହା ସହ ଗୋଟିଏ ମହିନ୍ଦ୍ରା ଟିୟୁଭି କାର, ଓ ତିନୋଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ।

୫ ବନ୍ଧୁକ, ୩୦ ରାଉଣ୍ଡ ଗୁଳି ଜବତ ହୋଇଛି (ପ୍ରତୀକାତ୍ମକ ଛବି)


ତିନି କୁଖ୍ୟାତ ଅପରାଧୀ ହେଲେ ଜଗତସିଂହପୁର ଜିଲ୍ଲାର ମିଲନ ଓରଫ ସୁଜିତ କୁମାର ସାହୁ ଓ କାଳିଆ ଓରଫ ସୌଭାଗ୍ୟ ଜେନା ଓ ଖୋର୍ଦ୍ଧା ଅଞ୍ଚଳର ଜିତୁ ଓରଫ ଦିବ୍ୟସ୍ୱରୂପ ସାହୁ। ଏମାନଙ୍କ ନାମରେ କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ହତ୍ୟା, ଅପହରଣ ଓ ଦାଦାବଟି ଭଳି ସଙ୍ଗିନ ମାମଲା ରହିଛି। ପୂର୍ବରୁ ମିଲନ ନାଁରେ ପାରାଦ୍ୱୀପ ଥାନାରେ ୩ଟି ମାମଲା, ଜଗତସିଂହପୁର ଥାନାରେ ୭ ଟି ମାମଲା, ବିରିଡି ଥାନାରେ ୨ ଟି ମାମଲା, ରଘୁନାଥପୁର ଥାନାରେ ଗୋଟିଏ ମାମଲା, କେନ୍ଦ୍ରାପଡା ପାଟକୁରା ଥାନାରେ ଗୋଟିଏ ମାମଲା ଓ କଟକ ସଦର ଥାନାରେ ଗୋଟିଏ ମାମଲା ରହିଛି । ଏପରିକି ମିଲନ ପୂର୍ବରୁ ଏନଏସଏରେ ମଧ୍ୟ ଗିରଫ ହୋଇଥିଲା। ସେହିପରି କାଳିଆ ନାଁରେ କଟକ କମିଶନରେଟ ପୋଲିସ ର ବିଭିନ୍ନ ଥାନାରେ ୪ ଟି ମାମଲା ଥିଲା ବେଳେ ମାର୍ଶାଘାଇ ଓ ଜଗତସିଂହପୁର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି।ଅପରାଧୀ ଜିତୁ ନାଁରେ ଖୋର୍ଦ୍ଧା ଟାଙ୍ଗୀ ଓ ଜଗତସିଂହପୁର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି। ମିଲନ ଓ ତାର ସହଯୋଗୀ ସଂଗଠିତ ଅପରାଧ ଘଟାଇବା ପାଇଁ କଟକ, କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ବନ୍ଧୁକ କାରବାର କରୁଥିଲା। ମଙ୍ଗଳବାର ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି।

ଅପରାଧ ଓ ଅପରାଧୀ ଦମନ କରିବା ପାଇଁ କମିଶନରେଟ ପୋଲିସ ଚଳାଇଛି ସ୍ପେଶାଲ ଡ୍ରାଇଭ। ସହର ଭିତରେ ଓ ବାହାରୁ ଆସୁଥିବା ଚୋରା ବେଆଇନ ବନ୍ଧୁକ କାରବାର ଉପରେ ରୋକ ଲଗାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି। ଚଳିତ ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ମୋଟ ୬୯ ଟି ବନ୍ଧୁକ ଓ ୨୦୦ ରାଉଣ୍ଡ ଗୁଳି ଜବତ ହୋଇଥିବା ବେଳେ ୪୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆଗକୁ ଏହି ଅଭିଯାନ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ଡିସିପି।

ଚୋରା ବନ୍ଧୁକ କେଉଁଠୁ ଆସୁଥିଲା ଆଉ କାହା ପାଖକୁ ଯାଇଥାନ୍ତା ତାହା ଉପରେ ଅଧିକ ତଦନ୍ତ ଚଳାଇଛି ଲାଲବାଗ ପୋଲିସ।
Published by: Soumya Das
First published: November 17, 2021, 6:24 PM IST