News18 Odia Digital
ସମ୍ବଲପୁର: ସମ୍ବଲପୁରର ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରରେ ନବ ବର୍ଷ ଉପଲକ୍ଷେ ଭକ୍ତଙ୍କର ଭିଡ ଲାଗି ରହିଥିଲା । ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ଭକ୍ତ ଲମ୍ବା ଲାଇନ ରହି ମାଙ୍କର ଦର୍ଶନ କରିଛନ୍ତି । ବିଶ୍ବାସ ରହିଛି ନବ ବର୍ଷରେ ମାଙ୍କର ଦର୍ଶନ କଲେ ବର୍ଷ ତମାମ ସୁଖରେ କଟିଥାଏ ।
ନବ ବର୍ଷ ଉପଲେକ୍ଷ ସମ୍ବଲପୁରର ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରରେ ଲାଗୁଛି ଭକ୍ତଙ୍କ ଭିଡ। ରାଜ୍ୟ ତଥା ରାଜ୍ୟ ବାହାରରୁ ଭକ୍ତ ମାନେ ଆସି ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ରହି ମାଙ୍କର ଦର୍ଶନ କରୁଛନ୍ତି । ଓଡିଶାର ବିଭିନ୍ନ ଜିଲ୍ଲା ସମେତ ଛତିଶଗଡ ଓ ଝାଡଖଣ୍ଡ ଅଞ୍ଚଳ ରୁ ଅଧିକ ଭକ୍ତ ଆସିଛିନ୍ତି ନବ ବର୍ଷରେ ମାଆଙ୍କର ଦର୍ଶନ କରିବା ପାଇଁ । ନବ ବର୍ଷରେ ମାଆ ସମଲେଶ୍ବରୀଙ୍କର ଦର୍ଶନ କଲେ ବର୍ଷ ତମାମ ସୁଖରେ କଟିଥାଏ ବୋଲି ବିଶ୍ବାସ ରହିଛି ।
‘‘ମାଆ ସମଲେଶ୍ବରୀଙ୍କ ଉପରେ ବହୁତ ଭରାଶା ରହିଛି । ସେଥି ପାଇଁ ନୂତନ ବର୍ଷ ରେ ମାଆ ଙ୍କୁ ଦର୍ଶନ କରିବା ପାଇଁ ଆସିଛୁ । ନବ ବର୍ଷ ରେ ମାଆଙ୍କୁ ଦର୍ଶନ କଲେ ବର୍ଷ ତମାମ ଭଲରେ କଟିବ," କହିଛନ୍ତି ଛତିଶଗଡରୁ ଆସିଥିବା ଭକ୍ତ ରମେଶ କୁମାର ରାୟ କହିଛନ୍ତ।
ନବ ବର୍ଷ ଉପଲକ୍ଷେ ଭକ୍ତ ଭିଡ କୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ବିଶେଷ ସୁବିଧା କରା ଯାଇଛି । ଆଜି ବ୍ରାହ୍ମ ମୁହୁର୍ତ୍ତରେ ମନ୍ଦିରର ଦ୍ବାରା ଖୋଲା ଯାଇ ଭକ୍ତଙ୍କୁ ଦର୍ଶନ ପାଇଁ ଛଡା ଯାଇ ଥିଲା । ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନର ବ୍ୟବସ୍ଥା ରହିଥିବା ବେଳେ ମହା ଭୋଗର ମଧ୍ୟ ବ୍ୟବସ୍ଥା ହୋଇଛି ।
‘‘ ନବ ବର୍ଷରେ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗିଥାଏ। ଭକ୍ତ ମାନେ କିପରି ମାଆଙ୍କୁ ଭଲ ଭାବରେ ଦର୍ଶନ କରିବେ ସେଥି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ ବାବୁ କହିଛନ୍ତି ।
ନବ ବର୍ଷ ଉପଲକ୍ଷେ ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗି ରହି ଥିବାରୁ ଶନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।