କଟକ ବୃଦ୍ଧ ଦମ୍ପତି ହତ୍ୟା: ଦୃବୁର୍ତ୍ତମାନଙ୍କର ଏକ ମାତ୍ର ଲକ୍ଷ ଥିଲା ହତ୍ୟା କରିବା

ଅବସରପ୍ରାପ୍ତ ସରକାରୀ ଅଧିକାରୀ ଶ୍ରୀନାଥ ସମାଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କ ନିର୍ମମ ହତ୍ୟା ପଛରେ ପୂର୍ବ ଶତୃତା ହିଁ ଥିଲା ଏକ ମାତ୍ର କାରଣ । ଅନେକ ଲୋକଙ୍କୁ ସନ୍ଦେହ ଘେରକୁ ନେଇ ପଚ଼ରାଉଚ଼ରା କରୁଛି ପୋଲିସ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ବି ଅଛନ୍ତି ।

କଟକ ବୃଦ୍ଧ ଦମ୍ପତି ହତ୍ୟା: ଦୃବୁର୍ତ୍ତମାନଙ୍କର ଏକ ମାତ୍ର ଲକ୍ଷ ଥିଲା ହତ୍ୟା କରିବା
ଶ୍ରୀନାଥ ସାମଲ ଓ ବିଦୁଲତା ସାମଲ
  • News18 Odia
  • Last Updated: December 14, 2019, 4:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କଟକ: ବେଲେଶ୍ବରରେ ଘଟିଥିବା ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲ ହତ୍ୟା ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌ । ପୂର୍ବରୁ ଏହାକୁ ଏକ ଲୁଟ୍‌ ମାମଲାରେ ହତ୍ୟା ବୋଲି ବିବେଚନା କରାଯାଉଥିଲା, ମାତ୍ର ତଦନ୍ତରୁ ଜଣା ପଡ଼ିଛି ଯେ ବୃଦ୍ଧ ଦମ୍ପତିଙ୍କୁ କେବଳ ହତ୍ୟା କରିବା ହିଁ ଦୃବୁର୍ତ୍ତମାନଙ୍କର ଏକ ମାତ୍ର ଲକ୍ଷ ଥିଲା ।

ହତ୍ୟାକାରୀମାନେ ଯୋଜନାବଦ୍ଧଭାବେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ଏବଂ ଏହା ପଛରେ ପୂର୍ବ ଶତୃତା ହିଁ ଏକ ମାତ୍ର କାରଣ ବୋଲି ପୋଲିସ ତଦନ୍ତରୁ ସାମନାକୁ ଆସିଛି ।

‘‘ବୃଦ୍ଧ ଦମ୍ପତିଙ୍କୁ କେବଳ ହତ୍ୟା କରିବା ହିଁ ଦୃବୁର୍ତ୍ତମାନଙ୍କର ଏକ ମାତ୍ର ଲକ୍ଷ ଥିଲା । ବୃଦ୍ଧ ଦମ୍ପତିଙ୍କ ସହ ଦୃବୁର୍ତ୍ତମାନଙ୍କର କୌଣସି କାରଣକୁ ନେଇ ପୂର୍ବ ଶତୃତା ଥିଲା,’’ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ।

ତେବେ ଦୃବୁର୍ତ୍ତମାନେ ଶ୍ରୀନାଥଙ୍କ ଆଲମାରୀକୁ ଖୋଲିଥିଲେ ମଧ୍ୟ ସେଥିରୁ କୌଣସି ଜିନିଷ ନେଇ ନାହାନ୍ତି । ଏପରିକି ଆଲମାରୀ ଖୋଲିବା ପରେ ସୁନା ଅଳଙ୍କାର ଥିବା ବ୍ୟାଗଟି ମଧ୍ୟ ସେଠାରେ ସେମିତି ଥିଲା । ତା’ ସହ କିଛି ନଗଦ ଟଙ୍କା ମଧ୍ୟ ରହିଥିଲା । ସେସବୁକୁ ଦେଖି ବି ଦୁବୃର୍ତ୍ତମାନେ ଲୁଟ୍‌ କରି ନାହାନ୍ତି ।

ହତ୍ୟାକୁ ଏକ ଲୁଟ୍‌ ପରବର୍ତ୍ତୀ ଘଟଣାର ରୂପ ଦେବା ପାଇଁ ଦୃବୁର୍ତ୍ତମାନେ ଶ୍ରୀନାଥଙ୍କ ଘରେ ଥିବା ଆଲମାରୀକୁ ଖୋଲିଥିଲେ ବୋଲି ପୋଲିସ ସନ୍ଦେହ କରୁଛି । ଦୃବୁର୍ତ୍ତମାନେ କିଛି କାଗଜ ପତ୍ରର ସନ୍ଧାନରେ ଥିଲେ ବୋଲି ମଧ୍ୟ କଥା ସାମନାକୁ ଆସୁଛି । ମୃତ ଶ୍ରୀନାଥଙ୍କ ଠାରୁ କିଛି ଲୋକ ମୋଟା ଅଙ୍କର ଟଙ୍କା ସୁଧରେ ନେଇଥିବା କଥା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି । ତେବେ ଦୃବୁର୍ତ୍ତମାନେ ସେହି ସୁଧ ବାବଦରେ କିଛି ଏଗ୍ରିମେଣ୍ଟ୍‌ କାଗଜ ଖୋଜୁଥାଇ ପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହେଉଛି ।

ଏହାରି ଭିତରେ ଅନେକ ଲୋକଙ୍କୁ ପୋଲିସ ସନ୍ଦେହ ଘେରକୁ ନେବା ସହ ପଚରା ଉଚରା ମଧ୍ୟ କରୁଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ପୋଲିସ ଘଟଣାସ୍ଥଳ ପରିଦର୍ଶନ ମଧ୍ୟ କରାଇଥିଲା । ତେବେ ସମ୍ପୃକ୍ତ ମହିଳା ଜଣକ କିଏ ତାହା ଜଣା ପଡିନାହିଁ ।

ତେବେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ସେଲ୍‌ ଚ଼ାଲିଥିବା ବେଳେ ଶ୍ରୀନାଥ ଓ ବିଦୁଲତା ଏହି ସେଲରେ ନିଜ ନାମ ପଞ୍ଚିକୃତ କରିନଥିଲେ ।

‘‘ପଞ୍ଜିକରଣ କରିନଥିବା ବରିଷ୍ଠ ନାଗରୀକଙ୍କ ସଂଖ୍ୟା କେତେ ତାହାର ଅନୁଧ୍ୟାନ କରିବା ସହ ସେମାନଙ୍କ ପାଖରେ ପହଁଚି଼ ପଞ୍ଚିକରଣ କାର୍ଯ୍ୟ କରାଇବା ପାଇଁ ଏକ ସ୍ବତନ୍ତ୍ର ଡ୍ରାଇଭ କରାଯିବ,’’ କହିଛନ୍ତି କଟକ ଡିସିପି ।

ଗତ ଗୁରୁବାର ରାତି ପ୍ରାୟ ୭ଟା ରୁ ୮ଟା ମଧ୍ୟରେ ବେଲେଶ୍ବର ମନ୍ଦିର ନିକଟରେ ଥିବା ନିଜ ଘରେ ଏକାକୀ ରହୁଥିବା ଅବସରପ୍ରାପ୍ତ ସରକାରୀ ଅଧିକାରୀ ଶ୍ରୀନାଥ ସମାଲ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ରରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡିସିପି ପ୍ରମୋଦ ରଥଙ୍କ ନେତୃତ୍ବରେ ଏକ ଚାରିଜଣିଆ ପୋଲିସ ଟିମ୍‌ ଗଠନ କରାଯାଇଛି ।
First published: December 14, 2019, 4:35 PM IST
corona virus btn
corona virus btn
Loading