ଚୌଦ୍ୱାର ଜେଲରୁ ପୁଣି ଆସିଲା ଦାଦାବଟି ଧମକ; ସକିଲ୍ ଓ ଆରିଫ୍ ପରେ ଏବେ ଲିଟୁଆ; ତା’ ବାପା,ମା’ ଓ ୨ ସହଯୋଗୀ ଗିରଫ

ଜେଲରେ ଥିବା ଲିଟୁଆ ବ୍ୟବସାୟୀ ଗୋପାଳ ଗୁପ୍ତାଙ୍କୁ ନିସ୍ତୁକ ମାଡ ମାରିବା ସହ ୫୦ ଲକ୍ଷ ଟଙ୍କାର ଦାଦାବଟି ଦେବା ପାଇଁ କହିଥିଲା । ନିଜ ପାଖରେ ଥିବା ମୋବାଇଲରୁ ଗୁପ୍ତାଙ୍କ ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ନ ଦେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲା । ପଢ଼ନ୍ତୁ News18 Odia Digitalର ଏକ୍ସକ୍ଲୁସିଭ୍‌ ରିପୋର୍ଟ ।

ଚୌଦ୍ୱାର ଜେଲରୁ ପୁଣି ଆସିଲା ଦାଦାବଟି ଧମକ; ସକିଲ୍ ଓ ଆରିଫ୍ ପରେ ଏବେ ଲିଟୁଆ; ତା’ ବାପା,ମା’ ଓ ୨ ସହଯୋଗୀ ଗିରଫ
ଲିଟୁଆର ମା’ ପୁଷ୍ପଲତାକୁ ଗିରଫ କରି ନେଉଛି ପୋଲିସ ।
  • News18 Odia
  • Last Updated: January 25, 2020, 10:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଜେଲରେ ଥାଇ ପୁଣି ଦାଦାବଟି ଆଦାୟ ପାଇଁ ଆସିଲା ଧମକପୂର୍ଣ୍ଣ ଫୋନ କଲ୍ । ତାହା ପୁଣି ଜେଲରେ ଥିବା ଅନ୍ୟ ଜଣେ ବିଚାରାଧିନ କଏଦୀ ତଥା ବ୍ୟବସାୟୀଙ୍କ ପରିବାରକୁ । ଚୌଦ୍ବାର ଜେଲରେ ଘଟିଛି ଏହି ଘଟଣା । ଏହି ମାମଲାରେ ଦାଦାବାଟି ମାଗିଥିବା କଟକର କୁଖ୍ୟାତ ଅପରାଧୀ ତଥା ଡି-ବ୍ରଦର୍ସ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଲିଟୁଆର ବାପା ମା’ ଓ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ଟାଙ୍ଗୀରେ ଏକ ଖାଇବା ତେଲ ଅପମିଶ୍ରିଣ କାରଖାନା ଚ଼ଳେଇବା ଅଭିଯୋଗରେ ଟାଙ୍ଗୀ ପୋଲିସ ତିନି ଦିନ ତଳେ ଗୋପାଳ ଗୁପ୍ତା ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରି ଚୌଦ୍ବାର ଜେଲକୁ ପଠାଇ ଥିଲା । ଗୁପ୍ତା ଜଣେ ଧନୀ ବ୍ୟବସାୟୀ ବୋଲି ଜାଣିବା ପରେ ସେହି ଜେଲ୍‌ରେ ଥିବା କଟକ ବିଡ଼ାନାସୀ ବାସିନ୍ଦା ଲିଟୁଆ ଓରଫ ଭରତ ବେହେରା ତାଙ୍କୁ ଅର୍ଥ ଦାବି କରିଥିଲା ।

ଜେଲରେ ଥିବା ଲିଟୁଆ ଗତ କାଲି ଗୁପ୍ତାଙ୍କୁ ନିସ୍ତୁକ ମାଡ ମାରିବା ସହ ୫୦ ଲକ୍ଷ ଟଙ୍କାର ଦାଦାବଟି ଦେବା ପାଇଁ କହିଥିଲା । ଏହା ସହ ନିଜ ପାଖରେ ଥିବା ମୋବାଇଲରୁ ଗୁପ୍ତାଙ୍କ ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ନ ଦେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲା । ଗତକାଲି ଗୋଟିଏ ଦିନରେ ଲିଟୁଆର ନମ୍ବରରୁ ଗୁପ୍ତାଙ୍କ ପତ୍ନୀଙ୍କୁ ଦଶଟି କଲ ଆସିଥିଲା । ଏପରିକି ଗୁପ୍ତା ମଧ୍ୟ ଲିଟୁଆର ମୋବାଇଲରୁ ତାଙ୍କ ପତ୍ନୀଙ୍କୁ ଫୋନ କରି ଟଙ୍କା ଦେବା ପାଇଁ ନେହୁରା ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।

ଜେଲ୍‌ରେ ବନ୍ଦ୍‌ଥିବା ଅପରାଧୀ ଲିଟୁଆ


ଏହା ପରେ ଗୁପ୍ତାଙ୍କ ପତ୍ନୀଙ୍କୁ ଲିଟୁଆର ସହଯୋଗୀମାନେ ଫୋନ କରି ବଟି ବାବଦ ଅର୍ଥ ଦାବି କରିଥିଲେ । ସେମାନଙ୍କ ମଧ୍ୟରେ ୧୫ ଲକ୍ଷ ଟଙ୍କାର ଡିଲ ଫାଇନାଲ ହୋଇଥିଲା । ଏ ନେଇ ଗତକାଲି ଗୁପ୍ତାଙ୍କ ପତ୍ନୀ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆକ୍ସନ ମୋଡକୁ ଆସିଥିଲା କମିଶନରେଟ ପୋଲିସ ।

‘‘ଆଜି ବଟି ବାବଦ ୧୫ ଲକ୍ଷ ଟଙ୍କା ନେବା ପାଇଁ ବ୍ୟବସାୟୀଙ୍କ ମହାନଦୀ ବିହାର ଠାରେ ଥିବା ଘରୁ ଆସିଥିବା ଲିଟୁଆର ସହଯୋଗୀ ରାହୁଲ ମୁର୍ମୁ ଓ ଉଲ୍ଲାସ ବେହେରା ଗରିଫ ହୋଇଛନ୍ତି । ଉଭୟଙ୍କୁ ପଚାରାଉଚରା ପରେ ଦାଦାବଟି ଆଦାୟରେ ଲିଟୁଆର ବାପା ପ୍ରତାପ ବେହେରା ଓ ମା’ ପୁଷ୍ପଲତା ବେହେରାଙ୍କ ପ୍ରତ୍ୟକ୍ଷ ଭୁମିକା ସାମନାକୁ ଆସିଥିଲା । ପୁଅର ଫୋନ କଲ ପାଇ ଉଭୟ ବାପା ଓ ମା’ ଟଙ୍କା ସଂଗ୍ରହର ଯୋଜନା ପ୍ରସ୍ତୁତ କରିଥିଲେ,’’ କହିଛନ୍ତି ଜଣେ ତଦନ୍ତକାରୀ ଅଧିକାରୀ ।

ବଡ଼ କଥା ହେଲା ଗିରଫ ହୋଇଥିବା ରାହୁଲ ମୁର୍ମୁ ଜଣେ ଇଞ୍ଜିନିୟରିଂ ଛାତ୍ର । କଟକର ଏକ ପ୍ରତିଷ୍ଠିତ କଲେଜରେ ସେ ଅଧ୍ୟୟନ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି । କୁଖ୍ୟାତ ଡ଼ି ବ୍ରଦର୍ସ ଗାଙ୍ଗର ପ୍ରମୁଖ ସଦସ୍ୟ ଲିଟୁଆ ନାଁ ରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଓ ଦାଦାବଟି ଆଦାୟ ଭଳି ସଙ୍ଗୀନ ମାମଲା ରହିଛି।

ତେବେ ଲିଟୁଆ ଚୌଦ୍ୱାର ଜେଲ୍‌ରେ ଥାଇ ନିଜ ଆପରାଧିକ ସାମ୍ରାଜ୍ୟ ଚ଼ଳାଉଥିବା ପ୍ରଥମ ଅପରାଧୀ ନୁହେଁ । ସକିଲ୍ ଓ ଆରିଫ ମଧ୍ୟ ଏହି ଜେଲରେ ରହି ନିଜ ପରିବାର ଲୋକଙ୍କ ଜରିଆରେ ଆପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି । ପୂର୍ବରୁ ସକିଲର ବାପା ଓ ଦୁଇ ପ୍ରେମିକାଙ୍କୁ ପୋଲିସ ଗରିଫ କରିଥିବା ବେଳେ ଆରିଫର ମା’ ମଧ୍ୟ ସମାନ ଅଭିଯୋଗରେ ଗରିଫ ହୋଇସାରିଛନ୍ତି ।
First published: January 25, 2020, 10:53 PM IST
corona virus btn
corona virus btn
Loading