News18 Odia Digital
ପୁରୀ: ପୁରୀ ଜିଲ୍ଲାରେ ତିନି ଦିନ ଧରି ଚାଲିଥିବା କାଉ ଓ କୁକୁଡ଼ା ମଡ଼କକୁ ନେଇ ଏବେ କୁକୁଡା ବେପାରୀମାନେ ବର୍ଡ଼ ଫ୍ଲ୍ୟୁ ବ୍ୟାପୁଥିବା ଆଶଙ୍କା କରିଛନ୍ତି । ପକ୍ଷୀ ଅଭୟାରଣ୍ୟ ଚିଲିକା ନଳବଣ କାଉ ମୃତ୍ୟୁ ସ୍ଥାନଠାରୁ ମାତ୍ର ୧୦ରୁ ୧୨ କିଲୋମିଟର ହୋଇଥିବାରୁ ବନ ବିଭାଗର ନିଦ ହଜିଯାଇଛି ।
କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ନଟା ଗ୍ରାମରେ କାଉ ଓ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିବା ବେଳେ ପାଖରେ ଥିବା ଚିଲିକା ନଳବଣରେ ବିଦେଶାଗତ ପକ୍ଷୀଙ୍କୁ ବାର୍ଡ ଫ୍ଲ୍ୟୁ ସଂକ୍ରମଣ ହୋଇଥିବା ଆଶଙ୍କା ବନ ବିଭାଗର ଓ ପ୍ରାଣୀ ଚିକିତ୍ସକମାନଙ୍କ ଚିନ୍ତା ବଢାଇଦେଇଛି । ହେଲେ ଏ ପର୍ଯ୍ୟନ୍ତ ସେଭଳି କିଛି ବର୍ଡ଼ ଫ୍ଲ୍ୟୁ ରିପୋର୍ଟ ଆସି ନାହିଁ ଓ ଯଦି ଆସେ ତେବେ ୨୦୧୮ ଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
ଏହା ବି ପଢ଼ନ୍ତୁ | ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁକୃଷ୍ଣପ୍ରସାଦ ଅଞ୍ଚଳରେ ଦୈନିକ ୪୦ରୁ ୫୦ଟି କାଉ ମରୁଥିବା ବେଳେ ୨୦ରୁ ଅଧିକ କୁକୁଡ଼ା ମରୁଛନ୍ତି । ବିଶେଷ କରି ଏହି ବ୍ଳକର ଚିଲିକା ନୂଆପଡ଼ା ନଟା ସାହିରେ କାଉ ମଡ଼କ ଦେଖିବାକୁ ମିଳିଛି । ଦୀର୍ଘ ଚାରି ଦିନ ହେବ ଚିଲିକା ନୂଆପଡ଼ାରେ ୩୦ରୁ ୪୦ଟି କାଉ ମରି ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ କାଉ ମରିପଡିଥିବା ସ୍ଥାନରେ ଚିଲିକା ନୂଆପଡା ରେଞ୍ଜର ବନ କର୍ମଚାରୀମାନେ ପହଞ୍ଚି ସାତଟି ମୃତ କାଉକୁ ଜବତ କରିଥିଲେ ଓ ସେଗୁଡ଼ିକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ ।

ଚିଲିକାରେ ଲକ୍ଷାଧିକ ସଂଖ୍ୟରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି ।
‘‘ମୃତ କାଉଗୁଡ଼ିକୁ ବ୍ୟବଛେଦ କରି ସ୍ୱାବ୍ ସଂଗ୍ରହ କରାଯାଉଛି । ସେଗୁଡ଼ିକର ପରୀକ୍ଷା କରାଯିବା ପରେ କାଉ ମଡ଼କର କାରଣ ଜଣାପଡ଼ିବ,’’ କହିଛନ୍ତି ଚିଲିକା ନୂଆପଡ଼ା ରେଞ୍ଜର୍ ରଞ୍ଜନ ଦାସ ।
ଏହା ବି ପଢ଼ନ୍ତୁ | Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ନ ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ୨୦୧୮ ମସିହାରେ ସିଆଳ ପଞ୍ଚାୟତର ସିଆଳ ଗାଁ ପାଖ ଜଙ୍ଗଲରେ ପ୍ରଥମେ ବର୍ଡ଼ ଫ୍ଲୁ ଚିହ୍ନଟ କରାଯାଇଥିଲା । ଏବେ କୃଷ୍ଣପ୍ରସାଦ ବ୍ଳକର ଚିଲିକା ନୂଆପଡା ଗାଁରୁ କାଉ ମଡ଼କ ଖବର ଆସିବା ପରେ ବର୍ଡ଼ ଫ୍ଲୁ ବ୍ୟାପିଥିବା ଲୋକେ ସନ୍ଦେହ କରୁଛନ୍ତି । ହେଲେ ବନ ବିଭାଗ ଜବତ କରିଥିବା ସାତଟି ପକ୍ଷୀକୁ ବ୍ୟବଛେଦ କରିବାକୁ ପ୍ରାଣୀ ଚିକିତ୍ସାଳୟକୁ ଗଲା ବେଳେ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖି ବନ କର୍ମଚାରୀ ମାନେ ଫେରି ଆସିଥିଲେ ।
ଏହା ବି ପଢ଼ନ୍ତୁ | ୪ ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ୪ ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା‘‘ଆମ ଅଞ୍ଚଳରେ କାଉ ମଡ଼କ ସନ୍ଦେହ କରାଯାଉଛି, ହେଲେ କୃଷ୍ଣପ୍ରସାଦ ପ୍ରାଣୀ ଚିକିତ୍ସାଳୟ ଓ କାର୍ଯ୍ୟାଳୟରେ କୌଣସି ପ୍ରାଣୀ ଚିକିତ୍ସକ ରହୁନାହାନ୍ତି । ଏହା ସବୁଠାରୁ ଚିନ୍ତାର ବିଷୟ,’’ କହିଛନ୍ତି କୃଷ୍ଣପ୍ରସାଦ ଗ୍ରାମବାସୀ ୪୬-ବର୍ଷୀୟ ସଂଗ୍ରାମ ଜେନା ।
ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ବିବାହିତା ଯୁବତୀ ନିଜ ୫ ପିଲାଙ୍କୁ ହତ୍ୟା କରିଥିଲେ, ପାଇଲେ ଆଜୀବନ କାରାଦଣ୍ଡକୃଷ୍ଣପ୍ରସାଦ ବ୍ଲକରେ ଥିବା ଏକ କୁକୁଡ଼ା ଫାର୍ମର ମାଲିକ ତ୍ରିନାଥ ଜେନା କହିଛନ୍ତି, ‘‘ପୂର୍ବରୁ କାଉ ମଡ଼କ ପରେ ଏବେ ଫାର୍ମଗୁଡିକରୁ କୁକୁଡା ମଡକ ହେଉଛି । ଗୋଟଏ କି ଦୁଇଟି ନୁହେଁ, ୫୦ରୁ ଅଧିକ କୁକୁଡ଼ା ମଲେଣି । ବର୍ଡ଼ ଫ୍ଲ୍ୟୁ ଆଶଙ୍କା ମଧ୍ୟରେ ସେମାନଙ୍କର ସାମ୍ପଲ୍ କଲେକ୍ସନ୍ କରାଯାଇଛି । କିଛି ମଲା କୁକୁଡ଼ା ଓ କାଉଙ୍କୁ ଗାତଖୋଳି ପୋତି ଦିଆଯାଇଛି । ଏହା ଉପରେ ପଦକ୍ଷେପ ନିଆ ନ ଗଲେ ପୁଣି ବିଦେଶାଗତ ପକ୍ଷୀଙ୍କୁ ବର୍ଡ଼ ଫ୍ଲ୍ୟୁ ହେବ ।’’
ଏହା ବି ପଢ଼ନ୍ତୁ | 7th Pay Commission: ଜାନୁଆରୀ ମାସରେ ମୋଦି ସରକାର କର୍ମଚାରୀମାନଙ୍କର ଆଉ ଏକ ଭତ୍ତା ବଢ଼ାଇବେ‘‘ଚିଲିକାରେ ଲକ୍ଷାଧିକ ସଂଖ୍ୟାରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି । ଚିଲିକା ନୂଆପଡ଼ା ନଟା ସାହିରେ କାଉ ମଡ଼କ ଦେଖା ଦେଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏ.ଡି.ଆର୍.ଆଇ. ବିଶେଷଜ୍ଞ ଟିମ୍ ପକ୍ଷରୁ କୃଷ୍ଣପ୍ରସାଦ ଅଞ୍ଚଳର ନଳବଣରୁ ପ୍ରାୟ ଦୁଇ ଦିନ ଧରି ୨୦୦ ଓ ୭୮ଟି କରି ସମୁଦାୟ ୨୭୮ଟି ବିଦେଶୀଗତ ପକ୍ଷୀଙ୍କ ଏନଭାଇରନମେଣ୍ଟାଲ୍ ସାମ୍ପଲ୍ ଓ ସ୍ୱାବ୍ ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି,’’ କହିଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର ଏ.ଭି.ଡି.ଓ. ଗଙ୍ଗାଧର ଲେଙ୍କା ।
ଏହା ବି ପଢ଼ନ୍ତୁ | ବାପାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ୍ ସହ ଯାଉଥିବା ଦେଖିଲେ ଦୁଇ ଝିଅ; ଗର୍ଲଫ୍ରେଣ୍ଡକୁ ରାସ୍ତାରେ ପିଟିଲେପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ‘‘ଏଯାବତ୍ ସେଭଳି କିଛି ବର୍ଡ଼ ଫ୍ଲ୍ୟୁର ରିପୋର୍ଟ ଆସି ନାହିଁ । ଯଦି ଆସେ ତେବେ ୨୦୧୮ ମସିହା ଭଳି ପଦକ୍ଷେପ ନିଆଯିବ ।’’ ସେ କହିଛନ୍ତି ଯେ ବର୍ଡ଼ ଫ୍ଲୁ ଆଶଙ୍କାକୁ ନେଇ ପ୍ରାଣୀ ବିଭାଗ ପ୍ରସ୍ତୁତ ରହିଛି ଓ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଉଛି । ଏହାକୁ ନେଇ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।