Naba Das Murder Case: ନିଜ ହାତ ଲେଖା ଚିଠିରେ ଏମିତି ଲେଖିଥିଲେ ଗୋପାଳ

Naba Das Murder Case: ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ କିଛି ହାତ ଲେଖା କାଗଜ ଟୁକୁଡ଼ା ଜବତ ହୋଇଛି। ଏହି କାଗଜ ଟୁକୁଡ଼ା ବାସ୍ତବିକ ଗୋପାଳ ଦ୍ବାରା ଲେଖାଯାଇଥିବା ଚିଠି ବୋଲି ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ।

ନିଜ ହାତ ଲେଖା ଚିଠିରେ ଏମିତି ଲେଖିଥିଲେ ଗୋପାଳ

ନିଜ ହାତ ଲେଖା ଚିଠିରେ ଏମିତି ଲେଖିଥିଲେ ଗୋପାଳ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Naba Das Murder Case: ବହୁଚର୍ଚ୍ଚିତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ତଦନ୍ତ ଏବେ ଏକ ଭିନ୍ନ ସ୍ଥିତିରେ ପହଁଚିଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ସେ ନେଇ ଗୋପାଳ ପୋଲିସକୁ ନିଜ ବୟାନ ଦେଇ ସାରିଥିବା ବେଳେ ଏବେ ଗୋପାଳ ସ୍ବିକାରୋକ୍ତିକୁ ନେଇ ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି।

ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ କିଛି ହାତ ଲେଖା କାଗଜ ଟୁକୁରା ଜବତ ହୋଇଛି। ଏହି କାଗଜ ଟୁକୁରା ବାସ୍ତବିକ ଗୋପାଳ ଦ୍ବାରା ଲେଖାଯାଇଥିବା ଚିଠି ବୋଲି ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ।

କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବିକ ସେ କାହିଁକି ନବ ଦାସଙ୍କୁ ହତ୍ୟା କଲେ ତା'ର କାରଣକୁ ସେ ଏହି ଚିଠିରେ ଲେଖିଥିଲେ। ନବ ଦାସଙ୍କୁ ଗୁଳିମାଡ ପରେ ଉପସ୍ଥିତ ଲୋକ ଓ ପୋଲିସ ଦ୍ବାରା କାବୁ କରାଯିବା ପରେ କୌଣସି ଅଘଟଣ ଆଶଙ୍କା କରି ପୋଲିସ ଗୋପାଳକୁ ତୁରନ୍ତ ସେହି ସ୍ଥାନରୁ ନେଇ ଯାଇ ଏୟାରପୋର୍ଟ ଥାନାରେ ରଖିଥିଲା। ଥାନାରେ ରହଣୀ ସମୟରେ ଗୋପାଳ ଥାନାର ଟଏଲେଟକୁ ବ୍ୟବହାର କରିଥିଲା। ଆଉ ହାତ ଲେଖା ନିଜର ଚିଠିକୁ ଚରିବା ପରେ ସେଗୁଡ଼ିକୁ ପାଇଖାନାରେ ଫ୍ଲସ୍ କରି ଦେଇଥିଲା।

ଏହି ଚିଠିକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଉ ଏକ ବଡ଼ ଖୁଲାସା କରାଯାଇଛି। ସେହି ଖୁଲାସା ମୁତାବକ ନବ ଦାସଙ୍କୁ ଗୁଳିକରି ହତ୍ୟା କରିବା ପାଇଁ ଗୋପାଳ ବେଶ୍ କିଛି ଦିନ ଆଗରୁ ଯୋଜନା କରିଥିଲେ। କିନ୍ତୁ ନବ ଦାସଙ୍କୁ ଗୁଳିମାଡ କରିବା ପରେ ସେ ଲୋକଙ୍କ ଆକ୍ରୋଶର ଶିକାର ହେବା ଏବଂ ଲୋକଙ୍କ ମାଡ଼ରେ ନିଜ ମୃତ୍ୟୁ ଘଟିବା ଆଶଙ୍କା ମଧ୍ୟ କରିଥିଲେ। ସେହି କାହିଁକି ନବ ଦାସଙ୍କୁ ହତ୍ୟା କରିଛି ଏହାର କାରଣକୁ ଲୋକଙ୍କୁ ଜଣାଇବା ପାଇଁ ଗୋପାଳ ଏହି ଚିଠିଟି ଲେଖିଥିଲେ। ଚିଠିଟିରେ ନିଜ ମନ କଥା ଲେଖି ତାକୁ ନିଜ ପୋଷାକରେ ଲୁଚାଇ ରଖିଥିବା କଥା ମଧ୍ୟ କୁହାଯାଉଛି।

ଏହା ମଧ୍ୟ କୁହାଯାଉଛି କି ଯେତେ ବେଳେ ନବ ଦାସଙ୍କୁ ଗୁଳିମାଡ଼ ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ପୋଲିସ ତାଙ୍କ ବୟାନ ରେକର୍ଡ କରିବ ଏବଂ ସେ ପୁରା କଥା ତାଙ୍କ ବୟାନରେ କହିବ ବୋଲି ଭାବି ଥିଲା ଗୋପାଳ। ଫଳରେ ନିଜ ପାଖରେ ଥିବା ସେହି ଚିଠି ଆବଶ୍ୟକତା ନ ଥିବା ଅନୁଭବ କରି ଶେଷରେ ଥାନାର ଟଏଲେଟକୁ ଯାଇ ଚିଠିଟିକୁ ଚିରି ସେଠାରେ ତାକୁ ଫ୍ଲସ୍ କରି ଦେଇଥିଲେ।

ସେପଟେ ଚିଠିର ସତ୍ୟାସତ୍ୟ ଜାଣିବା ପାଇଁ ହସ୍ତାକ୍ଷର ବିଶେଷଜ୍ଞଙ୍କ ସହାୟତା ନେବାକୁ ଯାଉଛି କ୍ରାଇମବ୍ରାଞ୍ଚ। ମିଳିଥିବା ତଥ୍ୟ ଅନୁଯାଇ ଭୁବନେଶ୍ବର ଠାରେ ଥିବା ଫରେନ୍ସିକ ଲ୍ୟାବର ସାଇଣ୍ଟିଫିକ ଟିମ ଓ ହସ୍ତାକ୍ଷର ବିଶେଷଜ୍ଞଙ୍କୁ ଝାରସୁଗୁଡ଼ାରେ ପହଁଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ଗୁରୁବାର ଦିନ ଏହି ଟିମ ଝାରସୁଗୁଡ଼ାରେ ପହଁଚିଥିଲା।
Published by:Lipina Das
First published: