ଶ୍ରୀମନ୍ଦିର ଭିଡ଼ ନିୟନ୍ତ୍ରଣ ଫେଲ ! ଅଣନିଶ୍ୱାସୀ ହୋଇ କଲବଲ ହେଉଛନ୍ତି ଭକ୍ତ

ଅଣନିଶ୍ୱାସୀ ହୋଇ କଲବଲ ହେଉଛନ୍ତି ଭକ୍ତ । କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ଠେଲାପେଲା ଓ ଦଳାଚକଟା । ଦୁଇଜଣ ଭକ୍ତ ପୁରୀ ମେଡିକାଲରେ ଚିକିତ୍ସିତ ।

ଶ୍ରୀମନ୍ଦିର ଭିଡ଼ ନିୟନ୍ତ୍ରଣ ଫେଲ ! ଅଣନିଶ୍ୱାସୀ ହୋଇ କଲବଲ ହେଉଛନ୍ତି ଭକ୍ତ

ଶ୍ରୀମନ୍ଦିର ଭିଡ଼ ନିୟନ୍ତ୍ରଣ ଫେଲ ! ଅଣନିଶ୍ୱାସୀ ହୋଇ କଲବଲ ହେଉଛନ୍ତି ଭକ୍ତ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶ୍ରୀମନ୍ଦିରରେ ଭିଡ଼ (Crowd ) ନିୟନ୍ତ୍ରଣରେ ଫେଲ ମାରିଛି ପ୍ରଶାସନ । ଯାହାଫଳରେ ଦଶନାର୍ଥୀ ଭିଡ ମଧ୍ୟରେ ସମସ୍ୟାରେ ପଡୁଛନ୍ତି । ପୁଣି କେତେବେଳେ ଦର୍ଶନକୁ ନେଇ ଘଟୁଛି ଅଘଟଣ । ଅଣନିଶ୍ୱାସୀ ହୋଇ କଲବଲ ହେଉଛନ୍ତି ଭକ୍ତ । କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ଠେଲାପେଲା ଓ ଦଳାଚକଟା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶ୍ରୀମନ୍ଦିର ଭିତରେ ( Puri temple ) ।

ଦର୍ଶନ ପାଇଁ ଅପେକ୍ଷାରତ ଜଣେ ନାବାଳିକା ଏବଂ ଜଣେ ବୃଦ୍ଧା ଅଣନିଶ୍ଵାସୀ ହୋଇ ପଡିଯିବା ପରେ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ( Puri Medical ) ଭର୍ତ୍ତି କରାଯାଇଥିଲା। ସେପଟେ ଏବେ ଦୈନିକ ଭକ୍ତଙ୍କ ଭିଡ ହେଉଥିବାରୁ ବ୍ୟାରିକେଡରେ ଦର୍ଶନ ପାଇଁ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ଗର୍ଭବତୀ ମହିଳା ଓ ନବଜାତକଙ୍କୁ ଧରି ଆସୁଥିବା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଶ୍ରଦ୍ଧାଳୁ । ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଉ ଏ ନେଇ ଭୟଭୀତ ହେବାର କାରଣ ନାହିଁ। ସୁରକ୍ଷାକର୍ମୀ ନିୟୋଜିତ ଥିବାରୁ ସମସ୍ତେ ସୁରୁଖୁରୁରେ ଦର୍ଶନ କରୁଛନ୍ତି । ତଥାପି ଭିଡ ନିୟନ୍ତ୍ରଣ କରି କିଭଳି ତ୍ୱରିତ ଦର୍ଶନ କରାଯିବ ତା ଉପରେ ଗୁରୁତ୍ୱ ଦେଇଛି ପୋଲିସ ପ୍ରଶାସନ ।

ଦର୍ଶନ ମିଳିଲାନି ଜଗାର । ଭୋର ୬ଟା ୧୫ରେ ଆଜି ଦ୍ୱାରଫିଟା ପରେ ଜୟ ବିଜୟ ସମ୍ମୁଖ ଭାଗରେ ଠିଆହୋଇ ବି ପାଇଲିନି ଦର୍ଶନ । ଆଳତୀ ଦର୍ଶନ ସମୟରେ ଏତେ ଠେଲାପେଲା ହେଲା ଯେ ଅଣନିଶ୍ୱାସୀ ହୋଇ ପଡିଗଲେ କଟକ ପିଠାପୁରର ୧୬ ବର୍ଷୀୟ ଦିବ୍ୟା ସାହୁ ଏବଂ ପୁରୀ ହାଡ଼ଗଡ଼ିଆ ସାହିର ୬୫ ବର୍ଷୀୟ ସୁଲୋଚନା ସାହୁ । ଠେଲାପେଲା ଓ ଦଳାଚକଟା ଯୋଗୁ ଅଚେତ ହୋଇଥିବା ଅଭିଯୋଗ ହୋଇଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଛନ୍ତି । ତେବେ ଭିଡ ଭିତରେ ଦୀର୍ଘ ସମୟ ଧରି ଛିଡା ହୋଇ ରହିବା ଫଳରେ ଏଭଳି ଅଣନିଶ୍ୱାସୀ ହୋଇ ଅଚେତ ହୋଇପଡିଥଲେ । ତେବେ ଗତକାଲି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି ଓ ଆଜି ରବିବାର ଥିବା ବେଳେ ଶ୍ରୀମନ୍ଦିରର ସିଂହଦ୍ୱାର ଫିଟା ନୀତି ହେଲା ସକାଳ ୬ଟା୧୫ମିନିଟରେ ।  ଭକ୍ତ ଦର୍ଶନ ପାଇବା ବେଳକୁ ସମୟ ୭ଟା ହୋଇଗଲା । ତେଣୁ ଆଜି ଏତେ ମାତ୍ରାରେ ଭିଡ ରହିଥିଲା ଯେ, ଭକ୍ତଙ୍କ ଲାଇନ ମରଚିକୋଟ ପର୍ଯ୍ୟନ୍ତ ଲମ୍ବିଥିଲା । ସେପଟେ ଦର୍ଶନ ପାଇଁ ହୋଇଥିବା ବ୍ୟାରିକେଡରେ ବରିଷ୍ଠ ନାଗରିକ , ମହିଳା ,ଗର୍ଭବତୀ ଓ ନବଜାତକଙ୍କୁ ନେଇ ଆସିଥିବା ମାଆ ମାନେ ସମସ୍ତେ ଗୋଟିଏ ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ତେଣୁ ପୋଲିସ ପ୍ରଶାସନ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହେଉଥିବା କହିଛି । କିନ୍ତୁ ବିଭିନ୍ନ ବର୍ଗର ଶ୍ରଦ୍ଧାଳୁଙ୍କ ପାଇଁ ସେଭଳି ବ୍ୟବସ୍ଥା ନ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଭିଡ ଏତେମାତ୍ରାରେ ହେଉଛି କି ବ୍ୟାରିକେଡରେ ଆସୁଥିବା ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ରହି ଦର୍ଶନ ପାଇଁ ଗଲାବେଳେ ଠେଲାପେଲାରେ ଅଣନିଶ୍ୱାସୀ ହୋଇପଡୁଥିବା କହିଛନ୍ତି ।

ସେପଟେ ପୋଲିସ ଉପରେ ଅଘଟଣକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଦଳାଚକଟା ଓ ଠେଲାପେଲା ଘଟଣାକୁ ଖଣ୍ଡନ କରିଛନ୍ତି ପୁରୀ ଏସପି । ଘଟଣା ପରେ ପୁରୀ ଜିଲ୍ଲାପାଳ,ଏସ୍ପି ଓ ଅତିରିକ୍ତ ଏସ୍ପି ଆସି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।ଦଳାଚକଟା ନୁହେଁ ବରଂ ଭିଡ଼ ଭିତରେ ଅଣ ନିଶ୍ୱାସୀ ଅନୁଭବ କରିବାରୁ ଉଭୟ ପୋଲିସ ସାହାଯ୍ୟରେ ମେଡିକାଲ ଯାଇଥିଲେ ବୋଲି ସେ କହିଛନ୍ତି । ଅନ୍ୟପଟରେ ସକାଳୁ ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଦର୍ଶନ ପାଇଁ ପ୍ରତିଯୋଗିତା ଭଳି ଦୌଡିକି ଯିବାରୁ ଅଘଟଣ ଘଟିବାର ଆଶଙ୍କା ରହିଛି । ତେଣୁ ଦର୍ଶନ ପାଇଁ ଚାଲି ଚାଲି ଧାଡିରେ ଯାଇ ଦର୍ଶନ କରିବା ପାଇଁ ଶୃଙ୍ଖଳିତ ହେବାକୁ ଭକ୍ତଙ୍କୁ ଅନୁରୋଧ କରିଛନ୍ତି ପୁରୀ ଏସପି । ସୁରକ୍ଷା କର୍ମୀ ଉପଯୁକ୍ତ ସଂଖ୍ୟାରେ ନିୟୋଜିତ ଅଛନ୍ତି ତେଣୁ କୌଣସି ଅଘଟଣ ଘଟିବ ନାହିଁ । ଭକ୍ତ ମାନଙ୍କୁ ଭୟଭୀତ ହେବାର କାରଣ ନାହିଁ । ଆମେ ସମସ୍ତଙ୍କୁ ସ୍ୱାଗତ କରୁଛୁ ବୋଲି ଆଶ୍ୱାସନା ଦେଇଛନ୍ତି ଏସପି ବିଶାଲ ସିଂହ ।

ତେବେ ଗୋଟିଏ ପଟେ ଏବେ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଚାଲିଛି ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ । ପୁଣି ନିର୍ମାଣ କାର୍ଯ୍ୟକୁ ନେଇ ରାସ୍ତା ସଙ୍କୁଚିତ ହୋଇପଡିଥିବା ବେଳେ ସିଂହଦ୍ୱାରଠାରୁ ଶ୍ରୀନଅର ବି ବନ୍ଦ ରହିଛି । ତେଣୁ ସବୁପରେ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ନୀତିକୁ ସମୟରେ କଲେ ଏଭଳି ଅଘଟଣ ଘଟିବ ନାହିଁ ବୋଲି ସବୁ ମହଲରୁ ମତାମତ ରହିଛି ।

https://odia.news18.com/news/odisha/high-security-number-plate-checking-starts-from-tomorrow-tv-4srm-150123-srm-mjb-148339.html
Published by:Soubhagya Mishra
First published: