ଜଳରୁ ବାହାରି ଅପମୃତ୍ୟୁ: ଟ୍ରକ୍ ଚ଼କ ତଳେ ଚ଼ାପି ହୋଇ ଦେଢ଼ ବର୍ଷର କୁମ୍ଭୀର ମଲା

କୁମ୍ଭୀରଟିର ମୁଣ୍ଡ ଉପରେ ପଥର କିମ୍ବା ବାଲି ବୋଝେଇ ଟ୍ରକ୍ ଚ଼ଢ଼ି ଯିବା ପରେ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କିଛି ଦିନ ତଳେ ଏକ ପ୍ରାଥମିକ ବିଦ୍ୟାଳୟର ପଛ ପଟେ ଏକ ପୋଖରୀରେ କୁମ୍ଭୀରଟି ରହୁଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ ।

ଜଳରୁ ବାହାରି ଅପମୃତ୍ୟୁ: ଟ୍ରକ୍ ଚ଼କ ତଳେ ଚ଼ାପି ହୋଇ ଦେଢ଼ ବର୍ଷର କୁମ୍ଭୀର ମଲା
ମୃତ କୁମ୍ଭୀର
  • News18 Odia
  • Last Updated: January 21, 2020, 5:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜୟପୁର: କୋରାପୁଟ ଜିଲ୍ଲାର ବାଗ୍‌ଦେରୀ ଗାଁରେ ଗୋଟେ କୁମ୍ଭୀର ମରି ପଡ଼ିଥିବାର ଦେଖି ଲୋକେ ଚ଼କିତ ହୋଇଯାଇଛନ୍ତି । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ପରେ ବନ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚି କୁମ୍ଭୀରର ମୃତଦେହକୁ କୁନ୍ଦୁରା ଆଣିଥିଲେ।

ମୃତ ମାଈ କୁମ୍ଭୀରଟିର ବୟସ ମାତ୍ର ଦେଢ଼ ବର୍ଷ ହେବ ବୋଲି ବନ ବିଭାଗ କହିଛି । କୁମ୍ଭୀରଟିର ମୁଣ୍ଡ ଉପରେ ପଥର କିମ୍ବା ବାଲି ବୋଝେଇ ଟ୍ରକ୍ ଚ଼ଢ଼ି ଯିବା ପରେ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାଟି ଘଟିଛି କୁନ୍ଦୁରା ବ୍ଲକ୍‌ର ସୀମାନ୍ତ ପଞ୍ଚାୟତ ବାଗଦେରୀରେ ।

କିଛି ଦିନ ତଳେ ବାଗଦେରୀରେ ଥିବା ପ୍ରାଥମିକ ବିଦ୍ୟାଳୟର ପଛ ପଟ ନୂଆବନ୍ଧରେ ଏହି କୁମ୍ଭୀରଟି ରହୁଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ବନ ବିଭାଗ ଖବର ପାଇବା ପରେ ଗାଁରେ ପହଞ୍ଚି ବନ୍ଧକୁ ନ ଯିବା ପାଇଁ ଲୋକଙ୍କୁ ସତର୍କ ସୂଚନା ଜାରି କରିଥିଲା ।

ଗ୍ରାମବାସୀଙ୍କ କହିବାନୁସାରେ ବର୍ଷା ଦିନେ ନିକଟସ୍ଥ କୋଲାବ ନଦୀରୁ କୁମ୍ଭୀରଟି ବନ୍ଧକୁ ଚ଼ାଲିଆସି ଆଉ ଫେରିପାରି ନ ଥିଲା । ଏବେ ବାଗଦେରୀ ନିକଟରେ ବୋହୁଥିବା କୋଲାବ ନଦୀରେ ପାଞ୍ଚରୁ ସାତଟି କୁମ୍ଭୀର ରହୁଥିବା ଅନୁମାନ କରାଯାଉଛି ।

ତେବେ ଏଇ କୁମ୍ଭୀରଟିର ଏମିତି ଅଭାବନୀୟ ସ୍ଥିତିରେ ମୃତ୍ୟୁ ହୋଇଥିବା ଯୋଗୁଁ ସେ ଅଞ୍ଚଳର ଲୋକମାନଙ୍କ ମନରେ ଶୋକର ଛାୟା ଆସିଛି ।
First published: January 21, 2020, 5:26 PM IST