News18 Odia Digital
ଭୁବନେଶ୍ୱର: ଚାକିରିରୁ ଆବସର ନେବାର ମାତ୍ର ପାଞ୍ଚ ବର୍ଷ ପୂର୍ବରୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜଣେ କୋଟିପତି କିରାଣି । ଆୟ-ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗକୁ ନେଇ ତାଙ୍କ ସହ ଜଡ଼ିତ କେତେକ ସ୍ଥାନରେ ରେଡ୍ କରିବା ପରେ ଅଭିଯୋଗର ସତ୍ୟତା ଜାଣି ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଏହି କରିତକର୍ମା କିରାଣିଙ୍କ ଜଣକ ହେଉଛନ୍ତି ଭୁବନେଶ୍ୱର ସବ-କଲେକ୍ଟର ଅଫିସର ବରିଷ୍ଠ କିରାଣି ଉଦୟନାଥ ଜେନା ।
କେନ୍ଦ୍ରାପଡା, ପୁରୀ, ଭୁବନେଶ୍ୱର ସମେତ ଉଦୟନାଥଙ୍କ ସହ ଜଡ଼ିତ ମୋଟ ପାଞ୍ଚଟି ସ୍ଥାନରେ ଗୁରୁବାର ଦିନ ରେଡ କରିଥିଲା ଭିଜିଲାନ୍ସ ବିଭାଗ । ମିଳିଥିବା ସୂଚନା ଅନୁସାରେ ଉଦୟ ନାଥଙ୍କର ତିନୋଟି ଫ୍ଲାଟ ଓ ଚାରିଟି ପ୍ଲଟ ରହିଛି । ତାଙ୍କର ୧୫ଟି ବ୍ୟାଙ୍କ ଆକାଉଣ୍ଟ ଓ କେତେକ ବଣ୍ଡ ବି ଅଛି । ରେଡ୍ ବେଳେ ତାଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ସହ ନଗଦ ୫୬ ହଜାର ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ବିଭାଗ ଅଧିକାରୀମାନେ ।
ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତଭୁବନେଶ୍ୱର ସୁନ୍ଦରପଦାର ଏବରଙ୍ଗ ଏନକ୍ଲେଭରେ ରେଡ କରିବା ପରେ ସବ-କଲେକ୍ଟର ଅଫିସରେ ଛାପା ମାରିଥିଲା ଭିଜିଲାନ୍ ବିଭାଗ । ତାଙ୍କ ସମ୍ପତ୍ତି ତାଲିକାର ତର୍ଜମା ପରେ ଜଣା ପଡ଼ିଥିଲା ଯେ ସେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ । ତାଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଥିଲା ।

ଉଦୟନାଥଙ୍କ ଏକ ବିଳାସପୂର୍ଣ୍ଣ କୋଠା
‘‘ଛାପା ବେଳେ ନିଜ ସମ୍ପତିର ତାଲିକା ବିଷୟରେ ବୁଝାଇବାରେ ବିଫଳ ହୋଇଥିଲେ ଉଦୟନାଥ ଜେନା । ରାଜଧାନୀ ଭୁବନେଶ୍ୱରରେ ଏକ ବିଳାସପୂର୍ଣ ଘର ସେ କେମିତି ବନେଇଲେ ଓ ସେଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ନେଇ ଠିକ୍ ଭାବେ ହିସାବ ଦେଇପାରି ନ ଥିଲେ ସେ,’’ କହିଛନ୍ତି ଭିଜିଲାନ୍ସ ବିଭାଗର ଜଣେ ଅଧିକାରୀ ।
ଏହା ବି ପଢ଼ନ୍ତୁ | ଅନୁପ ଜଲୋଟା ହନି ସିଂଙ୍କୁ ଟକ୍କର ଦେଲେ, ଜସଲିନଙ୍କ ସହ ନୂଆ ଅବତାରରେ ଦେଖାଦେଲେଉଦୟନାଥଙ୍କ ପୈତୃକ ଘର କେନ୍ଦ୍ରାପଡ଼ା ରାଜନଗରର ଇନ୍ଦୁଲପୁରରେ । ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ବୋଲି କହିଛନ୍ତି ଛାପା ଦଳରେ ଥିବା ଜଣେ ଅଧିକାରୀ ।
ହେଲେ ଉଦୟନାଥ ଓ ତାଙ୍କ ପତ୍ନୀ ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଉଦୟନାଥ କହିଛନ୍ତି, ‘‘ମୁଁ ଗୋଟିଏ ସ୍ଥାନରେ ୧୫ ବର୍ଷ ରହିବା ପରେ କିଛି ଲୋକ ଈର୍ଷାଳୁ ହୋଇପଡ଼ିଥିଲେ। କିଛି ଲୋକ ଚକ୍ରାନ୍ତ କରି ଏଭଳି କରିଛନ୍ତି । କିନ୍ତୁ ମୁ ସେଭଳି କିଛି ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିନି ।’’
କରୋନା ସଂକ୍ରମଣର ଏହି ସମୟରେ ଏ ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ଛଅ ଜଣ ସରକାରୀ ବାବୁଙ୍କ ଘରେ ରେଡ କରି ସେମାନଙ୍କୁ ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଜେଲ ପଠାଇସାରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।