News18 Odia Digital
ଭୁବନେଶ୍ୱର: ଏବେ ବ୍ୟାଙ୍କ ଋଣ (Bank Loan) ପାଇବା ହେବ ସହଜ। ବ୍ୟାଙ୍କକୁ ନ ଯାଇ ବି ଘରେ ବସି କେବଳ ଗୋଟିଏ କ୍ଲିକରେ ଋଣ ସେବା (Banking Service) ମିଳି ପାରିବ। ସବୁ ପ୍ରକାର ଗ୍ରାହକ ପାଇପାରିବେ ଏବେ ଏହି ଗ୍ରାହକ ସେବା। ବ୍ୟକ୍ତିଗତ ଋଣ, ଗୃହ ଋଣ(Home Loan), ସମ୍ପତ୍ତି ଋଣ, କ୍ରେଡିଟ କାର୍ଡ (Credit Card), ବ୍ୟାବସାୟିକ ଋଣ, ସୁନା ଋଣ (Gold Loan) ଆଦି ସମସ୍ତ ସେବା ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହୋଇପାରିବ।
ସହଜରେ କିଭଳି ଗ୍ରାହକ ସେବା ଦିଆଯାଇ ପାରିବ ଏଥିପାଇଁ ଏକ ମୋବାଇଲ ଆପ୍ଲିକେସନ ବିକଶିତ କରିଛି ଇବିଏଲ୍ ଫିନଟେକ୍ ସର୍ଭିସ୍ କମ୍ପାନୀ।ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଆଦି ମୋଟ ୪ଟି ଭାଷାରେ ଉପଲବ୍ଧ ଥିବା ଏହି ଆପ୍ଲିକେଶନ ସେବା ଦ୍ୱାରା ଗ୍ରାହକ ଏବେ ଉଭୟ ବ୍ୟାଙ୍କିଂ ଓ ଆର୍ଥିକ ସେବା ପାଇପାରିବେ। ଉଭୟ ଆପଲ ଏବଂ ଆଣ୍ଡ୍ରଏଡ ଡିଭାଇସରେ ଏହି ଆପ ବ୍ୟବହାର କରିହେବ। ' ଓ ' ହବ୍ ଠାରେ ଏହି ଆପର ଶୁଭାରମ୍ଭ କରାଯାଇଛି।
ଇବିଏଲ୍ ଫିନଟେକ୍ ସର୍ଭିସର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସିଇଓ ଦେବାଶିଷ ପଟ୍ଟନାୟକଙ୍କ ସୂଚନା ଅନୁସାରେ , ଭାରତ ସରକାରଙ୍କ ଡିପିଆଇଆଇଟି ସ୍ଵୀକୃତିପ୍ରାପ୍ତ ସଂସ୍ଥା ହେଉଛି ଇବିଏଲ୍ ଫିନଟେକ୍ ସର୍ଭିସ୍। ଏହା ଆର୍ଥିକ ସେବା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ଠାରୁ ଅନୁମୋଦନ ଲାଭ କରିଛି। ସେହିଭଳି ଇବିଏଲ୍ ନିର୍ଦେଶକ ଡ. ବିଦ୍ୟା ଭୂଷଣ ମହାନ୍ତି କହିଛନ୍ତି ଯେ , ଏହି ଆପ୍ଲିକେଶନରେ ଋଣ ଆବେଦନ କରିବା ବେଳେ ଗ୍ରାହକଙ୍କ ତଥ୍ୟ ସମ୍ପୂର୍ଣ୍ଣ ନିରାପଦ ଏବଂ ସୁରକ୍ଷିତ ରହିବ। ସମସ୍ତ ସୁରକ୍ଷା ନିୟମ ଆପ/ୱେବସାଇଟରେ ଅନୁପାଳନ କରାଯାଇଛି।
ସିଇଓ ଦେବାଶିଷ ପଟ୍ଟନାୟକ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ୨୦୨୩ରେ ଇବିଏଲ୍ କେବଳ ଓଡ଼ିଶା ଉପରେ ଗୁରୁତ୍ଵ ଦେବ। ୨୦୨୪ ଠାରୁ ଏହା ଅନ୍ୟ ରାଜ୍ୟ ଓ ପୂରା ଭାରତରେ ନିଜର ପାଦ ଥାପିବ। ମୋଟ ଉପରେ ଗ୍ରାହକଙ୍କ ଆସ୍ଥା ଭାଜନ ସହିତ ଏହା ସେବା ପ୍ରଦାନ ଉଦ୍ୟମ ଜାରୀ ରଖିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ଆପ୍ଲିକେସନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଇବିଏଲ୍ ଫିନଟେକର ବୋର୍ଡ ଅଫ୍ ଡାଇରେକ୍ଟରସ ଅଂଶୁମାନ ମହାପାତ୍ର, ନିଗମ ରାୟ, ଦିଲ୍ଲୀପ ବେହେରା, ପ୍ରିୟଦର୍ଶୀ ଦାସ, କିରଣଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ଥିଲେ। ଆଗାମୀ ଦିନରେ ସାରା ରାଜ୍ୟରେ ଉତ୍ତମ ଗ୍ରାହକ ସେବା ପ୍ରଦାନ ପାଇଁ କମ୍ପାନୀ ଲକ୍ଷ୍ୟ ରଖିଥିବା କୁହାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।