ପୂଜା ପୂର୍ବରୁ କଟକ ସହରରେ ପୁଣି ବଢ଼ିଲା ଅପରାଧୀମାନଙ୍କ ଦାଦାବଟି ପାଇଁ ଧମକ ଘଟଣା

ନିଜ ଗ୍ୟାଙ୍ଗକୁ ବଞ୍ଚାଇ ରଖିବା ପାଇଁ ଅପରାଧୀମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଦଶହରା ସମୟରେ ଗ୍ୟାଙ୍ଗ ଲିଡରମାନେ ନିଜ ସଦସ୍ୟମାନଙ୍କୁ ହାତ ଖର୍ଚ୍ଚ ଦେବାର ପରମ୍ପରା ଅଛି । ସେଇଥି ପାଇଁ ଏବେ ସେମାନଙ୍କ କାର୍ଯ୍ୟକଳାପ ବଢ଼ିଥିବା କୁହାଯାଉଛି ।

ପୂଜା ପୂର୍ବରୁ କଟକ ସହରରେ ପୁଣି ବଢ଼ିଲା ଅପରାଧୀମାନଙ୍କ ଦାଦାବଟି ପାଇଁ ଧମକ ଘଟଣା
ଚୌଦ୍ବାର ଜେଲରେ ଥିବା ସକିଲ; (ଡାହାଣ) ଗିରଫ ହୋଇଥିବା ଚାରି ଜଣ ଅପରାଧୀ
  • News18 Odia
  • Last Updated: August 20, 2020, 9:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଦୁର୍ଗା ପୂଜା ଯେତିକି ଯେତିକି ପାଖେଇ ଆସୁଛି କଟକ ସହରରେ ଅପରାଧୀମାନଙ୍କ ଦାଦାବଟି ଆଦାୟ ସମ୍ପର୍କିତ କାର୍ଯ୍ୟକଳାପ ସେତିକି ବୃଦ୍ଧି ପାଉଛି । ଦାଦାବଟି ଆଦାୟ ଅଭିଯୋଗରେ ଡି-ବ୍ରଦର୍ସ ଗ୍ୟାଙ୍ଗର ଦୁଇ ଅପରାଧୀ ଗରିଫ ହେବାର ଦିନ କେଇଟା ନ ପୁରୁଣୁ ପୁଣି ସମାନ ଅଭିଯୋଗରେ ସକିଲ୍‌ ଗ୍ୟାଙ୍ଗର ଚାରି ଜଣ ସହଯୋଗୀ ଗିରଫ ହୋଇଛନ୍ତି ।

ଗିରଫ ଚାରି ଜଣ ଅଭିଯୁକ୍ତ ହେଲେ ପିଣ୍ଟୁ ଓରଫ ମହମ୍ମଦ ଆସିଫ୍‌, ଚିକୁ ଓରଫ ଦିଲ୍‌ନୱାଜ୍‌ ଖାନ୍‌, ମୁନ୍ନା ଓରଫ ସୟଦ ରହମାନ ଅଲ୍ଲି ଓ ମହମ୍ମଦ ଜାବେଦ୍‌ । ଏମାନଙ୍କ ମଧ୍ୟରୁ କେବଳ ମହମ୍ମଦ ଜାବେଦକୁ ବାଦ ଦେଲେ ଅନ୍ୟ ତିନି ଜଣଙ୍କ ନାଁରେ କଟକର ବିଭିନ୍ନ ଥାନାରେ ମାମଲା ରହିଛି । ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହିତ ପାଞ୍ଚଟି ମୋବାଇଲ ଫୋନ ଓ ଗୋଟିଏ ଦୁଇଚକିଆ ଯାନ ଜବତ ହୋଇଛି ।

ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଗତ ୧୩ ତାରିଖ ଅପରାହ୍ଣ ୪ଟା ସମୟରେ ପିଣ୍ଟୁ ଓ ଚିକୁ ବକ୍ସି ବଜାରରେ ଥିବା ବାବୁ ଇଲେକଟ୍ରୋନିକ୍ସ୍ ନାମକ ମୋବାଇଲ ଯନ୍ତ୍ରାଂଶର ଏକ ହୋସେଲ୍‌ ଦୋକାନକୁ ଆସିଥିଲେ । ସେମାନେ ଦୋକାନ ମାଲିକ ମିର୍‌ ମହମ୍ମଦ ରାଜାଙ୍କୁ ଦୋକାନ ବାହାରକୁ ଡାକି ସକିଲର ନାଁ ନେଇ ବନ୍ଧୁକ ଦେଖାଇ ଏକ ଲକ୍ଷ ଟଙ୍କାର ଦାଦାବଟି ମାଗିଥିଲେ । ଏହା ସହିତ ଉଭୟ ଚୌଦ୍ବାର ଜେଲରେ ଥିବା ସକିଲ ସହିତ ମଧ୍ୟ କଥା କରାଇଥିଲେ । ଟଙ୍କା ନ ଦେଲେ ଏହାର ଭୟଙ୍କର ପରିଣାମ ଭୋଗ କରିବାକୁ ଧମକ ଦେଇ ଉଭୟ ସେଠାରୁ ଚାଲିଆସିଥିଲେ । ଏହି ଧମକ ପାଇ ମିର୍‌ ମହମ୍ମଦ ରାଜା କ୍ୟାଣ୍ଟନମେଣ୍ଟ ଥାନାରେ ଏକ ଏତଲା ଦାୟର କରିଥିଲେ । ଫଳ ସ୍ବରୂପ କମିଶନରେଟ ପୋଲିସର ଶ୍ପେସାଲ ସ୍ବାର୍ଡ ବୁଧବାର ଦିନ ଉଭୟ ପିଣ୍ଟୁ ଓ ଚିକୁ ସହିତ ଏହି ମାମଲାରେ ସହଯୋଗ କରିବା ଅଭିଯୋଗରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା ।

କଟକ ଡିସିପି ପ୍ରତୀକ ସିଂ


‘‘ଏହି ମାମଲାରେ ଆଉ କିଛି ଅଭିଯୁକ୍ତ ସମ୍ପୃକ୍ତ ଥିବା ଆମେ ଜାଣିବାକୁ ପାଇଛୁ । ସେମାନଙ୍କୁ ଧରିବା ପାଇଁ ଆମେ ଉଦ୍ୟମ ମଧ୍ୟ ଆରମ୍ଭ କରିଛୁ । ଚୌଦ୍ବାର ଜେଲରେ ଥାଇ ସକିଲ୍‌ ତା’ର ଆପରାଧିକ ନେଟୱାର୍କ ଚଳାଉଥିବାରୁ ଆମେ ତା’ ସହିତ ତା’ର ପୁରା ଗ୍ୟାଙ୍ଗ୍‌ ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ । ଖାଲି ସକିଲ୍‌ ଗ୍ୟାଙ୍ଗ୍‌ ନୁହେଁ ଆମେ କଟକର ସମସ୍ତ ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛୁ । କୌଣସି ଅପରାଧୀକୁ ସହରରେ ନିଜର କାର୍ଯ୍ୟକଳାପ ଜାରି ରଖିବାକୁ ଦିଆଯିବ ନାହିଁ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ଦାଦାବଟି ଆଦାୟ ଅଭିଯୋଗରେ ଗତ ୧୨ ତାରିଖ ଦିନ ଡି-ବ୍ରଦର୍ସ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ଡ୍ୟାନି ଓ ରନିଆକୁ ପୋଲିସ ଗରିଫ କରିଥିଲା । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ୬୯ ରାଉଣ୍ଡ ଗୁଳି ମଧ୍ୟ ଜବତ କରିଥିଲା । ତେବେ ପୂଜା ପୂର୍ବରୁ ସହରରେ ପେଶାଦାର ଅପରାଧୀମାନେ ସକ୍ରିୟ ହେବାକୁ ଆରମ୍ଭ କରୁଥିବାରୁ ଏହା ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇ ଠିଆ ହୋଇଛି ।

ଏହା ବି ପଢ଼ନ୍ତୁ | ବାଲେଶ୍ୱର: MBA ଛାତ୍ର ଠାରୁ ୧.୩ କିଲୋ ବ୍ରାଉନ ସୁଗାର ଜବତ ହେଲା; ବଜାର ଦାମ ୧ କୋଟି ଟଙ୍କା

ଏହା ବି ପଢ଼ନ୍ତୁ | ଡ୍ରିମ୍ -୧୧ ଆଇପିଏଲର ନୂତନ ଟାଇଟଲ୍ ସ୍ପୋନାସର୍ ହେଲା; ୨୨୨ କୋଟିରେ କିଣିଲା ଏହି ଅଧିକାର

ସାଧାରଣତଃ ପୂଜା ଆସିଥିଲେ କଟକର ବିଭିନ୍ନ ଅପରାଧୀ ଗ୍ୟାଙ୍ଗମାନେ କାୟା ବିସ୍ତାର କରିଥାନ୍ତି । ଏହି ସମୟରେ ସେମାନେ ବଡ଼ ବଡ଼ ବ୍ୟବସାୟୀଙ୍କ ଠାରୁ ଦାଦାବଟି ଆଦାୟ କରିଥାନ୍ତି । ଏଥିରେ ଖିଲାପି କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଓ ଏପରିକି ମାଲିକମାନଙ୍କ ଉପରେ ବୋମା ଓ ଗୁଳି ମାଡ଼ କରିବାର ନଜିର ରହିଛି ।



କମିଶନରେଟ ପୋଲିସ ଗଲା ଚାରି ବର୍ଷ ହେଲା ସହରରେ ଅପରାଧୀମାନଙ୍କ ବିରୁଦ୍ଧରେ ଏକ ସ୍ବତନ୍ତ୍ର ଡ୍ରାଇଭ୍‌ ଚଳାଇଛି । ସେଇଥି ପାଇଁ ପୂର୍ବରୁ ସହରକୁ ନିଜ କବଜାକୁ ନେଇଥିବା ଡି-ବ୍ରଦର୍ସ, ସକିଲ୍, ଆରିଫ୍, ଟିଟୋ ଓ ତପୁ ଗ୍ୟାଙ୍ଗର ଉତ୍ପାତ ଏକ ପ୍ରକାର ବନ୍ଦ ରହିଛି । ହେଲେ ନିଜ ଗ୍ୟାଙ୍ଗକୁ ବଞ୍ଚାଇ ରଖିବା ପାଇଁ ଗ୍ୟାଙ୍ଗଷ୍ଟରମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଦଶହରା ସମୟରେ ଗ୍ୟାଙ୍ଗ ଲିଡରମାନେ ନିଜ ନିଜର ସଦସ୍ୟମାନଙ୍କୁ ହାତ ଖର୍ଚ୍ଚ ଦେବାର ପରମ୍ପରା ରହିଛି । ସେଇଥି ପାଇଁ ଏବେ ସେମାନଙ୍କ କାର୍ଯ୍ୟକଳାପ ବଢ଼ିଥିବା କୁହାଯାଉଛି ।
Published by: Anand Shankar Thankur Das
First published: August 20, 2020, 9:21 PM IST
corona virus btn
corona virus btn
Loading