ବାଲେଶ୍ୱର: ଅପରାଧୀକୁ ଗିରଫ କରିଥବାକୁ ଆସିଥିବା ପୋଲିସ ଟିମ୍‌ ଉପରେ ବୋମା ଓ ପଥର ମାଡ଼ ହେଲା

ଦୁଇ ଦିନ ତଳେ ପଶ୍ଚିମ ବଙ୍ଗରୁ ଜଣେ ଯୁବକ ବୁଲେଟ ଯୋଗେ ଆସୁଥିବା ବେଳେ ଈଶ୍ୱର ତାଙ୍କୁ ମାଡ଼ ମାରି ତାଙ୍କ ବାଇକ୍ ଲୁଟି ନେଇଥିବା ଅଭିଯୋଗ ହେବା ପରେ ଆଜି ପୋଲିସ ଈଶ୍ୱରକୁ ଗିରଫ କରିବାକୁ ତା’ ଘରେ ପହଞ୍ଚଥିଲା ।

ବାଲେଶ୍ୱର: ଅପରାଧୀକୁ ଗିରଫ କରିଥବାକୁ ଆସିଥିବା ପୋଲିସ ଟିମ୍‌ ଉପରେ ବୋମା ଓ ପଥର ମାଡ଼ ହେଲା
ଅପରାଧୀ ଈଶ୍ୱର ମହାଳିକକୁ ଗିରଫ କରି ନେଉଛି ପୋଲିସ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଜଣେ ଚୋରକୁ ଧରିବାକୁ ଯାଇ ଆଜି ବାଲେଶ୍ୱରରେ ପୋଲିସକୁ ହେବାକୁ ପଡ଼ିଥିଲା ନାକେଦମ୍‌ । ଅପରାଧୀ ଈଶ୍ୱର ମହାଳିକ ପୋଲିସ ଉପରକୁ ବୋମା ମାଡ଼ କରିଥିଲା । ନିଜ ଦୁଇ ମହଲା ବିଶିଷ୍ଟ ଘରର ଛାତ ଉପରେ ଥାଇ ଈଶ୍ୱର ଓ ତା’ ପରିବାର ପାଖାପାଖି ଚାରି ଘଣ୍ଟା ଧରି ପୋଲିସ ଉପରକୁ କରିଥିଲେ ଆକ୍ରମଣ । ଇଟା, ପଥର ଓ କାଚ ବୋତଲ ଲଗାତାର ଫିଙ୍ଗିଥିଲେ ପୋଲିସ ଉପରକୁ ।

ଘରର ମୁଖ୍ୟ ଗେଟରେ ତାଲା ପକାଇବା ପରେ ଘର ଛାତରେ ରହି ଈଶ୍ୱର ଚଳାଇଥିଲା ଆତଙ୍କ ରାଜ । ଆଜି ଭୋରରୁ ଏକ ଚୋରି ମାମଲାରେ ପୋଲିସ ପହଞ୍ଚିବା ପରେ ଏଭଳି ପ୍ରାୟ ଚାରି ଘଣ୍ଟାରୁ ଉର୍ଦ୍ଧ୍ବ ଧରି ଚାଲିଥିଲା ଏହି ଘଟଣା । ଶେଷରେ ପୋଲିସ ଈଶ୍ୱରକୁ କାବୁ କଟିବାରେ ସଫଳ ହେଲା ଓ କିଛି ଚୋରୀ ଜିନିଷ ମଧ୍ୟ ଜବତ କଲା । ଏହି ଅପରେସନ ରେ ସହଦେବଖୁଣ୍ଟା ଓ ରେମୁଣା ପୋଲିସ ସମେତ ଟାଉନ ଡ଼ିଏସପି ମଧ୍ୟ ସାମିଲ ଥିଲେ ।

‘‘ଈଶ୍ୱର ନାମରେ ଅନେକ ଲୁଟ୍‌ ଅଭିଯୋଗ ଅଛି ।ଗିରଫ ହୋଇ ସେ ବାରମ୍ବାର ବେଲରେ ଆସୁଛି । ଆଜି ଆକ୍ରମଣ କରି ଫେରାର ହେବାକୁ ଚେଷ୍ଟା କରିଥିଲା । ଆମ ଟିମ କିନ୍ତୁ ପୂରା ଘର ଜଗି ରହିଥିବାରୁ ସେ ଫେରାର ହୋଇ ପାରି ନ ଥିଲା । ତାକୁ ପ୍ରଥମେ ଆମେ ଧରା ଦେବାକୁ କହିଥିଲୁ, କିନ୍ତୁ ସେ ନ ଶୁଣି ପୋଲିସ ଉପରକୁ ଆକ୍ରମଣ କରିଥିଲା,’’ କହିଛନ୍ତି ରେମୁଣା ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକ ।

ପୋଲିସ୍ ଉପରକୁ ଅପରାଧୀ ଈଶ୍ୱର ମହାଳିକ ଫିଙ୍ଗିଥିବା ବୋତଲର ଭଗ୍ନ ଅଂଶ ।


ସ୍ଥାନୀୟ ବାସିନ୍ଦା ଦିଲ୍ଲୀପ ଭୋଇ କହିଛନ୍ତି ଯେ ଈଶ୍ୱର କେବଳ ପୋଲିସ ନୁହେଁ ସ୍ଥାନୀୟ ଲୋକଙ୍କ ଉପରକୁ ମଧ୍ୟ ପଥର ଫିଙ୍ଗିଥିଲା । ‘‘ତା’ ପାଇଁ ଆମ ଗାଁ ବଦନାମ ହେଇଗଲାଣି । ଗାଁ ର ସବୁ ଜିନିଷ ଚୋରି କରିନେଉଛି । ବାରମ୍ବାର ତାକୁ ପୋଲିସ ଧରି ନେଉଛି, ହେଲେ ସେ ପୁଣି ବେଲରେ ଆସି ଚୋରି ଡକାୟତି ଚଳାଇଛି,’’ କହିଛନ୍ତି ଭୋଇ ।

ଦୁଇ ଦିନ ତଳେ ପଶ୍ଚିମ ବଙ୍ଗରୁ ଜଣେ ଯୁବକ ବୁଲେଟ ଯୋଗେ ଆସୁଥିବା ବେଳେ ଏନଏଚ ନିକଟରେ ଈଶ୍ୱର ସେ ତାଙ୍କୁ ମାଡ଼ ମାରି ତାଙ୍କ ବାଇକ୍‌ ଲୁଟି ନେଇଥିବା ଅଭିଯୋଗ ହେବା ପରେ ଆଜି ପୋଲିସ ଈଶ୍ୱରକୁ ଗିରଫ କରିବାକୁ ପହଞ୍ଚଥିଲା । ଈଶ୍ୱର ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୩୦ରୁ ଅଧିକ ଡକାୟତି ମାମଲା ରହିଛି । କିଛି ଦିନ ତଳେ ଗିରଫ ହୋଇ ସେ ବେଲରେ ଆସିଥିଲା । ତିନି ବର୍ଷ ତଳେ ମଧ୍ୟ ଏକ ଏକ ମାମଲାରେ ପୋଲିସ ତାକୁ ଗିରଫ କରିବାକୁ ଯାଇଥିବା ବେଳେ ସେ ଗରମ ତେଲ ପୋଲିସ ଉପରକୁ ପକାଇଥିବା ଅଭିଯୋଗ ହୋଇଥିଲା ।

‘‘କେବଳ ଚୋରି ନିହେଁ, ଏବେ ପୋଲିସ ଉପରକୁ ଆକ୍ରମଣ ଓ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ମଧ୍ୟ ମାମଲା ଦାୟର କରାଯିବ । ଆମ ପାଖରେ ଭିଡିଓ ଫୁଟେଜ ଅଛି । ସେଇ ଆଧାରରେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ,’’ କହିଛନ୍ତି ଡି.ଏସ.ପି. ମନୋଜ ରାଉତ ।

ଅପରାଧୀ ଈଶ୍ୱର ମହାଳିକ ଗିରଫ ହେବା ପରେ ଅନେକ ଡକାୟତିର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି । ପୋଲିସ ଉପରକୁ ଆକ୍ରମଣ କରିବା ଘଟଣାର ଭିଡିଓ ଫୁଟେଜ ଅନୁଯାୟୀ ଈଶ୍ୱର ଓ ତା’ ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଳାଇଛି ପୋଲିସ ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 14, 2020, 7:10 PM IST
corona virus btn
corona virus btn
Loading