ଦିନକୁ ଦିନ ରଙ୍ଗୀନ ହେବାରେ ଲାଗିଛି କଟକ ବାଲିଯାତ୍ରା; ଆସିବେ କୈଳାଶ ଖେର ଓ ଜାବେଦ ଅଲ୍ଲି

ଶୁକ୍ରବାର ଦିନ କୈଳାଶ ଖେର ଓ ଶନିବାର ଦିନ ଜାବେଦ ଅଲ୍ଲି ନିଜ ନିଜ ଟିମ ସହ ବାଲିଯାତ୍ରରେ ପଡ଼ିଆରେ ସଙ୍ଗୀତ ପରିବେଷଣ କରିବେ। ଯାହାକୁ ନେଇ ଉତ୍ସାହିତ ଦର୍ଶକ।

ଦିନ ଦିନକୁ ରଙ୍ଗୀନ ହେବାରେ ଲାଗିଛି କଟକ ବାଲିଯାତ୍ରା

ଦିନ ଦିନକୁ ରଙ୍ଗୀନ ହେବାରେ ଲାଗିଛି କଟକ ବାଲିଯାତ୍ରା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ସମୟକୁ ସମୟ ଅଧିକରୁ ଅଧିକ ରଙ୍ଗୀନ ହେବାରେ ଲାଗିଛି ବାଲିଯାତ୍ରାର ପ୍ରତି ସନ୍ଧ୍ୟା। ବାଲିଯାତ୍ରାକୁ ଯେତିକି ଅଧିକ ଦିନ ବିତୁଛି ସେତିକି ଅଧିକ ଆକର୍ଷଣୀୟ ହେଉଛି ଏହି ବିଶ୍ୱ ପ୍ରସିଦ୍ଧ ମେଳା। ବିଶେଷ କରି ସୂର୍ଯ୍ୟ ନଇଁବା ପରେ ଚିକ୍ ମିକ ଆଲୋକରେ ରଙ୍ଗୀନ ହୋଇ ଉଠୁଛି ପୂରା ବାଲିଯାତ୍ରା ପଡ଼ିଆ।

ଗୋଟିଏ ପଟେ ରଙ୍ଗ ବେରଙ୍ଗର ଆଲୋକ ଏହି ମେଳାକୁ ରଙ୍ଗୀନ କରି ଗଢ଼ି ତୋଳୁଥିବା ବେଳେ ଅନ୍ୟପଟେ ଏହି ମେଳାରେ ଉପଲବ୍ଧ ଥିବା ବିଭିନ୍ନ ପ୍ରକାରର ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମରେ ଭାଗ ନେଇ ଦର୍ଶକଙ୍କ ମନ ବି ରଙ୍ଗୀନ ହୋଇ ଉଠୁଛି।

୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଏହି ଐତିହାସିକ ବାଲିଯାତ୍ରା ।


ବିଶେଷ କରି ଚଳିତ ବର୍ଷ ବାଲିଯାତ୍ରାରେ ଲୋକଙ୍କ ମନ ମୋହୁଛି କଟକ-ଇନ-କଟକ ପାଭିଲିୟନ୍। ସବୁଜିମା ପରିବେଶ ମଧ୍ୟରେ ଆଉ ଗୋଟିଏ ସ୍ଥାନରେ ପୂରା କଟକର କିର୍ତ୍ତିରାଜିକୁ ଦେଖି ଅଭିଭୁତ ହେଉଛନ୍ତି ଲୋକେ। ଏହା ବ୍ୟତୀତ ବାଲିଯାତ୍ରାରେ ଚଟପଟି ତଥା ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟର ମଜା ମଧ୍ୟ ଉଠାଛନ୍ତି ଦର୍ଶକ। ତେବେ ଦର୍ଶକଙ୍କ ଆକର୍ଷଣ ଅନ୍ୟତମ କେନ୍ଦ୍ର ପାଲଟିଛି ଅକ୍ଷୟ ମହାନ୍ତି ମଞ୍ଚ। ଏହି ମଞ୍ଚରେ ପରିବେଶଷ ହେଉଥିବା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମକୁ ବି ଲୋକେ ମନ ଭରି ଉପଭୋଗ କରୁଛନ୍ତି।

"ଦୁଇ ବର୍ଷ ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି। ପୂର୍ବରୁ ତ ବାଲିଯାତ୍ରା ସବୁବେଳେ ସୁନ୍ଦର କିନ୍ତୁ ଏଥର ଏତେ ସୁନ୍ଦର ଲାଗୁଛି ଯେ ତାହାକୁ ଭାଷାରେ ବର୍ଣ୍ଣନା କରିବା ମୁସକିଲ। ସବୁ ଠାରୁ ବଡ଼ କଥା ହେଲା ଏଥର ରାସ୍ତା ଚଉଡ଼ା କରାଯାଇଥିବାରୁ ଲୋକ ଗହଳି ଥିଲେ ମଧ୍ୟ କୌଣସି ଗୋଟିଏ ଜାଗାରେ ଭିଡ଼ ହେଉ ନାହିଁ," କହିଛନ୍ତି ବାଲିଯାତ୍ରା ବୁଲିବାକୁ ଆସିଥିବା ପ୍ରୀତି।

ଅକ୍ଷୟ ମହାନ୍ତି ମଞ୍ଚ ପାଇଁ ବୁଧବାର ସନ୍ଧ୍ୟା ଥିଲା ଏକ ଅବିଷ୍ମରଣୀୟ ସମୟ। ତାହା ଥିଲା ବିଶିଷ୍ଟ ବଂଶୀ ବାଦକ ପଦ୍ମଭୁଷଣ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଦ୍ବାରା ପରିବେଷଣ କରାଯାଇଥିବା ସ୍ବତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ। ଦୀର୍ଘ ବର୍ଷ ପରେ ବାଲିଯାତ୍ରାରେ ବଂଶୀବାଦନ କରୁଥିବା ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ବଂଶୀ ଧ୍ବନୀ ଶୁଣି ଦର୍ଶକ ଯେତିକି ବିଭୋର ହୋଇଥିଲେ ତା ଠାରୁ ଅଧିକ ଖୁସି ପ୍ରକାଶ କରିଛନ୍ତି ନିଜେ ପଣ୍ଡିତ ହରିପ୍ରସାଦ ଚୌରସିଆ।

ଏହି ଅବସରରେ କଟକ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କ ବାବଦରେ ସେ ସମସ୍ତଙ୍କୁ ଅବଗତ କରାଇଥିଲେ। ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ କାର୍ଯ୍ୟକ୍ରମ ପରେ ପରେ ଓଲିଉଡ କଣ୍ଠଶିଳ୍ପିମାନଙ୍କ ଦ୍ବାରା ପରିବେଶଣ କରାଯାଇଥିବା ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ଦର୍ଶକଙ୍କ ମନ୍ତ୍ର ମୁଗ୍ଧ କରିଥିଲା।

"ନିହାତି ଭାବେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଶଷୀୟ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଲୋକଙ୍କୁ ମଧ୍ୟ ଏହା ପସନ୍ଦ ଆସୁଛି," କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

ତେବେ ଆଗକୁ ବାଲିଯାତ୍ରାରେ କୈଳାସ ଖେର ଓ ଜାବେଦ ଅଲ୍ଲିଙ୍କ ଭଳି କଳାକାରଙ୍କ ଶୋ ଅନୁଷ୍ଠିତ ହେବ। ଶୁକ୍ରବାର ଦିନ କୌଳାଶ ଖେର ଓ ଶନିବାର ଦିନ ଜାବେଦ ଅଲ୍ଲି ନିଜ ନିଜ ଟିମ ସହ ବାଲିଯାତ୍ରରେ ପଡ଼ିଆରେ ସଙ୍ଗୀତ ପରିବେଷଣ କରିବେ।
Published by:Lipina Das
First published: