ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚୋରା ବେପାରୀଠୁ ୪ଟି ବନ୍ଧୁକ କିଣିଥିଲେ ଆଲବମ୍ ଅଭିନେତା-ନିର୍ଦ୍ଦେଶକ ଜିତୁ ରାଉତ, ଗିରଫ ହେଲେ

ଚୋରା ବେପାରୀଠୁ ୪ଟି ବନ୍ଧୁକ କିଣିଥିଲେ ଆଲବମ୍ ଅଭିନେତା-ନିର୍ଦ୍ଦେଶକ ଜିତୁ ରାଉତ, ଗିରଫ ହେଲେ

ପ୍ରତି ବନ୍ଧୁକ ୨୫ ହଜାର ଟଙ୍କା ଲେଖାଏଁ କରି ମୋଟ ଏକ ଲକ୍ଷ ଟଙ୍କା ଦେଇ କଟକର ବନ୍ଧୁକ ବେପାରୀ ପ୍ରକାଶ ଠାରୁ ଗତ ବର୍ଷ ଚାରିଟି ବନ୍ଧୁକ କିଣିଥିଲେ ଆଲବମ୍ ଅଭିନେତା ଜିତୁ ରାଉତ । ତାଙ୍କ ପାଖରୁ ଗୋଟିଏ ବନ୍ଧୁକ ଜବତ ହୋଇଛି ।

ଚୋରା ବେପାରୀଠୁ ୪ଟି ବନ୍ଧୁକ କିଣିଥିଲେ ଆଲବମ୍ ଅଭିନେତା-ନିର୍ଦ୍ଦେଶକ ଜିତୁ ରାଉତ, ଗିରଫ ହେଲେ
ଆଲବମ୍ ନିର୍ଦ୍ଦେଶକ ତଥା ଅଭିନେତା ଜିତୁ ଓରଫ ପ୍ରମୋଦ ରାଉତ
  • News18 Odia
  • Last Updated: October 5, 2021, 10:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକରେ ଚାଲିଥିବା ଏକ ଚୋରା ବନ୍ଧୁକ କାରବାର ରାକେଟର ପର୍ଦ୍ଧାଫାସ କରିଛି କମିଶନରଟ୍ ପୋଲିସ । ବେଆଇନ ଅସ୍ତ୍ର କାରବାର କରିବା ଅଭିଯୋଗରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ତିନିଟି ବନ୍ଧୁକ ଓ ୧୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୋଲିସ । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଲବମ୍‌ ନିର୍ଦ୍ଦେଶକ ତଥା ଅଭିନେତା ଜିତୁ ଓରଫ ପ୍ରମୋଦ ରାଉତ ।

ପୋଲିସ କହିଛି ଯେ ଜିତୁଙ୍କ ପାଖରୁ ଗୋଟିଏ ବନ୍ଧୁକ ସହ ଦୁଇ ରାଉଣ୍ଡ ଗୁଳି ଜବତ ହୋଇଛି । ମଙ୍ଗଳବାର ଅପରାହ୍ଣରେ ଜିତୁଙ୍କ ସହ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୂର୍ବରୁ ଗିରଫ ହୋଇ ଜେଲରେ ଥିବା କୁଖ୍ୟାତ ବନ୍ଧୁକ ବେପାରୀ ତାଳେଚେର ବାସିନ୍ଦା ଟୁକୁନା ସାହୁର ବନ୍ଧୁକ କାରବାର ନେଟୱର୍କର ଖୋଳତାଡ଼ କରିବା କ୍ରମରେ ବେଳେ ଏହି ଚାରି ଜଣଙ୍କୁ ଗିରଫ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | Nobel Prize 2021: ମାନବେ ଓ ହ୍ୟାସେଲମ୍ୟାନଙ୍କ ସମେତ ୩ ଜଣଙ୍କୁ ମିଳିଲା Physics ନୋବେଲ୍

ମଙ୍ଗଳବାର ଦିନ ପ୍ରାୟ ୧୦ଟା ବେଳେ ଟୁକୁନା ଠାରୁ ବନ୍ଧୁକ କିଣୁଥିବା କଟକର ଅନ୍ୟତମ ପେସାଦାର ଅପରାଧୀ ନବ ଓରଫ ଜ୍ଞାନରଞ୍ଜନକୁ ଏକ ବନ୍ଧକୁ ସହ ପୋଲିସ କଟକ ସଦର ଅଞ୍ଚଳର ଝିଙ୍କିରିଆରୁ ଗିରଫ କରିଥିଲା । ପଚରାଉଚରାରେ ନବ କହିଥିଲେ ଯେ ସେ ଟୁକୁନାର ଶାଳକ ତଥା କଟକ ଶଙ୍କରପୁର ବାସିନ୍ଦା ପ୍ରକାଶ ରାଉତଠାରୁ ବନ୍ଧୁକଟି କଣିଥିଲା । ତା’ ପରେ ପ୍ରକାଶକୁ ଧରି ଜେରା କରିବା ପରେ ପୁରା ତଥ୍ୟ ସାମନାକୁ ଆସିଥିଲା ।

ଜିତୁ ରାଉତଙ୍କ ଗୋଟିଏ ଆଲବମର ପୋଷ୍ଟର୍


ଏହା ବି ପଢ଼ନ୍ତୁ | Railway Jobs: ରେଳବାଇରେ ୩,୩୬୬ଟି ଚାକିରି ବାହାରିଛି; ଦଶମ ଶ୍ରେଣୀ ପାସ୍ କରିଥିଲେ ଆବେଦନ କରନ୍ତୁ

ବନ୍ଧୁକ ବେପାରୀ ପ୍ରକାଶ ଠାରୁ ଆଲବମ୍‌ ଅଭିନେତା ଜିତୁ ଗତ ବର୍ଷ ଚାରିଟି ବନ୍ଧୁକ କିଣିଥିଲେ । ଏଥି ପାଇଁ ସେ ପ୍ରତି ବନ୍ଧୁକ ପିଛା ୨୫ ହଜାର ଟଙ୍କା ଲେଖାଏଁ କରି ମୋଟ ଏକ ଲକ୍ଷ ଟଙ୍କା ପ୍ରକାଶକୁ ଦେଇଥିଲେ । ତେବେ ସେହି ଚାରିଟି ବନ୍ଧୁକ ମଧ୍ୟରୁ ଗୋଟିଏ ଜିତୁଙ୍କ ପାଖରୁ ଜବତ ହୋଇଥିବା ବେଳେ ବାକି ତିନିଟିକୁ ସେ ବିକ୍ରି କରି ଦେଇଥିବା ପୋଲିସକୁ ସଫେଇ ଦେଇଛନ୍ତି । କିନ୍ତୁ ଜିତୁ କାହା କାହାକୁ ବନ୍ଧୁକ ବିକ୍ରି କରିଛନ୍ତି ତା’ର ଅନୁସନ୍ଧାନ ଆରମ୍ଭ କରିଛି ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Lionfish Power: ୟାକୁ ଛୁଇଁବା ମାତ୍ରେ ମୃତ୍ୟୁ ହୁଏ; ମାତ୍ର ୬ ଇଞ୍ଚର ଏହି ମାଛ ସାକ୍ଷାତ ଯମ ଦୂତ

ଅନେକ ଆଲବମରେ ଅଭିନୟ କରିଥିବା ଜିତୁ କେଉଁ କାରଣରୁ ନିଜ ପାଖରେ ବନ୍ଧୁକ ରଖିଥିଲେ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଅନ୍ୟ ଅପରାଧୀମାନଙ୍କ ଭଳି ଲୋକଙ୍କୁ ଭୟଭୀତ କରିବା ଓ ବନ୍ଧୁକ ବିକ୍ରି କରି ଅର୍ଥ ରୋଜଗାର କରିବା ତାଙ୍କ ଲକ୍ଷ ଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଗିରଫ ହେବା ପରେ ଚାରି ଜଣ ଅଭିଯୁକ୍ତ


ଏହା ବି ପଢ଼ନ୍ତୁ | Salary Hike: ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ HRA ବଢ଼ିବ, ଦରମା ବଢ଼ିଯିବ

‘‘ଯାହା ଜଣା ପଡ଼ଛି ବେଆଇନ କାର୍ଯ୍ୟକଳାପରେ ବ୍ୟବହାର କରିବା ପାଇଁ ଏମାନେ ଏହି ବନ୍ଧୁକ ସବୁ କିଣି ଥିଲେ । ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ପାଇଁ ଏହି ବନ୍ଧୁକ ସବୁକୁ କିଣାଯାଇଥିଲା । ଚାରି ଜଣଙ୍କ ପାଖରୁ ତିନିଟି ବନ୍ଧୁକ ସହ ୧୬ଟି ଗୁଳି ଜବତ କରାଯାଇଛି । ଏହି ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଛି,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ଏହା ବି ପଢ଼ନ୍ତୁ | Mumbai Drugs Case: ଶାହରୁଖ ଖାନଙ୍କ ପୁଅକୁ ତାରିଖ ଯାଏଁ NCB କଷ୍ଟଡିକୁ ପଠାଗଲା

ବିଶେଷ କରି ପୂଜା ସମୟରେ ଅପରାଧୀମାନେ କଟକ ସହରରେ ଦାଦାବଟି ଆଦାୟ କରିବାର ଏକ ପୁରୁଣା ଧାରା ରହିଛି । ଗତ କିଛି ବର୍ଷ ହେଲା ପୋଲିସ ଅଧିକ କ୍ରିୟାଶୀଳ ଢଙ୍ଗରେ ଅପରାଧୀ ଦମନ କରୁଥିବାରୁ ଏହି ଧାରାରେ ଅନେକାଂଶରେ ବ୍ରେକ୍‌ ଲାଗିଛି ।
Published by: Anand S.T. Das
First published: October 5, 2021, 10:10 PM IST