ଲକ୍ଷାଧିକ ଦର୍ଶକଙ୍କ ଉପସ୍ଥିତି ଯୋଗୁଁ ଲୋକାରଣ୍ୟ ହୋଇ ଉଠୁଛି କଟକ ବାଲିଯାତ୍ରା ପଡ଼ିଆ

ଅତ୍ୟଧିକ ଟ୍ରାଫିକ ଜାମ ଯୋଗୁଁ ମେଳା ପର୍ଯ୍ୟନ୍ତ ନ ଆସିପାରି ଫେରି ଯାଉଛନ୍ତି ହଜାର ହଜାର ଲୋକ।

ଦିନ ଦିନକୁ ରଙ୍ଗୀନ ହେବାରେ ଲାଗିଛି କଟକ ବାଲିଯାତ୍ରା

ଦିନ ଦିନକୁ ରଙ୍ଗୀନ ହେବାରେ ଲାଗିଛି କଟକ ବାଲିଯାତ୍ରା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ପ୍ରତି ସନ୍ଧ୍ୟାରେ ଲକ୍ଷାଧିକ ଦର୍ଶକଙ୍କ ଉପସ୍ଥିତି ଯୋଗୁଁ ଲୋକାରଣ୍ୟ ହୋଇ ଉଠୁଛି କଟକ ବାଲିଯାତ୍ରା ପଡ଼ିଆ। କିନ୍ତୁ ବାଲିଯାତ୍ରାକୁ ଦିନ ଯେତିକି ବିତୁଛି ଭିଡ଼ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଛି। ବାଲିଯାତ୍ରା ପ୍ରଥମ ତିନିଦିନରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ଶୁକ୍ରବାର ପର ଠାରୁ ପ୍ରତି ସନ୍ଧ୍ୟାରେ ଅସମ୍ଭବ ପ୍ରକାର ଭିଡ଼ ପରିଲକ୍ଷିତ ହେଉଛି।

ପ୍ରତି ସନ୍ଧ୍ୟାରେ ଲକ୍ଷାଧିକ ଦର୍ଶକଙ୍କ ଉପସ୍ଥିତି ଯୋଗୁଁ ଲୋକାରଣ୍ୟ ହୋଇ ଉଠୁଛି କଟକ ବାଲିଯାତ୍ରା ପଡ଼ିଆ। କିନ୍ତୁ ବାଲିଯାତ୍ରାକୁ ଦିନ ଯେତିକି ବିତୁଛି ଭିଡ଼ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଛି। ବାଲିଯାତ୍ରା ପ୍ରଥମ ତିନିଦିନରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ଶୁକ୍ରବାର ପର ଠାରୁ ପ୍ରତି ସନ୍ଧ୍ୟାରେ ଅସମ୍ଭବ ପ୍ରକାର ଭିଡ଼ ପରିଲକ୍ଷିତ ହେଉଛି।

କେବଳ ମୁଖ୍ୟ ରାସ୍ତା ନୁହେଁ ବରଂ ସହର ଭିତର ଦେଇ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ମଧ୍ୟ ଜାମ ହୋଇଯାଉଛି। ଗାଡ଼ି ପାର୍କିଂ ପାଇଁ ମୋଟ ୧୬ଟି ପାର୍କିଂ ସ୍ଥଳ କରାଯାଇଥିଲେ ମଧ୍ୟ ସନ୍ଧ୍ୟା ପୂର୍ବରୁ ହିଁ ସେହି ପାର୍କିଂ ସ୍ଥଳ ଗୁଡ଼ିକ ପୂରଣ ହେଇଯାଉଥିବାରୁ ଗାଡ଼ି ରଖିବା ପାଇଁ ସ୍ଥାନର ଅଭାବ ଯୋଗୁଁ ଯାତ୍ରା ଦେଖିବାକୁ ଆସୁଥିବା ଲୋକମାନଙ୍କୁ ପାର୍କିଂରୁ ଗାଡ଼ି ଖାଲି ହେବା ପର୍ଯ୍ୟନ୍ତ ରାସ୍ତାରେ ଅପେକ୍ଷା କରିବାକୁ ପଡୁଛି।

ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହ ଶହ ଶହ ସଂଖ୍ୟାରେ ଏନସିସି ଓ ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ ଟ୍ରାଫିକ ବ୍ୟବସ୍ଥାରେ କୌଣସି ସୁଧାର ଆସି ପାରୁନାହିଁ।

ଗୋଟିଏ ସମୟରେ ଲକ୍ଷାଧିକ ଲୋକ ମେଳା ଦେଖିବା ପାଇଁ ଆସୁଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି। କିନ୍ତୁ ଲୋକଙ୍କୁ ଯେମିତି ସମସ୍ୟାର ସମ୍ମୁଖିନ ହେବାକୁ ନ ପଡ଼େ ସେଥିପାଇଁ ପୋଲିସ ଯତ୍ନବାନ ଥିବା କଥା କହିଛନ୍ତି କଟକ ଡିସିପି ପିନାକ ମିଶ୍ର।

ସେପଟେ ବୁଧବାର ବାଲିଯାତ୍ରାର ଶେଷ ଦିନ ଥିବାରୁ ବାକି ତିନି ଦିନ ମଧ୍ୟ ସମ୍ଭବ ପ୍ରକାର ଭିଡ଼ ପରିଲକ୍ଷିତ ହେବ। ପୂର୍ବ ୬ ଦିନର ଭିଡ଼ ଅପେକ୍ଷା ଆଗକୁ ହେବାକୁ ଥିବା ଜନଗହଳି ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରାଯାଉଛି।
Published by:Lipina Das
First published: