ସମ୍ବଲପୁରରେ କର୍ଫ୍ୟୁ: ଘରୁ ବାହାରିବାକୁ ମନା, ଇଣ୍ଟରନେଟ ସେବା ଠପ୍

ସମ୍ବଲପୁରରେ ଶୁକ୍ରବାର ରାତିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ ହୋଇଛି। କୌଣସି ବ୍ୟକ୍ତିବିଶେଷ ଘରୁ ବାହାରିବାକୁ ବାରଣ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ

ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁର(Sambalpur) ସହରରେ ଲାଗୁ ହେଲା କର୍ଫ୍ୟୁ (Curfew) । ମଧ୍ୟ ରାତ୍ରି ୧୨ ଟାରୁ ଏହା ସହରରେ ଜାରି ହୋଇଛି ।  ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହେବା ପରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି। ବିଶେଷ କରି କୌଣସି ବ୍ୟକ୍ତି ବିଶେଷଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ  ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରାଯାଇଛି । ସେହି ସମୟ ମଧ୍ଯରେ ଲୋକମାନେ ସେମାନଙ୍କ କାର୍ଯ୍ଯ ଶେଷ କରିବା ନେଇ ଆଦେଶ ଦିଆଯାଇଛି। ସକାଳ ୮ରୁ ୧୦ ଏବଂ ଅପରାହ୍ନ ୩.୩୦ ରୁ ୫.୩୦ ମଧ୍ୟରେ ଜନସାଧାରଣ ସାମଗ୍ରୀ କିଣିପାରିବେ। କୌଣସି ମେଡିକାଲ ଏମର୍ଜେନ୍ସି ପାଇଁ ୭୬୫୫୮୦୦୭୬୦ ହେଲ୍ପଲାଇନ୍ ନମ୍ବର ବି ଜାରି କରାଯାଇଛି ।



ସୂଚନାଯୋଗ୍ଯ, ବୁଧବାର ହନୁମାନ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ବାଇକ୍‌‌ ଶୋଭାଯାତ୍ରା ବେଳେ ଲଙ୍କାକାଣ୍ଡ ଘଟିଥିଲା। ଭିନ୍ନ ଏକ ଗୋଷ୍ଠୀର ପଥର ମାଡ଼ରେ ଧନୁପାଲି ଆଇଆଇସି ଅନିତା ପ୍ରଧାନ ଓ ଟାଉନ ଥାନା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।ସେହିପରି ଶୋଭାଯାତ୍ରାରେ ଯାଉଥିବା ହନୁମାନ ଜୟନ୍ତୀ ସମନ୍ୱୟ କମିଟିର ସଦସ୍ୟ ଓ ୨୦ଜଣ ସାଧାରଣ ଜନତା ମଧ୍ୟ ଆହତ ହୋଇଥିଲେ। ଅଧିକାଂଶ ଆହତଙ୍କ ମୁଣ୍ଡ ଫାଟି ଯାଇଥିଲା। ଅତିରିକ୍ତ ଏସପି ତପନ ମହାନ୍ତି ପଥର ମାଡ଼ରେ ସାମାନ୍ୟ ଆହତ ମଧ୍ୟ ହୋଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସହରର ୬ଟି ଥାନାଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା ।
Published by:Soumya Das
First published: