ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ

ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ

Chandipur DRDO ITR spy case: Crime Branch to seek Interpol help to reach woman | ଗିରଫ ଅଭିଯୁକ୍ତମାନେ ଯେଉଁ ଯୁବତୀଙ୍କ ସହ କଥା ହେଉଥିଲେ ତାଙ୍କ ଫଟୋ ଓ ଭିଡିଓ ଚ୍ୟାଟ୍‌ କ୍ରାଇମ୍‌ ବ୍ରାଞ୍ଚ୍‌ ହାତରେ ଲାଗିଛି । ହେଲେ ସେ ପାକିସ୍ତାନରୁ ନା ଇଂଲଣ୍ଡରୁ ଅନଲାଇନ୍‌ ମାଧ୍ୟମରେ ITRରେ ଗୁପ୍ତଚରଗିରି ଚଳାଉଥିଲେ ତାହା ଜଣାପଡ଼ିନି ।

ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ
ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଚାର୍ଜସିଟ୍‌ ଦାଖଲ କରାଯିବ ।
  • News18 Odia
  • Last Updated: September 29, 2021, 9:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରରେ ଥିବା ଡି.ଆର୍‌.ଡି.ଓ.ର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରେ (ଆଇ.ଟି.ଆର୍‌.) ଘଟିଥିବା ତଥ୍ୟ ଲିକ୍‌ ଓ ଗୁପ୍ତଚରଗିରି ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ଏବେ ଇଣ୍ଟରପୋଲର ସହାୟତା ନେବ । ଭାରତ ବାହାରେ ରହି ଏହି ଗୁପ୍ତଚରଗିରି କରାଉଥିବା ଜଣେ ରହସ୍ୟମୟୀ ଯୁବତୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ଇଣ୍ଟରପୋଲର ସହଯୋଗ ଲୋଡ଼ିବ କ୍ରାଇମ୍‌ ବ୍ରାଞ୍ଚ୍‌ ।

ଗିରଫ ହୋଇଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଚାରି ଜଣ ଯେଉଁ ଯୁବତୀଙ୍କ ସହ କଥା ହେଉଥିଲେ ତାଙ୍କ ଫଟୋ ଓ ଭିଡିଓ ଚ୍ୟାଟ୍‌ କ୍ରାଇମ୍‌ ବ୍ରାଞ୍ଚ୍‌ ହାତରେ ଲାଗିଛି । ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି କହିଛନ୍ତି କ୍ରାଇମ୍‌ ବ୍ରାଞ୍ଚ୍‌ ଏ.ଡି.ଜି. ସଞ୍ଜୀବ ପଣ୍ଡା ।

ଏହା ବି ପଢ଼ନ୍ତୁ | କାହିଁକି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ? ସୋନିଆଙ୍କୁ ଚିଠି ଲେଖି ସବୁ କହିଲେ

ସେହି ରହସ୍ୟମୟୀ ଯୁବତୀଙ୍କ ଫଟୋ କ୍ରାଇମ୍‌ ବ୍ରାଞ୍ଚ୍‌ ହାତରେ ଲାଗିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିଚୟ ଜଣାପଡ଼ିନାହିଁ । ସେ ପାକିସ୍ତାନରୁ ନା ଇଂଲଣ୍ଡରୁ ରହି ଅନଲାଇନ୍‌ ମାଧ୍ୟମରେ ଚାନ୍ଦିପୁର ଆଇ.ଟି.ଆର୍‌.ରେ ଗୁପ୍ତଚରଗିରି ଚଳାଉଥିଲେ ତାହା ଜାଣିବା ପାଇଁ ଇଣ୍ଟରପୋଲର ସହାୟତା ନେଉଛି କ୍ରାଇମ୍‌ ବ୍ରାଞ୍ଚ୍‌ ।

କ୍ରାଇମ୍‌ ବ୍ରାଞ୍ଚ୍‌ ଏ.ଡି.ଜି. ସଞ୍ଜୀବ ପଣ୍ଡା


ଏହା ବି ପଢ଼ନ୍ତୁ | ବୟସ ୨୫ ବର୍ଷ, ଓଜନ ୧୦୦ କିଲୋରୁ ଅଧିକ, ଧମନୀରେ ୯୯% ବ୍ଲକେଜ୍; ସର୍ଜରୀ କରି ଜୀବନ ବଞ୍ଚାଗଲା

‘‘ଚାନ୍ଦିପୁର ଡି.ଆର୍‌.ଡି.ଓ.ରୁ ଗୁପ୍ତ ତଥ୍ୟ ହାସଲ କରିଥିବା ଜଣେ ମହିଳାଙ୍କର ଫଟୋକୁ ଚିହ୍ନଟ କରାଯାଇଛି । ସୋସିଆଲ୍‌ ମିଡିଆରେ ସାତଟି ଆକାଉଣ୍ଟ୍‌ ଖୋଲି ପ୍ରେମ ଜାଲରେ ଅଭିଯୁକ୍ତମାନଙ୍କୁ ଫସାଇଥିବା ସେଇ ମହିଳାଙ୍କ ପ୍ରୋଫାଇଲ୍‌ ଫଟୋ ସହ ଭିଡିଓ କଲରେ ଦୃଶ୍ୟମାନ ହେଉଥିବା ଫଟୋ ମେଳ ଖାଉଛି । ତା’ ଛଡ଼ା ଯୁବତୀଙ୍କର ବିଦେଶ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଥବାରୁ ତାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ଇଣ୍ଟରପୋଲ ସହାୟତା ନିଆଯିବା ଜରୁରୀ ହୋଇଛି । ଯୁବତୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଓ ମୋବାଇଲ ଫୋନ୍‌ ଡାଟା ଏ ଦିଗରେ ବିଶେଷ ସହାୟକ ହେବ,’’ କହିଛନ୍ତି କ୍ରାଇମ୍‌ ବ୍ରାଞ୍ଚ୍‌ ଏ.ଡି.ଜି. ସଞ୍ଜୀବ ପଣ୍ଡା ।

ଏହା ବି ପଢ଼ନ୍ତୁ | Gold Price: ସୁନା ମାସରେ ,୩୫୯ ଟଙ୍କା ଶସ୍ତା ହେଲା; ଏବେ କିଣିଲେ ଖୁବ୍ ଲାଭ ମିଳିବା ଆଶା ଅଛି

ଏହି ମାମଲାରେ ଇଣ୍ଟରପୋଲ୍‌ ସହ ଯୋଗାଯୋଗ ପାଇଁ ସି.ବି.ଆଇ. ନୋଡାଲ ଏଜେନ୍ସି ସାଜିବ । ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି । ‘‘ତଦନ୍ତରେ ଆବଶ୍ୟକ ପଡୁଥିବା ଡାଟା ହାସଲ କରିବା ପାଇଁ ଯେଉଁ ଏଷ୍ଟାବ୍ଲିଶଡ୍‌ ପ୍ରକ୍ରିୟା ଅଛି, ସେହି ପ୍ରକ୍ରିୟା ଅନୁସାରେ ଆମେ ଆବେଦନ କରିବୁ । ସେଥି ପାଇଁ ଆମେ ଇଣ୍ଟରପୋଲର ସହାୟତା ନେବୁ,’’ କହିଛନ୍ତି ପଣ୍ଡା ।

ଏହା ବି ପଢ଼ନ୍ତୁ | ବଙ୍ଗାଳୀ ଯୁବକ ଏକ କୋଟି ଟଙ୍କା ଲଟେରୀରେ ଜିତିଲେ, ଭୟରେ ଦୌଡ଼ି ଦୌଡ଼ି ଥାନାରେ ପହଞ୍ଚିଲେ

‘‘ସେମାନେ (ଅଭିଯୁକ୍ତମାନେ) ଆମକୁ ପଚରାଉଚରାରେ ଯେତିକି ବୟାନ ଦେଇଛନ୍ତି ଓ ଆମର ଟେକ୍ନିକାଲ୍‌ ତଦନ୍ତରେ ଯେତିକି ଡାଟା ମିଳିଛି ତାକୁ ନେଇ ଆଗକୁ ଆଉ କିଛି ଭେରିଫିକେସନ୍‌ କରିବା ପରେ ଦରକାର ପଡ଼ିଲେ ଆଉ ଥରେ ଅଭିଯୁକ୍ତମାନଙ୍କୁ ଆମେ ରିମାଣ୍ଡରେ ଆଣିବୁ,’’ କହିଛନ୍ତି ପଣ୍ଡା ।

ଏହା ବି ପଢ଼ନ୍ତୁ | ନୂଆ ମୋବାଇଲ୍ ସିମ୍ ନେବାର ନିୟମ ବଦଳିଲା; ଜାଣନ୍ତୁ କେମିତି ଲୋକକୁ ଆଉ ମିଳିବ ନାହିଁ SIM କାର୍ଡ଼

ରାଜ୍ୟର ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି, ‘‘ଇଣ୍ଟରପୋଲର ସାହାଯ୍ୟ ନିଆଗଲେ ତଦନ୍ତରେ ସମନ୍ୱୟ ବଢ଼ିବ ଓ ଦୁଇ ଦେଶ ମଧ୍ୟରେ ତଦନ୍ତ ପ୍ରକ୍ରିୟା ତ୍ୱରିତ ବେଗରେ ଆଗକୁ ବଢ଼ିବ । ଏହି ମାମଲାରେ ଇଣ୍ଟରପୋଲର ସାହାଯ୍ୟ ନେବା ଆବଶ୍ୟକ ହୋଇପଡ଼ିଛି କାରଣ ଏଥିରେ ଭାରତ ବାହାରର କେତେକ ଦେଶରେ ଅପରାଧର ସୂତ୍ର ରହିଛି ।’’

ଏହା ବି ପଢ଼ନ୍ତୁ | WhatsApp Pay: ଭଲ ଖବର – ଏବେ ହ୍ୱାଟ୍ସଆପରେ ଟଙ୍କା ପଠେଇଲେ ମିଳିବ କ୍ୟାଶବ୍ୟାକ୍

ଇଣ୍ଟରପୋଲ ହେଉଛି ୧୯୪ଟି ଦେଶ ସହ ଯୋଡ଼ି ହୋଇଥିବା ଇଣ୍ଟରନ୍ୟାସନାଲ୍‌ ପୋଲିସିଂ ସିଷ୍ଟମ୍‌ । ଏହି ସଂସ୍ଥା ଅନ୍ତର୍ଜାତୀୟ ସ୍ତରର ଅପରାଧର ତଦନ୍ତ କରିବା ସହ ଅପରାଧୀଙ୍କ ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଥାଏ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ବିଶାଳ ନେଟୱର୍କ ଜରିଆରେ ଇଣ୍ଟରପୋଲ୍ ଏହି ରହସ୍ୟମୟୀ ମହିଳାଙ୍କ ପରିଚୟ ଜାଣିପାରିବ ବୋଲି କହିଛନ୍ତି ମାରିକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଏହି କମଳା ରଙ୍ଗର ଡ୍ରେସ୍ ଦାମ୍ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ

କ୍ରାଇମ୍‌ ବ୍ରାଞ୍ଚ୍‌ ଏଡିଜି କହିଛନ୍ତି ଯେ ରିମାଣ୍ଡ ବେଳେ ଅଭିଯୁକ୍ତମାନଙ୍କଠାରୁ ମିଳିଛି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ସେ ସବୁ ତଥ୍ୟର ସତ୍ୟତା ଯାଞ୍ଚ କରିବା ପାଇଁ ଅଭିଯୁକ୍ତମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ ବି କରାଯାଇପାରେ । ଗିରଫ ହୋଇଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ପାଇଛି କ୍ରାଇମ୍‌ ବ୍ରାଞ୍ଚ୍‌ ।
Published by: Anand S.T. Das
First published: September 29, 2021, 9:43 PM IST