ନୂଆ ଖାଇରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭେଟଘାଟ; ସମ୍ବଲପରୀ ନାଚ ଗୀତରେ ଦୁଲୁକୁଛି ସହର

ସମ୍ବଲପୁର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଭେଟଘାଟ ଅନୁଷ୍ଠିତ ହେଉଥିବା ବେଳେ କଳାକାରମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରୁଛନ୍ତି।

ନୂଆ ଖାଇରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭେଟଘାଟ

ନୂଆ ଖାଇରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭେଟଘାଟ

  • News18 Odia
  • Last Updated :
  • Share this:
News18 Odia Digital

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆ ଖାଇ ସରିବା ପରେ ଏବେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ଭେଟଘାଟ। ନୂଆ ଖାଇ ଜୁହାର ଭେଟ ପରେ ସମ୍ବଲପୁରୀ ନାଚ ଗୀତରେ ଦୁଲୁକୁଛି ସମ୍ବଲପୁର ସହର।

ସମ୍ବଲପୁର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଭେଟଘାଟ ଅନୁଷ୍ଠିତ ହେଉଥିବା ବେଳେ କଳାକାରମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରୁଛନ୍ତି। ଡାଲ ଖାଇ, ରସର କେଲୀ, ମାଏଲା ଜଡ, ଚୁଟକୁ ଚୁଟା ଆଦି ସମ୍ବଲପରୀ ନାଚ ଗୀତରେ ଦୁଲୁକୁଛି ସମ୍ବଲପୁର।

ନୂଆ ଖାଇ ସରିଛି। ହେଲେ ଏବେ ସବୁଠି ଚାଲିଛି ଭେଟଘାଟ କାର୍ଯ୍ୟକ୍ରମ। ଏଥି ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ନୂଆ ଖାଇ ଅବସରରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ। ଏହି ଭେଟଘାଟରେ ସଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ନାଚ ଗୀତ ପରି ବେଷଣ ହେଉଛି। ଏହି ସାସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ସ୍ଥାନୀୟ ଲୋକେ।

ସାଂସ୍କୃତିକ କାର୍ଯ୍ୟକ୍ରମ ଭେଟଘାଟ


ନୂଆଖାଇ ଠାରୁ ସମ୍ବଳପୁରରେ ଆରମ୍ଭ ହୋଇ ଯାଇ ଥାଏ ସାଂସ୍କୃତିକ କାର୍ଯ୍ୟକ୍ରମର ଋତୁ। ନୂଆଖାଇ ପରେ ଭେଟଘାଟ କାର୍ଯ୍ୟକ୍ରମ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ଲାଗି ରହିଥାଏ। ନାଚ ଗୀତରେ ଦୁଲୁକୁଛି ଗାଁ ଠୁ ସହର। ସହରର ଭିନ୍ନ ଭିନ୍ନ ସ୍ଥାନରେ ପ୍ରତି ଦିନ ଭିନ୍ନ ଭିନ୍ନ ଅନୁଷ୍ଠାନ ତରଫରୁ ସମୟ ସୁବିଧା ଦେଖି ଭେଟ ଘାଟ ଆୟୋଜନ କରାଯାଇଥାଏ।

ଓଡ଼ିଶା ସାଂସ୍କୃତିକ ସମାଜ, ଚିର୍ତୋତପଳା ଯୁବକ ସଂଘ, ସମଲେଶ୍ବରୀ ଯୁବକ ସଂଘ ସହିତ ସହରର ବିଭିନ୍ନ ସଂଘ ପକ୍ଷରୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଭେଟଘାଟ ଆୟୋଜିତ ହୋଇଥାଏ। ଏହି ଭେଟଘାଟ କାର୍ଯ୍ୟକ୍ରମରେ ସମ୍ବଲପୁରର କଳାକାରମାନେ ନିଜର କଳା ପ୍ରର୍ଦଶନ କରିଥାନ୍ତି। ନୂଆ ଖାଇରୁ ଆରମ୍ଭ ହେଉ ଥିବା ଏହି ସଂସ୍କୃତିକ କାର୍ଯ୍ୟକ୍ରମ ଭେଟଘାଟ ଆଗାମୀ ଏକ ମାସ ପର୍ଯ୍ୟନ୍ତ ଚାଲିବ।
Published by:Lipina Das
First published: