କର୍ଫ୍ୟୁ କଟକଣାରୁ ମୁକ୍ତ ହେଲେ ସମ୍ବଲପୁରବାସୀ; ହିଂସାକୁ ନେଇ ଆସିଲା ନୂଆ ରିପୋର୍ଟ

୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ହେଲେ ସମ୍ବଲପୁରବାସୀ । ସେପଟେ ହିଂସାକାଣ୍ଡକୁ ନେଇ ଆସିଲା ନୂଆ ତଥ୍ଯ ।

କର୍ଫ୍ୟୁ କଟକଣାରୁ ମୁକ୍ତ ହେଲେ ସମ୍ବଲପୁରବାସୀ

କର୍ଫ୍ୟୁ କଟକଣାରୁ ମୁକ୍ତ ହେଲେ ସମ୍ବଲପୁରବାସୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ସମ୍ବଲପୁର: ୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି ସମ୍ବଲପୁରବାସୀ । ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ଅଶାନ୍ତ ହୋଇଥିଲା ସମ୍ବଲପୁର । ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୧୪ ତାରିଖ ମଧ୍ୟରାତ୍ରିରୁ ସହରରେ ପ୍ରଶାସନ କର୍ଫ୍ୟୁ ଲଗାଇଥିଲା । ସେପଟେ ସମ୍ବଲପୁର ହିଂସାକୁ ନେଇ ଗୁଇନ୍ଦା ବିଭାଗ ଆଗୁଆ ସତର୍କ କରାଇଥିଲା ବୋଲି ଏକ ନୂଆ ତଥ୍ଯ ସାମ୍ନାକୁ ଆସିଛି ।

ଧନୁପାଲି ଥାନା ଓ ଟାଉନ ଥାନା ଅଞ୍ଚଳରୁ କର୍ଫ୍ୟୁ କଟକଣା ଗତକାଲି ରାତି ୧୧ଟାରୁ ହଟିଛି । ପୂର୍ବରୁ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ କଟକଣା ହଟିଥିଲା । ଏବେ ସମ୍ବଲପୁର ସହରରେ ସ୍ଥିତି ସ୍ୱାଭାବିକ ହୋଇଛି ।  ଶାନ୍ତି ଫେରିବା ପରେ ବିଭିନ୍ନ ପର୍ଯ୍ୟାୟରେ କୋହଳ ହୋଇଥିଲା କର୍ଫ୍ୟୁ ।

ବଦଳିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ; ରଞ୍ଜନ କୁମାର ଦାସ ଏବେ ମୁଖ୍ୟ ପ୍ରଶାସକ

ହିଂସା ନେଇ ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ । ସମ୍ବଲପୁର ଜିଲ୍ଲା ଏସପିଙ୍କୁ ଚିଠି ଲେଖି ସତର୍କ ରହିବାକୁ ସୂଚନା ଦେଇଥିଲେ ଗୁଇନ୍ଦା ଏସପି । ସେହି ସମୟର ଚିଠି ଏବେ ସାମ୍ନାକୁ ଆସିଛି । ହିଂସାକାଣ୍ଡର ଦିନକ ପୂର୍ବରୁ ୧୧ ତାରିଖରେ ଏହି ଚିଠି ଲେଖାଯାଇଥିଲା । ୧୨ ଏପ୍ରିଲରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ବିଶେଷ କରି ବଜରଙ୍ଗ ଦଳର ସଦସ୍ୟ ବିଶାଳ ବାଇକ୍ ରାଲି କରିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏହି ରାଲି ସମୟରେ ସାମ୍ପ୍ରଦାୟିକ ସଦଭାବ ବିଗିଡିପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଚିଠିରେ ଲେଖାଯାଇଛି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ବାଇକ୍ ରାଲି ମୁସଲମାନ ପ୍ରବଣ ଏରିଆ ଦେଇ ଗତି କରିବ । ଏହି ସମୟରେ ଜୟ ଶ୍ରୀରାମ, ଜୟ ହନୁମାନ ଭଳି ସ୍ଲୋଗାନ୍ ଦେବା ସହ ଅଣ ହିନ୍ଦୁ ଯଦି କିଛି ସ୍ଲୋଗାନ ଦିଅନ୍ତି ତାହାଲେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସତର୍କ କରା ଯାଇଥିଲା । ଆଉ ଚିଠି ପରଦିନ ସମ୍ବଲପୁରରେ ହିଂସା ହୋଇଥିଲା ।
Published by:Soumya Das
First published: