କଟକ: ୨୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହେଲା; ୬ ଜଣ ଅଭିଯୁକ୍ତ ଗିରଫ ହେଲେ

ସବୁଠୁ ବଡ଼ କଥା ହେଉଛି ଏହି ଗ୍ୟାଙ୍ଗ ଏନ-୧୦, ଆଲଜୋଲାନ୍ ୦.୫ ଓ ଆଲପ୍ରାକ୍ସ ୦.୫ ଭଳି ନିଶା ବଟିକାକୁ ଗ୍ରାଇଣ୍ଡରରେ ଗୁଣ୍ଡକରି ତାର ମିଶ୍ରଣକୁ ବ୍ରାଉନସୁଗାରରେ ମିଶାଇ ବିକ୍ରି କରୁଥିଲେ । ବ୍ରାଉନ ସୁଗାର ଦାମ ଅଧିକ ହୋଇଥିବାରୁ ଅଭିଯୁକ୍ତମାନେ ସେଥିରେ ଏହି ବଟିକା ଚୁର୍ଣ୍ଣକୁ ମିଶ୍ରଣ କରି ବିକ୍ରି କରୁଥିଲେ ।

କଟକ: ୨୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହେଲା; ୬ ଜଣ ଅଭିଯୁକ୍ତ ଗିରଫ ହେଲେ
ଜବତ ବ୍ରାଉନ ସୁଗାର ଓ ଗିରଫ ହୋଇଥିବା ଅଭିଯୁକ୍ତ
  • News18 Odia
  • Last Updated: December 24, 2020, 8:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: ସିଲଭର ସିଟି କଟକରେ ଚାଲିଥିବା ନିଶା କାରବାରର ଏକ ବଡ଼ ରାକେଟକୁ କମିଶନରେଟ ପୋଲିସ ଠାବ କରିଛି । ବେଆଇନ ନିଶା କାରବାର ବିଶେଷ କରି ବ୍ରାଉନ ସୁଗାର ଓ ପ୍ରତିବନ୍ଧିତ ନିଶା ଔଷଧକୁ ବିକ୍ରି କରିବା ଅଭିଯୋଗରେ ପୋଲିସ ମୋଟ ୬ ଜଣଙ୍କୁ ଗିରଫ କରିଛି । ଏହା ସହିତ ସେମାନଙ୍କ ଠାରୁ ୨୩୩ ଗ୍ରାମର ବ୍ରାଉନ ସୁଗାର ସହିତ ୩୧ ହଜାର ଟଙ୍କା ଓ ବିପୁଳ ପରିମାଣର ନିଶା ବଟିକା ମଧ ଜବତ କରିଛି ।

ସବୁଠୁ ବଡ଼ କଥା ହେଉଛି ଏହି ଗ୍ୟାଙ୍ଗ ଏନ-୧୦, ଆଲଜୋଲାନ୍ ୦.୫ ଓ ଆଲପ୍ରାକ୍ସ ୦.୫ ଭଳି ନିଶା ବଟିକାକୁ ଗ୍ରାଇଣ୍ଡରରେ ଗୁଣ୍ଡକରି ତାର ମିଶ୍ରଣକୁ ବ୍ରାଉନସୁଗାରରେ ମିଶାଇ ବିକ୍ରୟ କରୁଥିଲେ । ବ୍ରାଉନ ସୁଗାର ଦାମ ଅଧିକ ହୋଇଥିବାରୁ ଅଭିଯୁକ୍ତମାନେ ସେଥିରେ ଏହି ବଟିକା ଚୁର୍ଣ୍ଣକୁ ମିଶ୍ରଣ କରି ବିକ୍ରି କରୁଥିଲେ ।

ଏହା ବି ପଢ଼ନ୍ତୁInside PHOTOS: କରୀନା, କଙ୍ଗନା, ମଲାଇକା... ଏମାନେ କେମିତି Christmas 2020 ପାଳନ କଲେ

ବିଶେଷ କରି ଯୁବ ପିଢ଼ି ହିଁ ଏମାନଙ୍କ ମୁଖ୍ୟ ଗ୍ରାହକ ଥିଲେ । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ନିଶା ବଟିକାକୁ ଗୁଣ୍ଡ କରିବା କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଏକ ଗ୍ରାଇଣ୍ଡର ମଧ୍ୟ ପୋଲିସ ଜବତ କରିଛି ।

ଏହି ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ଦରଘା ବଜାର ବାସିନ୍ଦା ଆବିଦ ଖାନକୁ ଧରିବା ପରେ ପୋଲିସ ଏହି ରାକେଟ୍ ବାବଦରେ ସୁରାକ ପାଇଥିଲା । ଆବିଦକୁ ପଚରା ଉଚାରାରୁ ସେ ମଙ୍ଗଳାବାଗର ଦୁଇଟି ଔଷଧ ଦୋକାନରୁ ବିଭିନ୍ନ ପ୍ରକାର ନିଶା ବଟିକା ଆଣି ସେଗୁଡ଼ିକୁ ବ୍ରାଉନ ସୁଗାରରେ ମିଶାଇ ସହରର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ପୋଲିସକୁ କହିଥିଲା । ଏହା ପରେ ପୋଲିସ ସମ୍ପୃକ୍ତ ଦୁଇ ଔଷଧ ଦୋକାନୀଙ୍କୁ ଜେରା କରିବାରୁ ସେ ପୂରା ନେଟୱାର୍କ ବାବଦରେ ପୋଲିସକୁ ସୂଚନା ଦେଇଥିଲେ ।

ଜବତ ହୋଇଥିବା ବ୍ରାଉନ ସୁଗାର, ନିଶା ବଟିକା ଓ ଟଙ୍କା


ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ ୧୦ ଗ୍ରାମ ବ୍ରାଉନ ସୁଗାର ଦାମ ୧୦ ହଜାର ଟଙ୍କା ହୋଇଥିବା ବେଳେ ଏହି ଅଭିଯୁକ୍ତମାନେ ୫ ଗ୍ରାମ ବ୍ରାଉନ ସୁଗାରେ ୫ ଗ୍ରାମର ନିଶା ବଟିକା ଚୁର୍ଣ୍ଣକୁ ମିଶାଇ ତାକୁ ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲେ ।

ଏହା ବି ପଢ଼ନ୍ତୁ | ବିକିନି ଜାଗାରେ କେବଳ ଫୁଲ ଇଣ୍ଟରନେଟରେ ହଙ୍ଗାମା ମଚେଇଥିବା କେତେକ ଫଟୋ

ପ୍ରତି ଗ୍ରାମ ପିଛା ୫ ହଜାର କରି ଏମାନେ ଏହି ଅପମିଶ୍ରିତ ବ୍ରାଉନ ସୁଗାର ବା ଧଳା ଜହରକୁ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି ।



"ଆବିଦ ନାଁ ପୂର୍ବରୁ ମାମଲା ଥିଲା । ଏବଂ ସେ ନିଶା କାରବାର କରୁଥିବା ନେଇ ପ୍ରଥମେ ଆମେ ଖବର ପାଇଲୁ । ଆବିଦକୁ ଧରିବା ପରେ ଆମେ ଅନ୍ୟମାନଙ୍କ ବିଷୟରେ ସୂଚନା ପାଇଥିଲୁ । ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ କରାଯାଉଛି," କହିଛନ୍ତି ଜୋନ-୩ ଏସିପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ ଜେନା ।
Published by: Jagdish Barik
First published: December 24, 2020, 8:34 PM IST
corona virus btn
corona virus btn
Loading