News18 Odia Digital
ବଲାଙ୍ଗୀର: ବାହା ହୋଇ ନବବଧୂକୁ ନେଇ ଘରକୁ ଫେରୁଥିଲେ । କିନ୍ତୁ ହଠାତ ମଝି ରାସ୍ତାରେ ଗାଡି ଅଟକାଇଥିଲେ ପୋଲିସ। କେହି କିଛି ବୁଝିବା ଆଗରୁ ବରକୁ ସିଧା ଗିରଫ କରିନେଇଥିଲା ପୋଲିସ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ଅନ୍ଯ ଯୁବତୀଙ୍କୁ ବିବାହ ପ୍ରୋଲଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ସିଆରପିଏଫ ଯବାନ ଭକ୍ତରାମ ଭୋଇଙ୍କୁ ଗିରଫ କରିଛି ପୋଲିସ ।
ଭକ୍ତରାମଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି। ଆଉ ନବ ବଧୂ ଜଣଙ୍କ ଶାଶୁ ଘରକୁ ଯାଇଛନ୍ତି।ଜଣେ ଯୁବତୀଙ୍କ ଅଭିଯୋଗ ଅନୁସାରେ, ଭକ୍ତରାମ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ପରେ ବିବାହ କରିବାକୁ ମନା କରି ଦେବା ସହ ଅନ୍ୟତ୍ର ବିବାହ କରୁଥିବାର ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗକୁ ଆଧାର କରି ସଦର ପୋଲିସ ଭକ୍ତରାମ ଭୋଇକୁ ଖୋଜା ଖୋଜି କରିବା ବେଳକୁ ଭକ୍ତରାମ ଆଉ ଏକ ଯୁବତୀଙ୍କୁ ମନ୍ଦିରରେ ବିବାହ କରି ନବ ବଧୂକୁ ଧରି ଘରକୁ ଫେରୁଥିବା ବେଳେ ମାଡି ବସିଥିଲା ପୋଲିସ।
ଆସୁଛନ୍ତି ମହାମହିମ; ଗାଁ ବୋହୂର ଆସିବା ବାଟକୁ ଚାହିଁ ବସିଛି ରାଇରଙ୍ଗପୁରତେବେ ସିଆରପିଏଫ୍ ଯବାନ ଜଣକ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଯୁବତୀ ଜଣକ ତାଙ୍କ ପିଉସୀ ଝିଅ ବୋଲି କହିଛନ୍ତି । ତାଙ୍କ ସହ କେବଳ କଥା ବାର୍ତ୍ତା ହୋଇଥିଲେ । ଏନେଇ ସେ କୋର୍ଟରେ ଲଢିବେ ଆଉ ଜିତିବେ ବୋଲି କହିଛନ୍ତି ଭକ୍ତରାମ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।