News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ମୁଦ୍ରା ବା ନୋଟ୍ ସଂଗ୍ରହ କରିବାକୁ ଭଲ ପାଆନ୍ତି, ତେବେ ଏବେ ଆପଣ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆଜିକାଲି ଅନେକ ୱେବସାଇଟ୍ ଆଣ୍ଟିକ୍ ନୋଟ୍ (ପୁରାତନ ନୋଟ୍) ଓ ମୁଦ୍ରା ନିଲାମ କରୁଛନ୍ତି । ଏବେ ଆପଣ ଏମିତି ଏକ ନୋଟ୍ ବିଷୟରେ ଜାଣି ଆପଣ ସାଇତି ରଖିଥିବା ସବୁ ନୂଆ ଓ ପୁରୁଣା ନୋଟ୍ ଖୋଜି ଦେଖିବାକୁ ବାଧ୍ୟ ହେବେ ।
ଯଦି ଆପଣଙ୍କ ପାଖରେ ଏହି ନୋଟ୍ ଅଛି, ତେବେ ତୁରନ୍ତ ଆପଣ ଏହାକୁ ଅନଲାଇନ୍ ନିଲାମ ପାଇଁ ରଖିପାରିବେ । ଏଥି ପାଇଁ ଆପଣଙ୍କ ପାଖରେ ଥିବା ୧ ଟଙ୍କାର ନୋଟ୍ ବା ୨, ୧୦, ୧୦୦, ୫୦୦, ୨୦୦୦ ଓ ୨୦୦ ଟଙ୍କା ନୋଟରେ କେବଳ ଗୋଟିଏ ବୈଶିଷ୍ଟ୍ୟ ରହିଥିବା ଆବଶ୍ୟକ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଆସିଲା ନୂଆ ନିୟମ: ୧୬ ଯାଏଁ ଆଂଶିକ ଲକ୍ଡାଉନ୍; ୨୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିପାରିବଯଦି ଆପଣ ନୋଟ୍ ସଂଗ୍ରହ କରୁଛନ୍ତି, ତେବେ ସେଥିରୁ ସିରିଜ୍ ନମ୍ବର ୭୮୬ ଥିବା କୌଣସି ନୋଟ୍ ଯଦି ଅଛି ତାହେଲେ ଆପଣ ଇବେଏ (eBay) ୱେବସାଇଟକୁ ଯାଇ ସେଠି ନିଜ ନୋଟର ମୂଲ୍ୟ ସଂଗ୍ରହ କରିପାରିବେ । ଭାରତୀୟ ବିରଳ ମୁଦ୍ରା ଓ ନୋଟଗୁଡି଼କର ନିଲାମ ଆନ୍ତର୍ଜାତିକ ଇବେଏ ୱେବସାଇଟରେ କରାଯାଇଥାଏ । ଇବେ ସବୁବେଳେ ନୋଟ୍ ପାଇଁ ନିଲାମ କରେ ।
ଏହା ବି ପଢ଼ନ୍ତୁ | ରାଜ୍ୟର ଭୂମିହୀନ ଚାଷୀମାନେ ପାଇଲେ କୋଭିଡ ସହାୟତା; ୧୮ ଲକ୍ଷ ପରିବାରକୁ ମିଳିଲା ₹୩୮୬ କୋଟିଯେକୌଣସି ସାଧାରଣ ବ୍ୟକ୍ତି ଏହି ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ଏହା ପୂର୍ବରୁ ମଧ୍ୟ ଲୋକେ ୭୮୬ ଅଙ୍କ ଥିବା ନୋଟ୍ ପାଇଁ ୩ ଲକ୍ଷ ଟଙ୍କା ପାଇଛନ୍ତି । ଯଦି ଆପଣଙ୍କର ମନେ ଅଛି, ‘କୁଲି’ (Coolie) ଫିଲ୍ମରେ ଅମିତାଭ ବଚ୍ଚନଙ୍କର (Amitabh Bachchan) ୟୁନିଫର୍ମରେ ବ୍ୟାଜ୍ ନମ୍ବର ୭୮୬ ଥିଲା । ବାସ୍ତବରେ ବହୁତ ଲୋକ ୭୮୬କୁ ଏକ ଶୁଭ ଓ ଭାଗ୍ୟବାନ ସଂଖ୍ୟା ଭାବରେ ବିବେଚନା କରନ୍ତି । ଏପରି ପରିସ୍ଥିତିରେ ଏହା ସମ୍ଭବ ଯେ ନିଲାମରେ ବାଗ ନେଉଥିବା ଲୋକେ ଆପଣ ନିଜ ନୋଟ୍ ପାଇଁ ମାଗୁଥିବା ଟଙ୍କା ଖୁସିରେ ଦେବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଣସର: ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗିବା ପରେ ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେଉଛନ୍ତି ଶ୍ରୀଜଗନ୍ନାଥଏହି ନୋଟ୍ ଆପଣଙ୍କ ପାଖରେ ଥିଲେ ତାକୁ ବିକ୍ରି କରିବାକୁ ଆପଣଙ୍କୁ ଘରୁ ବାହାରକୁ ଯିବାକୁ ପଡି଼ବ ନାହିଁ । ୭୮୬ ଅଙ୍କର ସେହି ବିଶେଷ ନୋଟ୍ ବି କାହାକୁ ଦେବା ଆବଶ୍ୟକ ନାହିଁ । ଇବେଏ ଓ କ୍ଲିକ୍ ଇଣ୍ଡିଆ (ClickIndia) ପରି ଅନେକ ୱେବସାଇଟ୍ ଅଛନ୍ତି ଯେଉଁମାନେ ଏମିତି ସ୍ୱତନ୍ତ୍ର ନୋଟ୍ ଖୋଜୁଥାନ୍ତି ଓ ସେଗୁଡ଼ିକର ନିଲାମ କରିବା ଜାରି ରଖିଥାନ୍ତି । ଏମିତି ନୋଟକୁ ସିଧାସଳଖ ବିକ୍ରି କରିବାକୁ କ୍ଲିକ୍ ଇଣ୍ଡିଆ ୱେବସାଇଟରେ ଏକ ହ୍ୱାଟସ୍-ଆପ୍ ଲିଙ୍କ୍ ବି ଦିଆଯାଇଛି ।
ଏହା ବି ପଢ଼ନ୍ତୁ | ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଲା; ଅଭିନେତ୍ରୀଙ୍କ Insta ପୋଷ୍ଟକୁ ନେଇ ଉଠିଲା ଅନେକ ପ୍ରଶ୍ନଅନଲାଇନ୍ ନିଲାମରେ ସାମିଲ ହେବା ପାଇଁ ଆପଣଙ୍କୁ ନିଜ ପାଖରେ ଥିହା ୭୮୬ ଅଙ୍କ ବିଶିଷ୍ଟ ସେହି ନୋଟର ଏକ ଫଟୋ କ୍ଲିକ୍ କରିବାକୁ ପଡି଼ବ । ତା’ ପରେ ଆପଣଙ୍କୁ ବିଡିଂ ୱେବସାଇଟରେ ନିଜକୁ ଜଣେ ବିକ୍ରେତା ଭାବରେ ପଞ୍ଜୀକରଣ କରିବାକୁ ପଡି଼ବ । ଏହି ଫଟୋ ସେହି ୱେବସାଇଟରେ ଅପଲୋଡ୍ କରିବାକୁ ପଡି଼ବ । ତା’ ପରେ ତାକୁ କିଣିବାକୁ ଆଗ୍ରହୀ ଥିବା ଲୋକେ ସିଧାସଳଖ ଆପଣଙ୍କ ସହିତ ଯୋଗାଯୋଗ କରିବେ । ଆପଣ ନିଜ ଇଚ୍ଛିତ ମୂଲ୍ୟ ସ୍ଥିର କରିବା ପରେ ସେହି ପୁରାତନ ନୋଟ୍ କ୍ରେତାଙ୍କୁ ବିକ୍ରି କରିପାରିବେ ।
(Disclaimer: ୱେବସାଇଟରୁ ପ୍ରାପ୍ତ ସୂଚନା ଆଧାରରେ ଏହି ଖବର ପ୍ରସ୍ତୁତ କରାଯାଇଛି । ନ୍ୟୁଜ୍୧୮ ଓଡ଼ିଆ ଡିଜିଟାଲ୍ ନିଜ ପକ୍ଷରୁ ଏହାର ସତ୍ୟତା ନିଶ୍ଚିତ କରୁନାହିଁ।)Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।