ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଘ ଛାଲ ବେପାରୀଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ୍ ଏସ.ଟି.ଏଫ୍‌; ବୌଦ୍ଧ ଜିଲ୍ଲାର ଏହି ୨ ଅଭିଯୁକ୍ତ

ବାଘ ଛାଲ ବେପାରୀଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ୍ ଏସ.ଟି.ଏଫ୍‌; ବୌଦ୍ଧ ଜିଲ୍ଲାର ଏହି ୨ ଅଭିଯୁକ୍ତ

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମଧ୍ୟସ୍ଥି । ସେମାନଙ୍କ ଠାରୁ ଜବତ ହୋଇଥିବା ବାଘ ଛାଲର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ତଦନ୍ତକାରୀ ଟିମ୍ । ବାଘଟିକୁ ବୌଦ୍ଧ ଆଖପାଖ ଜଙ୍ଗଲରୁ ଶିକାର ହୋଇଥିବା ଜଣାପଡ଼ିଛି ।

ବାଘ ଛାଲ ବେପାରୀଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ୍ ଏସ.ଟି.ଏଫ୍‌; ବୌଦ୍ଧ ଜିଲ୍ଲାର ଏହି ୨ ଅଭିଯୁକ୍ତ
ବାଘ ଛାଲ ବେପାରୀଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ୍ ଏସ.ଟି.ଏଫ୍‌
  • News18 Odia
  • Last Updated: November 12, 2021, 4:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ବୌଦ୍ଧ ଜିଲ୍ଲା ବାଉଁଶୁଣି ବ୍ରିଜ ନିକଟରୁ ଏକ କଲରାପତରିଆ ବାଘ ଛାଲକୁ ଜବତ କରିଛି କ୍ରାଇମ୍ ବ୍ରାଞ୍ଚ୍ ଏସ.ଟି.ଏଫ୍‌. । ବାଘ ଛାଲଟିକୁ ଦୁଇ ଜଣ ବେପାରୀ ଚାଲାଣ କରିବାକୁ ଯୋଜନା କରୁଥିବା ବେଳେ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବାଘ ଛାଲ ଜବତ କରିଛି ଏସ.ଟି.ଏଫ୍‌. । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ୩୮ ବର୍ଷୀୟ ଅବନୀକାନ୍ତ କଅଁର ଓ ୩୩ ବର୍ଷୀୟ ସାକ୍ଷୀନାଥ କଅଁର । ଉଭୟଙ୍କ ଘର ବୌଦ୍ଧ ଜିଲ୍ଲାରେ ବୋଲି ଜଣା ପଡ଼ିଛି ।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମଧ୍ୟସ୍ଥି । ସେମାନଙ୍କ ଠାରୁ ଜବତ ହୋଇଥିବା ବାଘ ଛାଲର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ତଦନ୍ତକାରୀ ଟିମ୍ । ବାଘଟିକୁ ବୌଦ୍ଧ ଆଖପାଖ ଜଙ୍ଗଲରୁ ଶିକାର ହୋଇଥିବା ଜଣାପଡ଼ିଛି । ବାଘର ପିଠିରେ ଏକ କଣା ରହିଛି । ତେଣୁ ବାଘଟିକୁ ଗୁଳି କରି ଶିକାର କରିଥିବା ଏସ.ଟି.ଏଫ୍‌. ସନ୍ଦେହ କରୁଛି ।

ବାଘ ଛାଲ ବେପାରୀଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ୍


ଏସ.ଟି.ଏଫ୍‌. ତେଜରାଜ ପଟେଲ ଏହି ମାମଲାରେ କହିଛନ୍ତି, “ଆମେ ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ବାଉଁଶୁଣି ବ୍ରିଜ ନିକଟରେ ଛକି ବସିଥିଲୁ । ଦୁଇ ଜଣ ବ୍ୟକ୍ତି ଏକ ଅଖା ବ୍ୟାଗରେ ବାଘ ଛାଲକୁ ଧରି ଡିଲ୍ କରିବାକୁ ଅପେକ୍ଷ କରିଥିଲେ । ଏହି ସମୟରେ ଆମ ଟିମ୍ ଉଭୟଙ୍କୁ କାବୁ କରିଥିଲା । ସେମାନଙ୍କ ପାଖରୁ ଜବତ ହୋଇଥିବା ବାଘ ଛାଲର ଦାମ୍ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ତେବେ ସେମାନେ କାହା ସହ ଏହି ଡିଲ୍ କରିବାକୁ ଅପେକ୍ଷା କରିଥିଲେ, ତାହା ସ୍ପଷ୍ଟ ହୋଇନି । ଉଭୟଙ୍କ ମୋବାଇଲ ଫୋନକୁ ନେଇ ସେ ଦିଗ ପ୍ରତି ଯାଞ୍ଚ ଚାଲିଛି ।”

ଗତ ଏକ ବର୍ଷ ମଧ୍ୟରେ ସ୍ପେସାଲ ଡ୍ରାଇଭ କରି ଏସ.ଟି.ଏଫ୍‌. ୨୦ଟି ବାଘ ଛାଲ ଜବତ କରିଛି । କେବଳ ବାଘ ଛାଲ ନୁହେଁ, ୧୦ଟି ହାତୀ ଦାନ୍ତ, ଦୁଇଟି ହରିଣ ଛାଲ, ୬ଟି ଜିବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିସାରିଛି । ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗରେ ୪୦ ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା ତଦନ୍ତକାରୀ ଟିମ୍ ।

ବାଘ ଛାଲ ବେପାରୀଙ୍କୁ ପର୍ଦ୍ଦା ଫାସ୍


ସୁଚନାଅନୁସାରେ, ଏସ.ଟି.ଏଫ୍‌. କେବଳ ବନ୍ୟଜନ୍ତୁ ଉପରେ ଫୋକସ କରୁନି । ଡ୍ରଗ୍ସ କାରବାରକୁ ରୋକିବା ଦିଗରେ ମଧ୍ୟ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟରୁ ୪୩ କିଲୋ ବ୍ରାଉନସୁଗର ଜବତ କରିଛି ଏସ.ଟି.ଏଫ୍. । ଯାହାର ମୂଲ୍ୟ ୪୩ କୋଟି ଟଙ୍କା ହେବ । ସେହିଭଳି ୮୬ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ୧୦୦ ଜଣ ମାଫିଆଙ୍କୁ ଗିରଫ କରି ଜେଲ ପଠାଇଥିଲା ।
Published by: Lipina Das
First published: November 12, 2021, 4:19 PM IST