ଖାକି ବର୍ଦ୍ଦିରେ ଦାଗ: କିଛି ଆପରାଧିକ ଚରିତ୍ରର କର୍ମଚାରୀଙ୍କ ଯୋଗୁଁ ବଦନାମ ହେଉଛି କମିଶନରେଟ୍ ପୋଲିସ୍

ଆପରାଧିକ ମାମଲାରେ ଜଡ଼ିତ ଥିବା ପୋଲିସ କର୍ମୀମାନଙ୍କ ଗିରଫଦାରୀ ଓ ନିଲମ୍ବନ ହୋଇଚାଲିଛି । ହେଲେ କମିଶନରେଟ୍ ପୋଲିସରେ ଉଲ୍ଲେଖନୀୟ ସୁଧାର ବା ପରିବର୍ତ୍ତନ ଦେଖାଯାଉ ନାହିଁ ବୋଲି ଅନେକ ମତ ଦେଇଛନ୍ତି ।

ଖାକି ବର୍ଦ୍ଦିରେ ଦାଗ: କିଛି ଆପରାଧିକ ଚରିତ୍ରର କର୍ମଚାରୀଙ୍କ ଯୋଗୁଁ ବଦନାମ ହେଉଛି କମିଶନରେଟ୍ ପୋଲିସ୍
ପୋଲିସ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ (ଡାହାଣ) ଡିସିପି ଉମାଶଙ୍କର ଦାଶ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ‘ୱି କେୟାର୍‌, ୱି ଡେୟାର୍‌’ ସ୍ଲୋଗାନକୁ ନିଜ ମନ୍ତ୍ର ଭାବେ ଗ୍ରହଣ କରିଥିବା ଭୁବନେଶ୍ୱର-କଟକ ଟ୍ୱିନ୍‌ ସିଟି କମିଶନରେଟ୍‌ ପୋଲିସ୍‌ ଲଗାତର ନିଜ ଅଫିସର୍‌ ଓ କର୍ମଚାରୀଙ୍କ ଆଚରଣକୁ ନେଇ ଚର୍ଚ୍ଚାରେ ରହୁଥିବାରୁ ପୋଲିସର ଭୂମିକା ଉପରେ ସାଧାରଣରେ ପ୍ରଶ୍ନ ଉଠିଛି । ଅପରାଧର ସଂଖ୍ୟା ଓ ପ୍ରକାରରେ ବୃଦ୍ଧି ହେବା ସହିତ ଖାକି ୟୁନିଫର୍ମରେ ଥିବା ନାଗରିକ ବି ଅପରାଧ ମୁହାଁ ହେଉଥିବା ଦେଖିବାକୁ ମିଳୁଥିବାରୁ ଚିନ୍ତା ବଢ଼ିଛି ।

ଏପ୍ରିଲ ୨୮ ତାରିଖରେ ଭୁବନେଶ୍ୱରରେ ଏକ ହୋଟେଲରେ କୋଟିଏ ଟଙ୍କାର ବେଟିଂ କାରବାରରେ ସଂଲିପ୍ତ ଥିବା ଅଭିଯୋଗରେ କମିଶନରେଟ୍‌ ପୋଲିସର ତିନି ଜଣ କନେଷ୍ଟବଳ ଗିରଫ ହୋଇଛନ୍ତି ଓ ଏହି ମାମଲାରେ ସବ୍‌-ଇନ୍ସପେକ୍ଟର ବିଜୟ ଦାଶଙ୍କୁ ‘‘ସ୍କାନରରେ’’ ରଖାଯାଇଛି ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି । ମାତ୍ର ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ବି ବିଜୟ ଦାଶଙ୍କୁ ଗିରଫ କରାଯାଇ ନ ଥିବାରୁ ସାଧାରଣରେ ପ୍ରଶ୍ନ ଉଠିଛି । ଏମିତି ଘଟଣା ଲଗାତର ଘଟିଚାଲିଥିବା ବେଳେ ଦୋଷୀ ପୋଲିସ କର୍ମୀମାନଙ୍କ ଗିରଫଦାରୀ ଓ ନିଲମ୍ବନ ଜାରି ରହିଛି । ହେଲେ କମିଶନରେଟ ପୋଲିସରେ ଉଲ୍ଲେଖନୀୟ ସୁଧାର ବା ପରିବର୍ତ୍ତନ ଦେଖାଯାଉ ନାହିଁ ବୋଲି ଅନେକ ମତ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ

ବେଟିଂ ମାମଲାରେ ସମ୍ପୃକ୍ତି ଯୋଗୁଁ ‘‘ସ୍କାନରରେ’’ ଥିବା ସବ୍-ଇନ୍ସପେକ୍ଟର ବିଜୟ ଦାଶ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bengal Results: ‘ଦିଦି ଦିଦି…’ ଦୋହରାଇ ଟ୍ୱିଟରରେ ଲୋକେ BJPକୁ ଖୁବ୍ ପରିହାସ କରୁଛନ୍ତି

୨୦୦୮ ମସିହାରେ କଟକ ଓ ଭୁବନେଶ୍ୱର ବାସୀଙ୍କୁ ସୁରକ୍ଷା ଓ ସେବା ଯୋଗାଇବା ପାଇଁ ଗଠିତ ହୋଇଥିବା କମିଶନରେଟ୍‌ ପୋଲିସରେ‌ ଟ୍ୱିନ୍‌ ସିଟିକୁ ଅପରାଧମୁକ୍ତ କରିବା ପାଇଁ ‘କ୍ୱିକ୍‌ ଆକ୍ସନ୍‌ ଟିମ୍‌’ ଓ ‘ସ୍ପେଶାଲ୍‌ ସ୍କ୍ୱାର୍ଡ଼’ କାର୍ଯ୍ୟ କରୁଛି । ଏହି ଟିମ୍‌ ଦୁଇଟିରେ ଥିବା କର୍ମଚାରୀମାନଙ୍କୁ ‘ଅଣ୍ଡର୍‌-କଭର୍‌’ ଭାବେ ରଖା ଯାଇଛି । ଏହା ପଛରେ ରହିଛି ସେମାନେ ଲୋକ ଲୋଚନକୁ ନ ଆସି ଅପରାଧୀଙ୍କୁ ଧରିବେ ବୋଲି ଚିନ୍ତାଧାରା । ହେଲେ ଏହି ‘ଅଣ୍ଡର୍‌-କଭର୍‌’ ଟିମରେ ସାମିଲ୍‌ ଥିବା କେତେକ ପୋଲିସ କର୍ମୀ ଅପରାଧୀଙ୍କୁ କାବୁ କରିବା ବଦଳରେ ନିଜେ ଅପରାଧୀମାନଙ୍କ ସହ ମିଶି ଆପରାଧିକ କାର୍ଯ୍ୟକଳାପରେ ଯୋଗଦାନ କରୁଥିବାରୁ କମିଶନରେଟ୍‌ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଚିହ୍ନ ଠିଆ ହୋଇଛି ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

ଏହା ପୂର୍ବରୁ ବି କମିଶନରେଟ୍‌ ପୋଲିସର ବହୁ ଅଧିକାରୀ ଓ କର୍ମଚାରୀ ଆପରାଧିକ କାର୍ଯ୍ୟରେ ଲିପ୍ତ ରହି ଓ ଅପରାଧୀମାନଙ୍କ ସହ ସମ୍ପର୍କ ସ୍ଥାପନ କରି ପୋଲିସ ବଳ ପାଇଁ ଦୁର୍ନାମ ଆଣିଛନ୍ତି । ୨୦୧୯ ମସିହା ସେପ୍ଟେମ୍ବର ୪ ତାରିଖରେ ଜଟଣୀ ଥାନାର ତତ୍କାଳୀନ ଥାନା ଅଧିକାରୀ ସଞ୍ଜୀବ ମହାନ୍ତି ଗିରଫ ହୋଇଥିଲେ । ତାଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ଗ୍ୟାଙ୍ଗଷ୍ଟର ଟିଟୋ ସହ ସମ୍ପର୍କରେ ଥିଲେ । ଏକ ମାମଲାକୁ ରଫାଦଫା କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟର ଭିଜୁଆଲ୍‌ ବାହାରକୁ ଆସିବା ପରେ ସେ ଗିରଫ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ତାମିଲ ନାଡ଼ୁରେ ଥିବା ମନ୍ଦିରଗୁଡ଼ିକର ବାହ୍ୟ ଅଡ଼ିଟ୍ ଦାବି କରି ମାଡ୍ରାସ୍ HCରେ PIL କଲେ ସଦଗୁରୁ

ସେହି ୨୦୧୯ ମସିହା ନଭେମ୍ବର ୧୪ ତାରିଖରେ ୩୦ ଗ୍ରାମ୍‌ ବ୍ରାଉନ୍‌ ସୁଗର୍‌ କାରବାର କରୁଥିବା ବେଳ ନୟାପଲ୍ଲୀ ଥାନାର କନେଷ୍ଟବଳ ଜାନକୀ ବଲ୍ଲଭ ଭାରିମଲକୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ୨୦୨୦ ମାର୍ଚ୍ଚ ୫ ତାରିଖରେ ନିଜ ଝିଆରିକୁ ଦୁଷ୍କର୍ମ କରିବା ଅଭିଯୋଗରେ କ୍ୟାପିଟାଲ୍‌ ଥାନାର ହାବିଲଦାର ବିଜୟ ସେଠୀଙ୍କୁ ଗିରଫ କରିଥିଲା ସହିଦ ନଗର ଥାନା ପୋଲିସ ।

ଏହା ବି ପଢ଼ନ୍ତୁ | Reliance Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ତଦାରଖ କରୁଛନ୍ତି

‘‘କମିଶନରେଟ୍‌ ପୋଲିସରେ ୩,୦୦୦ ପୋଲିସ ଭାଇଭଉଣୀ ଡ୍ୟୁଟି କରୁଛନ୍ତି । କିଛି ଜଣଙ୍କ ପାଇଁ ପୂରା ପୋଲିସ ବିଭାଗକୁ ବଦନାମ କରିବା ଠିକ୍‌ ହେବ ନାହିଁ । କନେଷ୍ଟବଳମାନେ ଗ୍ରାଉଣ୍ଡ୍‌ ଜିରୋରେ କାମ କରୁଛନ୍ତି । ସେମାନଙ୍କ ପାଇଁ ଆମେ ଅପରାଧୀମାନଙ୍କୁ ଧରିବାରେ ସଫଳ ହେଉଛୁ । ଯେଉଁମାନଙ୍କର ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ରହୁଛି ସେମାନଙ୍କ ପ୍ରତି ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛୁ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

କମିଶନରେଟ ପୋଲିସରେ ସ୍ଵଚ୍ଛତାର କ୍ରମାଗତ ଅଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି । ‘‘ଓଡି଼ଶା ପୋଲିସରେ କମିଶନରେଟ ପୋଲିସ ଏକ ଟାଣୁଆ ବିଭାଗ । ହେଲେ ଏଠି ଅନେକ ସମୟରେ ରକ୍ଷକ ଭକ୍ଷକ ସାଜୁଥିବା ଦେଖାଯାଉଛି । ଟଙ୍କା ଲୋଭରେ ଡ୍ୟୁଟି ଭୁଲିଯାଉଛନ୍ତି ପୋଲିସ କର୍ମୀମାନେ । ଦୁଷ୍କର୍ମ, ବେଟିଂ, ଡ୍ରଗ୍ସ  ଓ ନିର୍ଯ୍ୟାତନା ଭଳି ଅପରାଧ ଘଟାଉଛନ୍ତି ସେମାନେ । ବର୍ଦ୍ଦି ପିନ୍ଧିଥିବାରୁ ସେମାନଙ୍କ ମନରେ ଭୟ ରହୁନି । ପୋଲିସ ୟୁନିଫର୍ମର ଖରାପ ବ୍ୟବହାର କରୁଛନ୍ତି ସେମାନେ,’’ କହିଛନ୍ତି ମହାନ୍ତି ।



‘‘ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ପୂର୍ବରୁ ମଧ୍ୟ ନଜିର୍‌ ରହିଛି । ଖାଲି କମିଶନରେଟ୍‌ ପୋଲିସ ନୁହେଁ, ଓଡି଼ଶା ପୋଲିସରେ ଏଭଳି ବହୁତ ଅଫିସର୍‌ ଓ କର୍ମଚାରୀ ଅଛନ୍ତି । ଏହା ନିଶ୍ଚୟ ଏକ ଚିନ୍ତାର ବିଷୟ । ଯେଉଁମାନେ ଆପରାଧିକ ଘଟଣାରେ ଲିପ୍ତ ରହୁଛନ୍ତି ସେମାନଙ୍କ ପ୍ରତି ତ୍ୱରିତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ହୁଏତ କିଛି ପରିବର୍ତ୍ତନ ହେବ,’’ କହିଛନ୍ତି ସେହିପରି ଅବସରପ୍ରାପ୍ତ ପୋଲିସ ଆଇ.ଜି. ବଟକୃଷ୍ଣ ତ୍ରିପାଠୀ ।
Published by: Anand ST Das
First published: May 2, 2021, 11:39 PM IST