ମାତ୍ର ଅଧ ଘଣ୍ଟାର ବର୍ଷାରେ କଟକ ସହର ହେଲା ବେହାଲ; ସୃଷ୍ଟି ହେଲା କୃତ୍ରିମ ବନ୍ୟା ସ୍ଥିତି

ଲଗାଣ ବର୍ଷା ଯୋଗୁଁ ଗତ ବର୍ଷ ଅଗଷ୍ଟ ମାସରେ ପୂରା ସହର ଦୁଇ ଦୁଇ ଥର ଜଳାର୍ଣ୍ଣବ ହୋଇଥିଲା । କିନ୍ତୁ ଗତ ବର୍ଷ ମିଳିଥିବା ଶିକ୍ଷାରୁ ପ୍ରଶାସନ କିଛି ବି ଗ୍ରହଣ କରିଥିବା ଭଳି ଅନୁମାନ କରାଯାଇ ପାରୁନାହିଁ ।

ମାତ୍ର ଅଧ ଘଣ୍ଟାର ବର୍ଷାରେ କଟକ ସହର ହେଲା ବେହାଲ; ସୃଷ୍ଟି ହେଲା କୃତ୍ରିମ ବନ୍ୟା ସ୍ଥିତି
କଟକର ବିଭିନ୍ନ ଅଞ୍ଚଳରେ ବର୍ଷା ଜଳ ରାସ୍ତାରେ ଜମିରହିଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ମାତ୍ର ଅଧ ଘଣ୍ଟାର ବର୍ଷାରେ ବେହାଲ ହେଲା କଟକ ସହର । ସହରର ତଳି ଅଞ୍ଚଳରେ ସୃଷ୍ଟି ହେଲା କୃତିମ ବନ୍ୟା ପରିସ୍ଥିତି । ରାସ୍ତା ଉପରେ ଚାଲିଥିଲା ୩ ଫୁଟର ପାଣି ।

କିଛି ଦିନ ହେଲା କଟକ ସହରରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । କିନ୍ତୁ ଅଳ୍ପ ବର୍ଷା ହେବା ଯୋଗୁଁ କିଛି ସମୟ ମଧ୍ୟରେ ବର୍ଷା ଜଳ ଜଳ ନିଷ୍ପାସନ ହୋଇ ଯାଉଥିଲା । ହେଲେ ଶନିବାର ଅପରାହ୍ଣରେ ହୋଇଥିବା ମାତ୍ର ଅଧ ଘଣ୍ଟାର ବର୍ଷା ପ୍ରଶାସନର ବର୍ଷା ଜଳ ନିଷ୍କାସନର ପ୍ରସ୍ତୁତିକୁ ସର୍ବ ସମ୍ମୁଖକୁ ଆଣି ଦେଇଛି ।

ଏହି କିଛି ସମୟର ବର୍ଷା ଯୋଗୁଁ ସହରର କାଜିବଜାର, ବିହାରିବାଗ, ମହମ୍ମଦିଆ ବଜାର ଓ ବାଲୁବଜାର ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୋଳମୁଣ୍ଡାଇ ଓ ବାଦାମବାଡ଼ିରେ ମଧ୍ୟ ବର୍ଷା ଜଳ ନିଷ୍କାସନ ହୋଇ ପାରି ନଥିଲା । ଫଳରେ ଡ୍ରେନ ପାଣିରେ ବର୍ଷା ପାଣି ମିଶି ଲୋକଙ୍କ ଘରେ ପଶିବାରୁ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

‘‘କାହାକୁ କିଛି ଅଭିଯୋଗ କରି ଲାଭ ନାହିଁ । ଏଇଟା ଆମର ଦେହସୁହା ହୋଇଗଲାଣି । ବର୍ଷା ହେଲେ ଆମେ ସହରବାସୀ ଜଳବନ୍ଦି ହେବା ଥୟ । ଖାଲି ଭାଗ୍ୟକୁ ଆଦରି ଏଠି ରହିବା କଥା,’’ କହିଛନ୍ତି ବାଦାମବାଡ଼ି ବାସିନ୍ଦା ଦେବର୍ଶୀ ମିଶ୍ର ।

ବାଦାମବାଡ଼ି ଅଞ୍ଚଳ ପରିଦର୍ଶନ ସମୟରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍


ଲକଡାଉନ ଆରମ୍ଭ ହେବା ପରେ ପରେ କଟକ ସହରର ଡ୍ରେନ ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ଲୋକଙ୍କ ଚଳପ୍ରଚଳ କମ ଥିବାରୁ ଓ ଯାନବାହାନ ଚଳାଚଳ ମଧ୍ୟ କମିଥିବାରୁ ସହଜରେ ଡ୍ରେନ୍‌ ମରାମତି ସହ ପଙ୍କ ଉଦ୍ଧାର କାମ ଶେଷ ହେବ ବୋଲି ଆଶା ରଖିଥିଲେ ସହରବାସୀ । କିନ୍ତୁ ଅଢ଼େଇ ମାସ ଧରି ଚାଲିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି କାମ ଶେଷ ହୋଇ ପାରିନାହିଁ । ଶନିବାର ଦିନ ମଧ୍ୟ ସହରର ଅଧିକାଂଶ ସ୍ଥାନରେ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିଲା ।

ଲଗାଣ ବର୍ଷା ଯୋଗୁଁ ଗତ ବର୍ଷ ଅଗଷ୍ଟ ମାସରେ ପୂରା ସହର ଦୁଇ ଦୁଇ ଥର ଜଳାର୍ଣ୍ଣବ ହୋଇଥିଲା । କିନ୍ତୁ ଗତ ବର୍ଷ ମିଳିଥିବା ଶିକ୍ଷାରୁ ପ୍ରଶାସନ କିଛି ବି ଗ୍ରହଣ କରିଥିବା ଭଳି ଅନୁମାନ କରାଯାଇ ପାରୁନାହିଁ । ସହରର ବିଭିନ୍ନ ସ୍ଥାନରେ ଭାଙ୍ଗିରୁଜି ଯାଇଥିବା ଡ୍ରେନର ମରାମତି କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନ ଥିବା ବେଳେ କିଛି କିଛି ସ୍ଥାନରେ ଡ୍ରେନଗୁଡ଼ିକ ଏବେ ବି ପୁଙ୍ଗୁଳା ହୋଇ ପଡ଼ି ରହିଛି ।

‘‘କିଛି ବାଟ ଡ୍ରେନ କାମ ଆରମ୍ଭ ହୋଇଥିଲା, କିନ୍ତୁ ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି । କିପରି ତୁରନ୍ତ ଡ୍ରେନଗୁଡ଼ିକର କାମ ଶେଷ କରାଯିବ ସେ ନେଇ ବ୍ୟବସ୍ଥା କରାଯାଉଛି । ଏହା ଛଡ଼ା ଏକ ଡି.ପି.ଆର୍‌. ପ୍ରସ୍ତୁତ କରି କୁସୁନପୁର ଦେଇ ଯାଇଥିବା ମୁଖ୍ୟ ଡ୍ରେନର କାମ ବର୍ଷା ପରେ ଆରମ୍ଭ କରାଯିବ,’’ ବାଦାମବାଡ଼ି ଅଞ୍ଚଳ ପରିଦର୍ଶନ ସମୟରେ କହିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ।

କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି: ‘‘ଆମେମାନେ ମଧ୍ୟ ସଚେତନ ଅଛୁ । ଗତ ବର୍ଷ ଭଳି ଜଳବନ୍ଦୀ ସମସ୍ୟାର ସମାଧାନ ଲାଗି ଆମ ଇଞ୍ଜିନିୟରମାନେ ମଧ ପ୍ରସ୍ତୁତ ଅଛନ୍ତି । ତେଣୁ ମୋ’ର ବିଶ୍ବାସ ଯେ ସେମିତି କିଛି ହେବ ନାହିଁ ।’’

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 14, 2020, 1:15 AM IST
corona virus btn
corona virus btn
Loading