ନାଳରେ ପଶି ପ୍ରତିବାଦ କଲେ ବିଧାୟକ; କାମ ନହେଲେ ଅନଶନ ବି କରିବେ

କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ସିଡିଏ ପେଟା ନାଳରେ ପଶି ପ୍ରତିବାଦ ଜଣାଇଛନ୍ତି । ପେଟା ନାଳର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ ଦାବିରେ ଏପରି କରିଛନ୍ତି ବିଧାୟକ ।

ପ୍ରତିବାଦ କରୁଛନ୍ତି ବିଧାୟକ (ପ୍ରତୀକାତ୍ମକ ଛବି)

ପ୍ରତିବାଦ କରୁଛନ୍ତି ବିଧାୟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନାଳରେ ପଶି ପ୍ରତିବାଦ କରୁଛନ୍ତି ବିଧାୟକ । କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ସିଡିଏ ପେଟା ନାଳରେ ପଶି ପ୍ରତିବାଦ ଜଣାଇଛନ୍ତି । ପେଟା ନାଳର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ ପାଇଁ ବାରମ୍ବାର ଦାବି କରାଯାଉଥିଲେ ସୁଦ୍ଧା ଏହାର କାର୍ଯ୍ୟକାରୀ ହେଉନଥିବାରୁ ଏପରି କରିଛନ୍ତି ବିଧାୟକ।

ଏନେଇ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ କହିଛନ୍ତି,"ଦୀର୍ଘ ୨୨ ବର୍ଷର ବିଜେଡ଼ି ସରକାର ସବୁବେଳେ ସିଡିଏ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଛି । ପେଟା ନାଳର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେବା ପରେ ଏହାର ପୁନଃରୁଦ୍ଧାର ପାଇଁ ବିଧାନସଭାରେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପେଟା ନାଳର ପୁନରୁଦ୍ଧାର କାମକୁ ଅନୁମତି ମିଳିଛି। ହେଲେ ତାହା ଏବେବି ଫାଇଲ ତଳେ ଚାପି ହୋଇଯାଇଛି। ତେଣୁ  ଆଜି ମୁଁ ଏ ନାଳରେ ପଶି ଲୋକେ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଅନୁଭବ କରିଛି । ଆସନ୍ତା ତିନି ମାସ ଭିତରେ କାମ ଆରମ୍ଭ ନହେଲେ ଆମରଣ ଅନଶନରେ ବସିବି"।

ସେପଟେ ଜିଲ୍ଲା ବିଜେଡ଼ି ସଭାପତି କହିଛନ୍ତି ବିଧାୟକ ନିଜର ଦକ୍ଷତା ଦେଖାଇ ପାରୁ ନାହାନ୍ତି ବୋଲି ଏଭଳି କହୁଛନ୍ତି । ଏହାର କାର୍ଯ୍ୟ ପାଇଁ ଟେଣ୍ଡର ହୋଇଛି ବର୍ଷା ଦିନ ପରେ କାର୍ଯ୍ୟ ହେବ ।
Published by:Soumya Das
First published: