ବାଲେଶ୍ବରରେ ଦିନକୁ ଦିନ ବଢୁଛି କ୍ରାଇମ୍; ସାମ୍ନାକୁ ଆସିଲା ପୋଲିସ ଲିଷ୍ଟ

ବାଲେଶ୍ବରରେ ଦିନକୁ ଦିନ ବଢୁଛି କ୍ରାଇମ୍ । ଯଦି ଗତ ଛଅ ମାସର ତଥ୍ୟ ଦେଖିବା ପାଖାପାଖି ୩୦ରୁ ଅଧିକ ଘଟଣା ଯେଉଁଥିରେ ବନ୍ଧୁକ ଦେଖାଇ ଲୁଟ, ହତ୍ୟା ଭଳି ସଙ୍ଗୀନ କ୍ରାଇମ କରୁଛନ୍ତି ଅପରାଧି। ତଥ୍ୟ ଦେଖିଲେ ଜଣାପଡୁଛି ଯେ ବନ୍ଧୁକ ଶସ୍ତା ହୋଇଯାଇଛି ଅପରାଧୀ ମାନଙ୍କ ପାଇଁ ।

ବାଲେଶ୍ବରରେ ଦିନକୁ ଦିନ ବଢୁଛି କ୍ରାଇମ୍

ବାଲେଶ୍ବରରେ ଦିନକୁ ଦିନ ବଢୁଛି କ୍ରାଇମ୍

  • Share this:
News18 Odia Digital

ବାଲେଶ୍ବର: ନଜର ପକାନ୍ତୁ ବାଲେଶ୍ୱର ଜିଲ୍ଲାର କିଛି ହତ୍ୟାକାଣ୍ଡ ଓ ଲୁଟ ଉପରେ । ଡିସେମ୍ବର ୧୧ ତାରିଖ ବାଲେଶ୍ୱର ନୀଳଗିରିରେ ଫୁଟିଲା ଗୁଳି । ଗ୍ୟାରେଜ ଭିତରେ ଗାଡ଼ି ମେକାନିକକୁ ଗୁଳିକରି ହତ୍ୟା । ଡିସେମ୍ବର ୧୦ ରାତିରେ ସୋରରେ ଲୁଟ । ପେଟ୍ରୋଲ ପମ୍ପରେ ପଶି ବନ୍ଧୁକ ଦେଖାଇ ଲୁଟି ନେଇଥିଲେ ଦୁଇ ଲୁଟେରା । ସିଧା ଗୁଳି କରି ଦେବାର ଧମକ ଦେଖାଇ ଲୁଟ ଥିଲେ ।

ଡିସେମ୍ବର ୯ ତାରିଖ ବାଲେଶ୍ୱର ଝିଙ୍କିରିଆରେ ଗୁଳିକାଣ୍ଡ। ପୂର୍ବ ରାଗ ରଖି ଯୁବକଙ୍କୁ ହତ୍ୟା କରାଯାଇଥିଲା। ଯଦି ଗତ ଛଅ ମାସର ତଥ୍ୟ ଦେଖିବା ପାଖାପାଖି ୩୦ରୁ ଅଧିକ ଘଟଣା ଯେଉଁଥିରେ ବନ୍ଧୁକ ଦେଖାଇ ଲୁଟ, ହତ୍ୟା ଭଳି ସଙ୍ଗୀନ କ୍ରାଇମ କରୁଛନ୍ତି ଅପରାଧି। ତଥ୍ୟ ଦେଖିଲେ ଜଣାପଡୁଛି ଯେ ବନ୍ଧୁକ ଶସ୍ତା ହୋଇଯାଇଛି ଅପରାଧୀ ମାନଙ୍କ ପାଇଁ ।

ପ୍ରତି ଘଟଣାରେ ଅପରାଧିମାନେ ବିନା ଦିଦ୍ଵଧାରେ ଗୁଳି ଫୁଟାଇ ଚମ୍ପଟ ମାରୁଛନ୍ତି । ତେବେ ପୋଲିସର ଜବତ ଲିଷ୍ଟ ଦେଖିଲେ ଡିସେମ୍ବର ୧୪ ତାରିଖ ଗୋଟିଏ ପିସ୍ତଲ ୨ଟି ଅଫୁଟା ୭.୬୫ ଏମ.ଏମ. ଗୁଳି ଜବତ, ୧୩ ତାରିଖରେ ଗୋଟିଏ ବନ୍ଧୁକ, ୧୨ ତାରିଖ ଗୋଟିଏ ପିସ୍ତଲ ୩ଟି ୭.୬୫ ଏମ.ଏମ ଅଫୁଟା ଗୁଳି, ୧୧ ତାରିଖ ଗୋଟିଏ ପିସ୍ତଲ, ୧୦ ତାରିଖ ଗୋଟିଏ ଦେଶୀ ବନ୍ଧୁକ ସମେତ ୭ ରାଉଣ୍ଡ ୭.୬୫ ଏମ.ଏମ. ଅଫୁଟା ଗୁଳି ଜବତ କରିସାରିଲାଣି ପୋଲିସ । ହେଲେ ଅଶାନ୍ତ ବାଲେଶ୍ୱରରେ ବେଆଇନ ବନ୍ଧୁକ କାରବାର ବଢୁଥିବା ବେଳେ ପୋଲିସର ଏହି ଜବତ ସମୁଦ୍ରକୁ ଶଙ୍ଖେ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ।

ଆଇନଜୀବୀ ଶାନ୍ତନୁ କୁମାର ରାଉତ କହିଛନ୍ତି, ‘‘ବାଲେଶ୍ୱର ଜିଲ୍ଲାରେ ଏବେ ଗୁଳିକାଣ୍ଡ ଅତି ସାଧାରଣ ହୋଇଗଲାଣି । ଅତି ଅଳ୍ପ ବୟସ ପିଲାମାନେ ବିଭିନ୍ନ ଅପରାଧରେ ଜଡ଼ିତ ରହୁଛନ୍ତି ଆଉ ବନ୍ଧୁକ ବ୍ୟବହାର କରୁଛନ୍ତି । ପୋଲିସ ବିଭାଗ ଅଧିକ ସକ୍ରିୟ ହେଲେ ଯାଇ ଅପରାଧ ରୋକାଯାଇପାରିବ।"

"ହତ୍ୟା, ଲୁଟ ଅତି ସାଧାରଣ ଘଟଣା ଭଳି ଲାଗିଛି। ଜିଲ୍ଲା ପୋଲିସ ଓ ଜିଲ୍ଲା ଏସପି ଅପରାଧ ବୃଦ୍ଧିପାଇଁ ସମ୍ପୂର୍ଣ୍ଣ ଦାୟି ହେବା ଆବଶ୍ୟକ । ପୋଲିସ ପ୍ରକୃତରେ ଗୋଇନ୍ଦା ବିଭାଗ ଠିକ୍ ଭାବରେ କାମ କଲେ ବନ୍ଧୁକ କାରବାର କେଉଁଠୁ ଆସୁଛି। କିଏ କରୁଛି ସବୁ ଜଣା ପଡ଼ିଯାଆନ୍ତା,’’ କହିଛନ୍ତି ଜିଲ୍ଲାବାସୀ ଗଙ୍ଗାଧର ରାଉତ ।

ଯଦି ଦେଖିବାକୁ ଯିବା ବାଲେଶ୍ୱର ସହରରେ ଏବେ ୫ଟି ଗ୍ୟାଙ୍ଗ ସକ୍ରିୟ ରହିଛି । ଲୁଟ, ରାହାଜନୀ, ହତ୍ୟା, ଦାଦା ବଟି ଆଦାୟ ମୁଖ୍ୟତଃ ଏହି ଗ୍ୟାଙ୍ଗର ସଦସ୍ୟ ସମ୍ପୃକ୍ତି ପୋଲିସ ପୁରୁଣା କେସ୍ ଫାଇଲ ଜଣା ପଡୁଛି । ଏସବୁ ଭିତରେ ବାଲେଶ୍ୱର ସହରକୁ ବେଆଇନ ବନ୍ଧୁକ ଆଣିବା ଓ ବିକ୍ରି କରିବା ପାଇଁ କିଛି ଦଲାଲ ରହିଛନ୍ତି । ମୁଖ୍ୟତଃ ଓଡ଼ିଶାର ଯେକୌଣସି ସ୍ଥାନର ମାଫିଆ କ୍ରିମିନାଲମାନଙ୍କୁ ଏଇ ଆନ୍ତଃରାଜ୍ୟ ଦଲାଲ ବନ୍ଧୁକ ସପ୍ଲାଇ କରିଥାନ୍ତି। ବିହାର ଓ ଝାଡ଼ଖଣ୍ଡରୁ ଏହି ବନ୍ଧୁକ ଓଡ଼ିଶା ଆସିଥାଏ। ତେବେ ମୁଖ୍ୟ କଥା ହେଲା ଯେ ବାହାର ରାଜ୍ୟରୁ ଏହି ଦେଶୀ ବନ୍ଧୁକ ଅତି ଶସ୍ତାରେ ମିଳିଥାଏ । ଆପଣ ଶୁଣିଲେ ବିଶ୍ୱାସ କରିବେନି ୧୫ ରୁ ୨୦ ହଜାର ଭିତରେ ସିଙ୍ଗଲ ସର୍ଟ ବନ୍ଧୁକ ଉପଲବ୍ଧ । ଏଣୁ କମ୍ ଦାମର ବନ୍ଧୁକ ମିଳିଯାଉଥିବାରୁ ଅପରାଧୀ ଏବେ ବନ୍ଧୁକ ଧରି କଥା କଥାରେ ଫୁଟାଇ ଦେଉଥିବା କୁହାଯାଉଛି।

ପୋଲିସ ଦଲାଲମାନଙ୍କ ଉପରେ ନଜର ରଖିବା ଆବଶ୍ୟକ । ସେମାନେ କେତେ ସାମଗ୍ରୀ କାହାକୁ କାହାକୁ ଦେଉଛନ୍ତି ଏହା ଉପରେ ଟିକନିକ ନଜର ରଖିଲେ ଅପରାଧ ନିୟନ୍ତ୍ରଣ ହୋଇପାରିବ । ସେହିପରି ଅପରାଧୀମାନଙ୍କର ମୋବାଇଲ ଟ୍ରାକ୍ କରି ଅପରାଧୀ ଗ୍ୟାଙ୍ଗ ଗତିବିଧି ଉପରେ ନଜର ରଖିବା ଆଵଶ୍ୟକ । ଆଉ କିଛି ନିୟମିତ ଅପରାଧୀଙ୍କୁ ଏନକାଉଣ୍ଟର କଲେ ଅପରାଧ କମିବ ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଏସପି ସନ୍ତୋଷ ନାୟକ ।

କମ ଦାମରେ ବହୁ ସହଜରେ ବନ୍ଧୁକ ମିଳିଯାଉଥିବାରୁ ଅପରାଧୀମାନେ ବେଫିକର ଗୁଳି ଫୁଟାଇ ଦେଇଉଛନ୍ତି । ତେବେ ପୋଲିସ ଗୋଇନ୍ଦା ବିଭାଗ ଫେଲ୍ ପାଇଁ ଅପରାଧୀ ସକ୍ରିୟ କୁହାଯାଉଛି।
Published by:Lipina Das
First published: