ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସୌମ୍ୟ ମୃତ୍ୟୁ: କ୍ରାଇମ ବ୍ରାଞ୍ଚ ଜେରା କରିବ ପତ୍ନୀ ବିଦ୍ୟାଭାରତୀଙ୍କୁ; ପ୍ରସ୍ତୁତ ହୋଇଛି ପ୍ରଶ୍ନାବଳୀ

ସୌମ୍ୟ ମୃତ୍ୟୁ: କ୍ରାଇମ ବ୍ରାଞ୍ଚ ଜେରା କରିବ ପତ୍ନୀ ବିଦ୍ୟାଭାରତୀଙ୍କୁ; ପ୍ରସ୍ତୁତ ହୋଇଛି ପ୍ରଶ୍ନାବଳୀ

ପାରଳାଖେମୁଣ୍ଡି ଏ.ସି.ଏଫ. ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ପଛର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଏହା ହତ୍ୟା ନା ଆତ୍ମହତ୍ୟା ନା ଏକ ଦୃଘଟଣାଜନିତ ମୃତ୍ୟୁ ଥିଲା ତା’ ଉପରେ ସସପେନ୍ସ ଜାରି ରହିଛି ।

ସୌମ୍ୟ ମୃତ୍ୟୁ: କ୍ରାଇମ ବ୍ରାଞ୍ଚ ଜେରା କରିବ ପତ୍ନୀ ବିଦ୍ୟାଭାରତୀଙ୍କୁ; ପ୍ରସ୍ତୁତ ହୋଇଛି ପ୍ରଶ୍ନାବଳୀ
ସୌମ୍ୟରଞ୍ଜନ ମହାପାତ୍ର ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିବାହ ବେଳର ଏକ ଫଟୋ
  • News18 Odia
  • Last Updated: August 31, 2021, 10:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏ.ସି.ଏଫ. ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିବାକୁ ଯାଉଛି କ୍ରାଇମ୍‌ ବ୍ରାଞ୍ଚ୍‌ । ପ୍ରଥମ ପର୍ଯ୍ୟାୟର ତଦନ୍ତ ସମୟରେ ଏହି ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଅନେକ ଲୋକଙ୍କୁ ଜୋରା କରି ପ୍ରମାଣ ସଂଗ୍ରହ କରିଥିବା କ୍ରାଇମ୍‌ ବ୍ରାଞ୍ଚ ଏବେ ସୌମ୍ୟଙ୍କ ପତ୍ନୀ ତଥା ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ବିଦ୍ୟାଭାରତୀଙ୍କୁ ଜେରା କରିବାକୁ ଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Dehradun Bridge Collapse: ଦେହରାଡୁନରେ ବର୍ଷା ଯୋଗୁଁ ମଝିରୁ ଭାଙ୍ଗିଗଲା ପୋଲ; ଦେଖନ୍ତୁ VIDEO

ଏହା ପୂର୍ବରୁ ବୁଧବାର ଦିନ କ୍ରାଇମ ବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ବାଲେଶ୍ବର ଗସ୍ତ କରି ସୌମ୍ୟରଞ୍ଜନଙ୍କ ବାପା ଓ ତାଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିବ । ଏହି ପଚରା ଉଚରା ଶେଷ ହେବା ପରେ କ୍ରାଇମ ବ୍ରାଞ୍ଚର ଟିମ୍‌ ମୟୂରଭଞ୍ଜ କପ୍ତିପଦା ଯାଇ ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ । ତାଙ୍କୁ ଜେରା ପାଇଁ ଏକ ସ୍ବତନ୍ତ୍ର ପ୍ରଶ୍ନାବଳୀ ମଧ୍ୟ ପ୍ରସ୍ତୁତ କରିଛି ତଦନ୍ତକାରୀ ସଂସ୍ଥା । ଏହି ଜେରା ପରିଚାଳନାରେ ସହଯୋଗ କରିବା ପାଇଁ ମହିଳା ଅପରାଧ ବିରୋଧୀ ଶାଖାର ଏକ ସ୍ବତନ୍ତ୍ର ଟିମକୁ ମଧ୍ୟ ସାମିଲ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ବିଗ୍‌ ବସ୍‌ ଫେମ୍‌ ବଲିଉଡ ଅଭିନେତା ଅରମାନ କୋହଲି

‘‘କ୍ରାଇମ ବ୍ରାଞ୍ଚର ତଦନ୍ତକାରୀ ଦଳ ପାରଳାଖେମୁଣ୍ଡିରେ ୧୪ ଜଣ ସାକ୍ଷୀଙ୍କୁ ଜେରା କରି ସାରିଛି । ସାକ୍ଷୀମାନଙ୍କ ବୟାନ, ବିଭିନ୍ନ ଦସ୍ତାବିଜକୁ ଅନୁଧ୍ୟାନ, ଫୋନ କଲ୍ ଡିଟେଲ୍ ଓ ଗଜପତି ପୋଲିସର ତଦନ୍ତ ରିପୋର୍ଟକୁ ବିସ୍ତୃତ ଭାବେ ଅନୁଧ୍ୟାନ କରାସରିଛି । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଅଭିଯୋଗକାରୀ ଓ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯିବ । ତା’ ପରେ ବିଦ୍ୟାଭାରତୀଙ୍କୁ ଜେରା କରାଯିବ । ଜେରା ପାଇଁ ବିସ୍ତୃତ ପ୍ରଶ୍ନାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଛି,’’ କହିଛନ୍ତି କ୍ରାଇମ୍‌ ବ୍ରାଞ୍ଚ୍‌ ଏ.ଡି.ଜି. ସଞ୍ଜୀବ ପଣ୍ଡା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ଆଦିବାସୀ ଯୁବକଙ୍କୁ ବାଡ଼ିରେ ପିଟିଲେ, ଚଳନ୍ତା ଟ୍ରକ୍ ପଛରେ ବାନ୍ଧି ଘୋଷାଡ଼ିଲେ; ମୃତ୍ୟୁ ହେଲା

ପାରଳାଖେମୁଣ୍ଡି ଏ.ସି.ଏଫ. ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା ପଛର ପ୍ରକୃତ କାରଣ କଣ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଏହା ହତ୍ୟା ନା ଆତ୍ମହତ୍ୟା ନା ଏକ ଦୃଘଟଣାଜନିତ ମୃତ୍ୟୁ ଥିଲା ତା’ ଉପରେ ସସପେନ୍ସ ଜାରି ରହିଛି । ଜିଲ୍ଲା ପୋଲିସ ହାତରୁ ତଦନ୍ତ ଭାର ନେଇଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ତିନି-ଜଣିଆ ତଦନ୍ତକାରୀ ଅଧିକାରୀଙ୍କୁ ନେଇ ମାମଲାର ତଦନ୍ତ କରୁଛି ।



ଏହି ମାମଲାର ତଦନ୍ତରେ ଫିଜିକ୍ସ, କେମେଷ୍ଟ୍ରି, ଫିଙ୍ଗର ପ୍ରିଣ୍ଟ, ଫାୟର ଏକ୍ସପର୍ଟ, ସାଇଣ୍ଟିଫିକ ଅଫିସରଙ୍କ ଭଳି ଛଅ-ଜଣିଆ ଏକ୍ସପର୍ଟଙ୍କ ଟିମର ବି ସହାୟତା ନେଉଛି କ୍ରାଇମ୍‌ ବ୍ରାଞ୍ଚ୍‌ । ଅଗଷଅଟ ୧୪ ତାରିଖ ଦିନ ମାମଲାର ତଦନ୍ତ ନିଜ ହାତକୁ ନେବା ସହ ସେହି ଦିନ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ନୁଆ କରି ଅନୁସନ୍ଧାନ ଆରମ୍ଭ କରିଥିଲା କ୍ରାଇମ୍‌ ବ୍ରାଞ୍ଜ୍‌ ।
Published by: Anand S.T. Das
First published: August 31, 2021, 10:06 PM IST