ବନ୍ୟଜନ୍ତୁ ତସ୍କରୀ ବେଳେ ଚଢ଼ାଉ କଲା କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ଏକ କେନାଲ ପାଖରେ ବନ୍ୟଜନ୍ତୁ ତସ୍କରୀ ଚାଲୁଥିବା ବେଳେ ଚଢ଼ାଉ କରିଛି କ୍ରାଇମବ୍ରାଞ୍ଚ ଏସ.ଟି.ଏଫ । ଚଢ଼ାଉ ବେଳେ ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ଲକ୍ଷ ଟଙ୍କା ହେବାର ଆକଳନ କରିଛି ତଦନ୍ତକାରୀ ଟିମ ।
ମୟୁରଭଞ୍ଜ ଜିଲ୍ଲା ଜଶିପୁର ପାଦଗଡ଼ା ଗାଁ ନିକଟ କେନାଲ ପାଖରେ ବନ୍ୟଜନ୍ତୁ ତସ୍କର ହେବା ନେଇ ଖବର ପାଇଥିଲା କ୍ରାଇମବ୍ରାଞ୍ଚ। ଚଢ଼ାଉ ସମୟରେ ଜଣେ ତସ୍କରକୁ କାବୁ କରିବା ସହ ତା ନିକଟରୁ ୩ କିଲୋ ବଜ୍ରକାପ୍ତା କାତି, ୨ଟି କଲରାପତରିଆ ବାଘ ଦାନ୍ତ, ୨୯ଟି ବାଘ ନଖ ଓ୪୬ଟି ଭିନ୍ନ ଜାତିର ଶୁଆ ଜବତ କରିଛି ତଦନ୍ତକାରୀ ସଂସ୍ଥା । ଗିରଫ ଅଭିଯୁକ୍ତ ହେଲା ନନ୍ଦ ବାଗେ(୨୫) ।
ବିଶେଷ କରି ବାଘ ଦାନ୍ତ ଚୋରା ବଜାରରେ ଚାହିଦା ରହିଛି। ଏହା ଦାନ୍ତ ପିଛା ଏକ ଲକ୍ଷ ଟଙ୍କା ହେବବୋଲି ଏସ.ଟି.ଏଫ ପକ୍ଷରୁ କୁହାଯାଇଛି । ସେଇପରି ବାଘ ନଖ ଦେଶ ବାହାରେ ଚାହିଦା ରହିଛି । ତେଣୁ ଏତେ ପରିମାଣର ନଖ ଜବତ କରିବା ପଛରେ ଏକଧିକ ବାଘ ଶିକାର କଥା ସାମ୍ନାକୁ ଆସିଛି । ତେଣୁ କେବେଠାରୁ ଏସବୁକୁ ଶିକାର କରାଯାଇଛି ସେନେଇ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି ବୋଲି ଏସଟିଏଫ ପକ୍ଷରୁ ସୂଚନା ମିଳିଛି ।
"ଗିରଫ ଅଭିଯୁକ୍ତ ଜଣେ ଶିକାରୀ । ସେ ଶିମିଳିପାଳ ଜଙ୍ଗଲରୁ ଏସବୁକୁ ଶିକାର କରିଛି । ତେଣୁ ସେ କେବେଠାରୁ ଏହି ବ୍ୟବସାୟ କରୁଥିଲା ତାହାର ତଦନ୍ତ ଚାଲିଛି । ଆଜି ଭୋର ସମୟରେ ଜବତ ସାମଗ୍ରୀକୁ ଡିଲ ପାଇଁ ଯୋଜନା ହୋଇଥିଲା । ଆମେ ଖବର ପାଇବା ପରେ ବନବିଭାଗ ସହାୟତରେ ଆମେ ରେଡ଼ କରିଥିଲୁ। ୩ କିଲୋ ବଜ୍ରକାପ୍ତା କାତି, ୨ଟି କଲରାପତରିଆ ବାଘ ଦାନ୍ତ, ୨୯ଟି ବାଘ ନଖ ଓ ୪୬ଟି ଭିନ୍ନ ଜାତିର ଶୁଆକୁ ଜବତ କରାଯାଇଛି," କହିଛନ୍ତି ଏସ.ଟି.ଏଫ ଏସ.ପି ତେଜରାଜ ପଟେଲ ।
ସୂଚନାଯୋଗ୍ୟ, ୨୦୨୦ ରୁ ଏବେ ସୁଦ୍ଧା, ଏସ.ଟି.ଏଫ୍ ୨୫ଟି କଲରାପତରିଆ ବାଘ ଛାଲ, ୧୩ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୧ଟି ଜୀବନ୍ତବଜ୍ରକାପ୍ତା ଓ ୧୯କିଲୋ ବ୍ରଜକାପ୍ତା କାତି,୨ଟି କଲରାପତାରିଆ ବାଘ ଦାନ୍ତ ଓ ୨୯ଟି ବାଘ ନଖ ଜବତ କରିଛି । ବନ୍ୟଜନ୍ତୁ ଶିକାର କରିବା ଓ ବ୍ୟବସାୟ କରିବା ଅଭିଯୋଗରେ ୪୬ଟି ମାମଲାରେ ୫୮ଜଣ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଯାଇଛି । ଆଉ କିଛି ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କୁ ୱାଣ୍ଟେଡ଼ ଘୋଷଣା କରିଛି ଏସଟିଏଫ । ତେଣୁ ଆଗକୁ ଏହା ଆହୁରି ଜୋରଦାର କରାଯିବ ବୋଲି ତଦନ୍ତକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।