ବିଦେଶୀ ମୁଦ୍ରା ଲୋଭରେ ପଡ଼ି ୨ ଲକ୍ଷ ଟଙ୍କା ହରାଇଲେ କଟକ ବ୍ୟବସାୟୀ

ସାଉଦି ଆରବୀୟ ମୁଦ୍ରା ବଦଳରେ କାଗଜ ଵିଡ଼ା ଦେଇ ଠକ ନେଇଗଲେ ୨ ଲକ୍ଷ ଟଙ୍କା। ମିଳିଥିବା ସୂଚନା ଅନୁସାରେ, ମହମ୍ମଦ ମୋହିଦିନ ହଜଯାତ୍ରା ଲାଗି ଯୋଗାଡ଼ କରୁଥିଲେ ସାଉଦି ଆରବୀୟ ମୁଦ୍ରା।

ବିଦେଶୀ ମୁଦ୍ରା ଲୋଭରେ ପଡ଼ି ୨ ଲକ୍ଷ ଟଙ୍କା ହରାଇଲେ କଟକ ବ୍ୟବସାୟୀ

ବିଦେଶୀ ମୁଦ୍ରା ଲୋଭରେ ପଡ଼ି ୨ ଲକ୍ଷ ଟଙ୍କା ହରାଇଲେ କଟକ ବ୍ୟବସାୟୀ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ବିଦେଶୀ ମୁଦ୍ରା ଲୋଭରେ ପଡ଼ି ୨ ଲକ୍ଷ ହରାଇଲେ ବ୍ୟବସାୟୀ। ଠକେଇର ଶିକାର ହୋଇଥିବା ବ୍ୟକ୍ତି ହେଲେ କଟକର ବ୍ୟବସାୟୀ ମହମ୍ମଦ ମୋହିଦିନ।

ସାଉଦି ଆରବୀୟ ମୁଦ୍ରା ବଦଳରେ କାଗଜ ଵିଡ଼ା ଦେଇ ଠକ ନେଇଗଲେ ୨ ଲକ୍ଷ ଟଙ୍କା। ମିଳିଥିବା ସୂଚନା ଅନୁସାରେ,ମହମ୍ମଦ ମୋହିଦିନ ହଜଯାତ୍ରା ଲାଗି ଯୋଗାଡ଼ କରୁଥିଲେ ସାଉଦି ଆରବୀୟ ମୁଦ୍ରା।

୨ ଲକ୍ଷ ଟଙ୍କା ବଦଳରେ ୩ ଲକ୍ଷ ଟଙ୍କାର ସାଉଦି ଆରବୀୟ ମୁଦ୍ରା ଦେଇଥାନ୍ତେ ଦୁଇ ଜଣ ଠକ। ଏନେଇ ଫୋନ ଯୋଗେ ଯୋଗାଯୋଗ ହୋଇଥିଲା। କଟକର ଏକ ମସଜିଦରେ ନମାଜ ପାଠ ବେଳେ ଠକମାନଙ୍କ ସହ ପରିଚିତ ହୋଇଥିଲେ ସେ। ଏହାପରେ ଠକ ଗୋଟିଏ ଅସଲି ସାଉଦି ଆରବୀୟ ମୁଦ୍ରା ଦେଖାଇ ବିଶ୍ୱାସ ଜନ୍ମାଇଥିଲା।

ଗତ ରବିବାର ଭୁବନେଶ୍ୱର କଳ୍ପନା ଅଞ୍ଚଳରେ ଏହି ଟଙ୍କାର ହୋଇଥିଲା କାରବାର। ମୁଖ୍ୟ ରାସ୍ତା ଉପରେ ଗହଳି କହି ରୁମାଲ ଭର୍ତ୍ତି କାଗଜ ଵିଡ଼ା ଦେଇ ଚମ୍ପଟ ମାରିଥିଲେ ଦୁଇ ଠକ। ରୁମାଲ ଖୋଲିବା ପରେ କାଗଜ ଦେଖି ମହମ୍ମଦ ମୋହିଦିନ ବଡଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଠକ ଦୁଇ ଜଣଙ୍କର କୌଣସି ସୁରାକ ଏପର୍ଯ୍ୟନ୍ତ ମିଳିନାହିଁ।
Published by:Lipina Das
First published: