News18 Odia Digital
ଭୁବନେଶ୍ୱର: ଚନ୍ଦକା ଫରେଷ୍ଟ ଡିଭିଜନ ଦ୍ୱାରା ରାଜଧାନୀ ଉପକଣ୍ଠ ଗଙ୍ଗପଡ଼ା ନିକଟରେ ଏକ କାଜୁ ଜଙ୍ଗଲରୁ ସାତଟି ଭାଲୁ ଛୁଆ ଉଦ୍ଧାର ଘଟଣାର ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ୍ । ଖୁବ ଶୀଘ୍ର କ୍ରାଇମ୍ ବ୍ରାଞ୍ଚକୁ ଏ ନେଇ ବନ ବିଭାଗ ଚିଠି ଲେଖିବ ବୋଲି ସୂଚନା ମିଳିଛି । କ୍ରାଇମ୍ ବ୍ରାଞ୍ଚ୍ ସହ ତଦନ୍ତ ନେଇ ଆଲୋଚନା କରିଛି ବନ ବିଭାଗ ।
ଏପ୍ରିଲ୍ ୨୨ ତାରିଖରେ ଭୁବନେଶ୍ୱର ଉପକଣ୍ଠ ଗଙ୍ଗପଡ଼ା ଜାତୀୟ ରାଜପଥ କଡ଼ରେ ଥିବା ଏକ କାଜୁ ଜଙ୍ଗଲରୁ ପାଞ୍ଚଟି ଭାଲୁ ଛୁଆ ଉଦ୍ଧାର କରିଥିଲା ଚନ୍ଦକା ବନ ବିଭାଗ । ସେହି ଦିନ ସନ୍ଧ୍ୟାରେ ଖୋର୍ଦ୍ଧାରୁ ପୁଣି ଦୁଇଟି ଭାଲୁ ଛୁଆକୁ ଖୋର୍ଦ୍ଧା ଡିଭିଜନ ଉଦ୍ଧାର କରିଥିଲା । ଗୋଟିଏ ଦିନରେ ସାତଟି ଭାଲୁ ଛୁଆ ଉଦ୍ଧାର ହେବା ଘଟଣାକୁ ଗୁରୁତ୍ୱର ସହ ନେଇଛି ବନ ବିଭାଗ ।
ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷ‘‘ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଭାଲୁ ଛୁଆ ଛୁଆଗୁଡି଼କୁ କେହି ଚାଲାଣ କରିବା ପାଇଁ ଯୋଜନା କରିଥିବା ପରି ଲାଗୁଛି । ହେଲେ କୌଣସି କାରଣରୁ ରାସ୍ତା କଡ଼ରେ ସେମାନଙ୍କୁ ଛାଡ଼ି ପଳାଇଛନ୍ତି ଦୁର୍ବୃତ୍ତମାନେ । ତେଣୁ ଏହାର ଉଚିତ ତଦନ୍ତ ହେବା ଆବଶ୍ୟକ । ଆମେ ଭାବୁଛୁ ଭାଲୁ ଛୁଆଗୁଡି଼କୁ ସ୍ମଗଲିଂ କରାଯାଉଥିଲା । ବନ ବିଭାଗ ପାଖରେ ଯଥେଷ୍ଠ କର୍ମଚାରୀ ନ ଥିବାରୁ ଏହାର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ଦିଆଯିବ । କ୍ରାଇମ୍ ବ୍ରାଞ୍ଚ୍ ଏସ.ଟି.ଏଫ୍.ରେ ଏକ ବନ୍ୟ ଜନ୍ତୁ ବିଭାଗ ଅଛି । ସେହି ବିଭାଗ ରାଜ୍ୟ ବାହାରର ସମ୍ଭାବ୍ୟ ଲିଙ୍କର ତଦନ୍ତ କରିପାରିବ,’’ କହିଛନ୍ତି ଚନ୍ଦକା ବନ ବିଭାଗ ଡି.ଏଫ୍.ଓ. କେଦାର ସ୍ୱାଇଁ ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ
ଉଦ୍ଧାର ହୋଇଥବା ସବୁ ଭାଲୁ ଛୁଆଗୁଡି଼କୁ ନନ୍ଦନକାନନରେ ରଖାଯାଇଛି ।
ଉଦ୍ଧାର ହୋଇଥବା ସବୁ ଭାଲୁ ଛୁଆଗୁଡି଼କୁ ନନ୍ଦନକାନନରେ ରଖାଯାଇଛି । ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ପ୍ରତି ଦିନ ଯାଞ୍ଚ କରାଯାଉଛି । ଏବେ ସୁଦ୍ଧା ଜଣାପଡି଼ନି ଭାଲୁ ଛୁଆଗୁଡି଼କୁ କେଉଁ ଜଙ୍ଗଲରୁ ଧରିଥିଲେ ଶିକାରୀମାନେ ଓ କେଉଁ ଆଡ଼କୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ ।
ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?‘‘ଗଙ୍ଗପଡ଼ା ଚେକ୍ ଗେଟ୍ ପାଖରେ ସିସିଟିଭି କ୍ୟାମେରା ଅଚଳ ଥିବା ବେଳେ ମଳିପଡ଼ା ଚେକ୍ ଗେଟରେ ଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ଯାଞ୍ଚ କରାଯାଉଛି । ପୂର୍ବରୁ ମଧ୍ୟ ଭାଲୁ ଛୁଆ ଚୋରା ଚାଲାଣ ବେଳେ ଧରିଥିଲା ବନ ବିଭାଗ । ତେଣୁ ଶିକାରୀକୁ ଖୋଜିବା ଓ କେଉଁ ଜଙ୍ଗଲରୁ ଶିକାର କରାଯାଇଛି ତାହା ଜଣା ପଡି଼ଲେ ଏହି ରାକେଟ ଉପରୁ ପରଦା ହଟେଇବା ସହଜ ହେବ,’’ କହିଛନ୍ତି ସ୍ୱାଇଁ ।
ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା
ଭାଲୁ ଛୁଆଗୁଡି଼କୁ ଜଣେ ବନ ବିଭାଗ କର୍ମଚାରୀ କ୍ଷୀର ପିଆଉଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ଅଭିନେତ୍ରୀ ନର୍ଭସ୍ ହେଲେ!ଏ ଭଳି ଘଟଣା ରାଜ୍ୟରେ ବାରମ୍ବାର ଘଟୁଥିବାରୁ ବନ ବିଭାଗର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବନ୍ୟ ଜନ୍ତୁ ବିଶେଷଜ୍ଞ ଲାଲା ଏ.କେ. ସିଂ । ‘‘ଏଭଳି ଚୋରା ଚାଲାଣକୁ ଶୀଘ୍ର ରୋକିବାର ଆବଶ୍ୟକତା ରହିଛି । ନଚେତ୍ ଦିନ କେଇଟା ମଧ୍ୟରେ ରାଜ୍ୟରୁ ବନ୍ୟ ଜନ୍ତୁ ଲୋପ ପାଇଯିବେ । ଏତେ ଘଟଣା ଘଟୁଛି, କିନ୍ତୁ ବନ ବିଭାଗ କାହିଁକି ଚୁପ ରହୁଛି? ଅଧିକାଂଶ ସମୟରେ ବନ ବିଭାଗର ସମ୍ପୃକ୍ତି ରହିଥିବାର ନଜିର୍ ରହିଛି । ତେଣୁ କ୍ରାଇମ୍ ବ୍ରାଞ୍ଚ୍ ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ,’’ ସେ କହିଛନ୍ତି ।
‘‘ବନ୍ୟ ଜନ୍ତୁ ରାକେଟକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ କାମ କରୁଛି । ଚୋରା ଚାଲାଣ ମାମଲାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଛି । ଏସ୍.ଟି.ଏଫ୍.ର ଗୁଇନ୍ଦା ବିଭାଗକୁ ଅଧିକ କ୍ରିୟାଶୀଳ କରାଯାଉଛି,’’ କହିଛନ୍ତି କ୍ରାଇମ୍ ବ୍ରାଞ୍ଚ୍ ଏ.ଡି.ଜି. ଯଶୋବନ୍ତ ଯେଠୱା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।