• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ ‘ରହସ୍ୟମୟୀ ଯୁବତୀ’ଙ୍କୁ ଜେରା କଲା କ୍ରାଇମ ବ୍ରାଞ୍ଚ୍

ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ ‘ରହସ୍ୟମୟୀ ଯୁବତୀ’ଙ୍କୁ ଜେରା କଲା କ୍ରାଇମ ବ୍ରାଞ୍ଚ୍

Crime Branch interrogates woman in Sanjay Dasburma PA Chittaranjan Palei death case | ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ଷଡଙ୍ଗୀ ଓରଫ ଜଗା ସହ ସେହି ଯୁବତୀଙ୍କର କ’ଣ ସମ୍ପର୍କ ଥିଲା ଓ ସେ କାହିଁକି ରାତିରେ ତାଙ୍କ ଘରକୁ ଯାଉଥିଲେ ତା’ର ତଦନ୍ତ ଚାଲିଛି । ନିକଟସ୍ଥ ଅଞ୍ଚଳର ସି.ସି.ଟି.ଭି. ଫୁଟେଜ୍ ବି ଯାଞ୍ଚ କରିଛି କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ।

ଚିତ୍ତରଞ୍ଜନ ପଲେଇ; (ଡାହାଣ) ଫରେନସିକ୍ ଟିମ୍ ଯାଞ୍ଚରେ ଲାଗିଛି ।

ଚିତ୍ତରଞ୍ଜନ ପଲେଇ; (ଡାହାଣ) ଫରେନସିକ୍ ଟିମ୍ ଯାଞ୍ଚରେ ଲାଗିଛି ।

  • Share this:
News18 Odia Digital

ପୁରୀ: ଏବେ ବି ରହସ୍ୟ ଘେରରେ ରହିଛି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପି.ଏ.) ଚିତ୍ତରଞ୍ଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁର କାରଣ । ଏ ନେଇ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତ ପ୍ରକ୍ରିୟାର ତୃତୀୟ ଦିନରେ କ୍ରାଇମ୍‌ ବ୍ରାଞ୍ଚ୍‌ ଅଧିକାରୀମାନେ ଜଗନ୍ନାଥ ଷଡଙ୍ଗୀ ରହୁଥିବା ମାଟିଆପଡ଼ା ଭଡ଼ାଘରେ ଯାଇ ତଦନ୍ତ କରିଛନ୍ତି ଓ ସେଠାକାର ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିବା ସହ ପଡି଼ଶା ଲୋକଙ୍କୁ ପଚରା ଉଚୁରା କରିଛନ୍ତି । ତଦନ୍ତକାରୀ ଦଳ ଜଣେ ‘‘ରହସ୍ୟମୟୀ ଯୁବତୀ’’ଙ୍କୁ ବି ଜେରା କରିଛି ।

ମୃତ ଚିତ୍ତରଞ୍ଜନ ପଲେଇଙ୍କ ସ୍ତ୍ରୀ ସୁଭଦ୍ରା ପଲେଇ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ତାଙ୍କ ସାଙ୍ଗ ଜଗନ୍ନାଥ ଷଡ଼ଙ୍ଗୀ ଡାକି ନେଇ ହତ୍ୟା କରିଛି ବୋଲି ସେ କହିଛନ୍ତି । ସଦର ଥାନା ପୋଲିସ ପ୍ରଥମେ ଏହି ମାମଲାର ତଦନ୍ତ କରିଥିଲା, ହେଲେ ପଲେଇଙ୍କ ସ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟମାନେ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ଦାବି କରିଥିଲେ । କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ଆରମ୍ଭ କରି ତାଙ୍କ ଘରକୁ ଆସି ସମସ୍ତଙ୍କର ବୟାନ ରେକର୍ଡ଼ କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIRAL VIDEO | ଶାହରୁଖ ଖାନଙ୍କ ଏହି କଥାରେ ହସିଉଠିଥିଲେ ଅମିତାଭ ବଚ୍ଚନ; ଅଭିଷେକଙ୍କ ବିଷୟରେ ଥିଲା କଥାଟି

‘‘ତାଙ୍କୁ (ଚିତ୍ତରଞ୍ଜନଙ୍କୁ) ଡାକି ନେଇ ତାଙ୍କ ସାଙ୍ଗ ଜଗନ୍ନାଥ ଷଡଙ୍ଗୀ ଓ ସଞ୍ଜୟ ଦାସବର୍ମାଙ୍କ ପି.ଏସ୍‌.ଓ. ସର୍ବେଶ୍ୱର ଜେନା ଓ ଆଉ ତିନି ଜଣ ମାଟିଆପଡା ଅଞ୍ଚଳରେ ଥିବା ଜଗାର ଭଡ଼ାଘରେ ରୋଷେଇ କରିବା ପରେ ମଦ୍ୟପାନ କରିଥିଲେ । ଏ କଥା ଜଗା ସ୍ୱୀକାର କରିଛି । ପରେ ଏକ ଫୋନ୍‌ କଲ୍‌ ଆସିବାରୁ ତାଙ୍କୁ (ଚିତ୍ତରଞ୍ଜନଙ୍କୁ) ଧରି ସେ ଗଡମୃଗଶିରା ଆଡକୁ ଯାଇଥିଲା । ସେଠାରେ ଗାଡି ଦୁର୍ଘଟଣା ପରେ ଆହତ ଅବସ୍ଥାରେ ଜଗା ଉଦ୍ଧାର ହୋଇଥିଲା, ଆଉ ତା’ ପର ଦିନ ସକାଳୁ ନୁଆନଇରୁ ଉଦ୍ଧାର ହୋଇଥିଲା ୟାଙ୍କ (ଚିତ୍ତରଞ୍ଜନଙ୍କ) ମୃତ ଦେହ । ତାଙ୍କୁ ହତ୍ୟା କରାଯାଇଛି । ମୋ’ର କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ଉପରେ ଭରସା ଅଛି । ଏହି ମୃତ୍ୟୁକୁ ନେଇ ରାଜନୀତି କରା ନ ଯାଉ । ଆମେ ନ୍ୟାୟ କିଭଳି ପାଇବୁ ସେଥି ପାଇଁ ମୁଁ ସମସ୍ତଙ୍କ ସହଯୋଗ ଅନୁରୋଧ କରୁଛି,’’ କହିଛନ୍ତି ସୁଭଦ୍ରା ପଲେଇ ।

ଚିତ୍ତରଞ୍ଜନ ପଲେଇଙ୍କ ସ୍ତ୍ରୀ ସୁଭଦ୍ରା ପଲେଇ (ଡାହାଣ)


ଏହା ବି ପଢ଼ନ୍ତୁ | ବିବାହର ମାତ୍ର ଚାରି ଦିନ ପରେ କନ୍ୟାର ମୃତ ଦେହ ଏକ ଆଟାଚି ଭିତରୁ ମିଳିଲା

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ଷଡଙ୍ଗୀ ଓରଫ ଜଗା ରହୁଥିବା ପୁରୀ ମାଟିଆପଡା ଛକରେ ଥିବା ଭଡାଘରେ ତଦନ୍ତ କରିବା ସହ ନିକଟସ୍ଥ ଅଞ୍ଚଳର ସି.ସି.ଟି.ଭି. ଫୁଟେଜ୍‌ ବି ଯାଞ୍ଚ କରିଛି କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ । କ୍ରାଇମ୍‌ ବ୍ରାଞ୍ଚ୍‌ ଡି.ଏସ୍‌.ପି. ଶିଶିର ମିଶ୍ରଙ୍କ ସହ ଚାରି-ଜଣିଆ ଟିମ୍‌ ପୁରୀ ଏସ୍‌.ପି.ଙ୍କୁ ସାକ୍ଷାତ କରି ଅନେକ ବିଷୟ ଉପରେ ବି ଆଲୋଚନା କରିଛି । କ୍ରାଇମ୍‌ ବ୍ରାଞ୍ଚ୍‌ ସ୍କାନରରେ ଥିବା ଜଣେ ଯୁବତୀକୁ ମଧ୍ୟ ଜେରା କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯେବେ ଅଭିନେତ୍ରୀ ଉର୍ଫି ଜାଭେଦ୍କ୍ୟାମେରା ସାମନାରେ ଖସେଇଲେ ଡ୍ରେସ୍‌, ଆଉ ତାପରେ...

‘‘ଜଗନ୍ନାଥ ଷଡଙ୍ଗୀଙ୍କ ସହ ତାଙ୍କର (ସେହି ଯୁବତୀଙ୍କର) ସମ୍ପର୍କ କ’ଣ ଥିଲା ଓ ସେ କାହିଁକି ରାତିରେ ତାଙ୍କ ଘରକୁ ଯାଉଥିଲେ ତା’ର ତଦନ୍ତ ଚାଲିଛି । ଗତ କାଲି ସଞ୍ଜୟ ଦାସବର୍ମାଙ୍କ ପି.ଏସ୍‌.ଓ. ସର୍ବେଶ୍ୱର ଜେନାକୁ ଓ ମୃତ ଚିତ୍ତରଞ୍ଜନଙ୍କ ପୁତୁରା ଦିଲିପ ପଲେଇ ଓ ଚିତ୍ତରଞ୍ଜନଙ୍କ ସହ ଭୋଜିରେ ଥିବା ବାକି ତିନି ଜଣଙ୍କୁ ମଧ୍ୟ ଜେରା କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ, ଭିସେରା ରିପୋର୍ଟ ଓ ବ୍ଲଡ୍‌ ସାମ୍ପଲ ଟେଷ୍ଟ ରିପୋର୍ଟକୁ ନେଇ ତଦନ୍ତ କରାଯିବ । ସି.ଡି.ଆର୍‌. ରିପୋର୍ଟ ଓ ଘଟଣା ସ୍ଥଳର ଫୋରେନସିକ୍‌ ଭିଡିଓଗ୍ରାଫିକୁ ନେଇ ମଧ୍ୟ ତଦନ୍ତ କରାଯାଉଛି,’’ କହିଛନ୍ତି ତଦନ୍ତ ଦାୟିତ୍ୱ ନେଇଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ଡି.ଏସ୍‌.ପି. ଶିଶିର ମିଶ୍ର । ମୃତ୍ୟୁ ରହସ୍ୟ ଖୋଲିବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିବ ବୋଲି ସେ କହିଛନ୍ତି ।

ସଞ୍ଜୟ ଦାସବର୍ମାଙ୍କ ସହ ତାଙ୍କ ବ୍ୟକ୍ତିଗତ ସହାୟକ (ପି.ଏ.) ଚିତ୍ତରଞ୍ଜନ ପଲେଇ (ଫାଇଲ୍ ଫଟୋ)


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭାରତୀୟ ଯୁବତୀ ମେକ୍ସିକୋ ବୁଲିବାକୁ ଯାଇଥିଲେ, ଗ୍ୟାଙ୍ଗ ମଧ୍ୟରେ ଗୁଳିକାଣ୍ଡରେ ତାଙ୍କ ମୃତ୍ୟୁ ହେଲା

ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ସ୍କାନରରେ ଥିବା ଚକ୍ରପଡ଼ାର ସେହି ‘‘ରହସ୍ୟମୟୀ ଯୁବତୀ’’ଙ୍କ ମା’ କହିଛନ୍ତି ଯେ ଯୁବତୀଙ୍କର ମୃତ୍ୟୁ ଘଟଣା ସହ କୌଣସି ସମ୍ପୃକ୍ତି ନାହିଁ । ‘‘ଜଗନ୍ନାଥ ଆମ ସମ୍ପର୍କୀୟ । ସେ ଘରକୁ ସବୁବେଳେ ଆସେ । ଶନିବାର ରାତିରେ ଜଗନ୍ନାଥ କହିଥିଲା ସେ ଏକୁଟିଆ ଯାଉଛି । ରାତି ୩ଟା ପର୍ଯ୍ୟନ୍ତ କେବଳ ଜଗା ଫୋନ୍‌ କରି କହିଥିଲା ସେ ଏକୁଟିଆ ଯାଉଛି । ହେଲେ ଚିତ୍ତରଞ୍ଜନ କିଏ ଓ କାହିଁକି ଏଠାକୁ ଆସିଥିଲା ସେ ନେଇ ଆମେ କିଛି ଜାଣିନାହୁଁ,’’ କହିଛନ୍ତି ଯୁବତୀଙ୍କ ମା’ ।

ଏହା ବି ପଢ଼ନ୍ତୁ | ବର୍ଷକରେ ଏହି ଯୁବତୀ ୭ଟି ଥାନାରେ ଭିନ୍ନ ଭିନ୍ନ ଜଣ ଲୋକଙ୍କ ବିରୋଧରେ ରେପ୍ କେସ୍ କଲେ!

ଚିତ୍ତରଞ୍ଜନଙ୍କ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ସହ ହତ୍ୟାକାରୀର ଗିରଫ ଦାବିରେ ବ୍ରହ୍ମଗିରିରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ସମାବେଶ ଓ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ବ୍ରହ୍ମଗିରି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଜିଲା ସଭାପତି ଆଶ୍ରିତ ପଟ୍ଟନାୟଙ୍କ ନେତୃତ୍ୱରେ ଏକ ଜନସମାବେଶ ଆୟୋଜିତ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ Sex କଲେ; ସ୍ୱାମୀ କଣ୍ଡୋମ୍ଯୋଗାଇଲେ

‘‘ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ ନିରପେକ୍ଷ ତଦନ୍ତ ଦାବି ସହ ଏହି ଘଟଣାରେ ରାଜନେତାମାନେ ସମ୍ପୃକ୍ତ ଥିବାରୁ ଏହାର ସି.ବି.ଆଇ. ତଦନ୍ତ ହେବା ଦରକାର,’’ କହିଛନ୍ତି ବ୍ରହ୍ମଗିରି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।
Published by:Anand S.T. Das
First published:
)}