ହକି ବିଶ୍ୱକପ ମ୍ୟାଚ ପାଇଁ ସଜେଇ ହେବ କଟକ ସହର, ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ

ଆସନ୍ତା ଜାନୁଆରୀ ମାସରେ ଓଡ଼ିଶାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ୱକପ ମ୍ୟାଚ । ମ୍ୟାଚ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ, କିନ୍ତୁ ବିଶ୍ୱକପ ମ୍ୟାଚ ଦେଖିବା ପାଇଁ ଓଡ଼ିଶା ଆସୁଥିବା ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ସଜେଇ ହେବ କଟକ ସହର ।

ହକି ବିଶ୍ୱକପ ମ୍ୟାଚ ପାଇଁ ସଜେଇ ହେବ କଟକ ସହର, ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ

ହକି ବିଶ୍ୱକପ ମ୍ୟାଚ ପାଇଁ ସଜେଇ ହେବ କଟକ ସହର, ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ: ଆସନ୍ତା ଜାନୁଆରୀ ମାସରେ ଓଡ଼ିଶାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ୱକପ ମ୍ୟାଚ । ମ୍ୟାଚ ସିନା ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ, କିନ୍ତୁ ବିଶ୍ୱକପ ମ୍ୟାଚ ଦେଖିବା ପାଇଁ ଓଡ଼ିଶା ଆସୁଥିବା ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ସଜେଇ ହେବ କଟକ ସହର । କଟକ ସହରର ଚାରିପଟେ ଘେରି ରହିଥିବା ରିଙ୍ଗ ବନ୍ଧ ରାସ୍ତା କଡକୁ ସୈାନ୍ଦର୍ଯ୍ୟକରଣ କରାଯିବ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ।



କଟକ ମହାନଗର ନିଗମ ବା ସିଏମସିର ତତ୍ତ୍ଵାବଧାନରେ ଏହି କାମ କରାଯିବ । ୨୦୨୩ ଜାନୁଆରୀ ବିଶ୍ୱକପ୍ ହକି ମ୍ୟାଚର ଉଦଘାଟନୀ ପୂର୍ବରୁ ଏହି ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବ ବୋଲି ନିଷ୍ପତି ଗ୍ରହଣ କରିଛି ସିଏମସି । ପ୍ରାଥମିକ ପର୍ଯ୍ୟାୟରେ ଶିଖରପୁରସ୍ଥିତ ଗୁରୁଦ୍ୱାର ନିକଟରୁ ବିଡାନାସୀ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେବ । ଏହି କ୍ରମରେ ରାସ୍ତା ନବୀକରଣ, ମରାମତି, ରଙ୍ଗୀନ ଫୁତଫାଥ ନିର୍ମାଣ, ଡିଭାଇଡର ସୈାନ୍ଦର୍ଯ୍ୟକରଣ ଏବଂ ଆଗନ୍ତୁକଙ୍କ ଉଦ୍ଦେଶ୍ୟରେ ସିମେଣ୍ଟ ବେଞ୍ଚ ବ୍ୟବସ୍ଥା ସହ ଅଧିକ ଖାଲି ସ୍ଥାନ ଥିବା ଅଂଚଳରେ ପାର୍କ ସଦୃଶ ଛୋଟ ଛୋଟ ଚିତ୍ତବିନୋଦନ ପଏଣ୍ଟର ବ୍ୟବସ୍ଥା କରାଯିବ ।

ଏହାର ପୂର୍ଣ୍ଣାଙ୍ଗ ନକ୍ସା ବା ଡିପିଆର୍ ପ୍ରସ୍ତୁତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସିଏମ୍‌ସିର ପ୍ରୋଗ୍ରାମ ମନିଟରିଂ ୟୁନିଟ୍‌ (ପିଏମୟୁ) କାର୍ଯ୍ୟ ତଦାରଖ କରିବ ବୋଲି ଜଣାପଡିଛି । ନିଗମର ଇଂଜିନିୟରିଂ ବିଭାଗ ପକ୍ଷରୁ ଏହି କାମ ଖୁବ୍ ଶୀଘ୍ର ଆରମ୍ଭ କରାଯିବ । ମେୟର ସିଂହ ଓ କମିଶନର କଲ୍ୟାଣ ରିଙ୍ଗବନ୍ଧ ବୁଲି ଅନୁଧ୍ୟାନ କରିବା ସମୟରେ ସେମାନଙ୍କ ସହ ସିଏମସିର ୨ ନିର୍ବାହୀ ଯନ୍ତ୍ରୀ ଓ ପିଏମୟୁର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଆସନ୍ତା କିଛି ଦିନ ମଧ୍ୟରେ ଏଥିପାଇଁ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । କଟକର ଏହି ନବିକରଣ କାର୍ଯ୍ୟ ପାଇଁ ପ୍ରାୟ ୫୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ଏହି ନବିକରଣ ମଧ୍ୟରେ କ୍ରିଡ଼ା ବିଶେଷ କରି ହକିକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
Published by:Soubhagya Mishra
First published: