କୁଖ୍ୟାତ ନିଶା ମାଫିଆ ଚିତ୍ରସେନ ପରିଡ଼ାଙ୍କ ବିରୋଧରେ ଆହୁରି କୋଠର ହେଲା କ୍ରାଇମ୍ ବ୍ରାଞ୍ଚ
News18 Odia Digital
ଭୁବନେଶ୍ବର: ରାଜ୍ୟ ସମେତ ରାଜ୍ୟ ବାହାରେ ନିଶା କାରବାର କରୁଥିବା ନିଶା ମାଫିଆଙ୍କୁ ଆଉ ମିଳିବନି ନିସ୍ତାର। କୁଖ୍ୟାତ ନିଶା ମାଫିଆ ଚିତ୍ରସେନ ପରିଡ଼ାଙ୍କ ବିରୋଧରେ ଆହୁରି କୋଠର ହୋଇଛି କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍। ଚିତ୍ରସେନଙ୍କ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଛି ଏସଟିଏଫ୍। ଏଥିରେ ୧ କୋଟି ୮୫ ଲକ୍ଷ ଟଙ୍କାର ୨ଟି ୩ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ କୋଠା, ଗୋଟିଏ କାର, ମିନିବସ୍, ଜମିବାଡି ଓ ବ୍ୟାଙ୍କରେ ଜମାରାଶି ଆଦି ରହିଛି।
ଚିତ୍ରସେନଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳରେ ଚଢ଼ାଉ କରି ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସମ୍ପତ୍ତି ଜବତ କରିଛି ଏଟିଏଫ୍। ଏସଟିଏଫର କହିବା ମୁତାବକ ୨୦୨୧ ଅଗଷ୍ଟ ୧୩ ତାରିଖରେ ୧୦ କ୍ବାଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରକ ଜବତ କରିଥିଲା ଏସଟିଏଫ୍। ଏହି ଗଞ୍ଜେଇ ଚାଲାଣ ପନରେ ଚିତ୍ରସେନ ହାତ ରହିଥିବା ଏସଟିଏଫ ତଦନ୍ତରୁ ଜାଣିବାକୁ ପାଇଥିଲା। ତେଣୁ ତାଙ୍କ ନାମରେ ମାମଲା ରୁଜୁ କରା ତଦନ୍ତ କରାଯାଇଥିଲା। ହେଲେ ସେ ସବୁଥର ଭଳି ଫେରାର ହୋଇଯାଇଥିଲା। କିନ୍ତୁ ୨୦୨୨ ମସିହା ମାର୍ଚ୍ଚ ୧୦ ତାରିଖରେ ଏସଟିଏଫ ଚିତ୍ରସେନଙ୍କୁ ଗିରଫ କରିଥିଲା। ଆଉ ବାଲେଶ୍ବରର ସ୍ବତନ୍ତ୍ର ଜେଲରେ ହାଜର କରିବା ପରେ କାରଗାରକୁ ପଠାଇ ଦେଇଥିଲା।
ତଦନ୍ତ ବେଳେ ଚିତ୍ରସେନ ନିଶା କାରବାର କରି ବିପୁଳ କଳାଧନ ରୋଜଗାର କରିଥିବା ଜଣାପଡ଼ିଥିଲା। ଆଉ ନିଶା କାରବାରରୁ ଉପାର୍ଜନା କରିଥିବା ଅର୍ଥରେ ଆଲିସାନ ବଙ୍ଗଳା, କାର ଓ ବସ୍, ପ୍ଲଟ, ବ୍ୟାଙ୍କରେ ପୁଳା ପୁଳା ଡିପୋଜିଟ୍ ଥିବାରୁ ଅନୁସନ୍ଧାନରୁ ପଦାକୁ ଆସୁଥିଲା। ଏହାପରେ ଅଧିକ ଖୋଳତାଡ଼ କରିବାରୁ ଚିତ୍ରସେନଙ୍କ ବଙ୍ଗଳା ଓ ସମ୍ପତ୍ତି ଦେଖି ତାଯୁବ ହୋଇଯାଇଥିଲା ତତନ୍ତଜାରୀ ସଂସ୍ଥା। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ୨ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତି ବାହାରିଥିଲା। ଆହୁରି ବି ବଢ଼ିବାର ଆଶଙ୍କା କରାଯାଉଛି।
ସେହିପରି କେବଳ ଏତିକି ନୁହେଁ ଚିତ୍ରସେନଙ୍କ ସମ୍ପତ୍ତି ଗୁଜୁରାଟରେ ରହିଥିବା ଏସଟିଏଫ୍ ସନ୍ଦେହ କରୁଛି। କାରଣ ଓଡ଼ିଶାରୁ ଗଞ୍ଜେଇ ନେଇ ସେଠାରେ ବିକ୍ରି କରୁଥିଲେ। ଆଉ ସେଠାରେ ଘରବାଡ଼ି, ସମ୍ପତ୍ତି ଆଦି ଥିବା ଏସଟିଏଫ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ଗୁଜୁରାଟରେ ଥିବା ଚିତ୍ରସେନଙ୍କ ସମ୍ପତ୍ତି ବିଷୟରେ ଅଧିକ ତଥ୍ୟ ଯୋଗାଡ଼ କରିବା ଲାଗି ଗୁଜୁରାଟ ପୋଲିସ ସହ ଯୋଗାଯୋଗରେ ରହିଛି ଓଡ଼ିଶା ପୋଲିସ। ସେପଟେ ଗୁଜୁରାଟ ଓ ମାଲକାନଗିରି ଥାନା ପୋଲିସ ଲାଗି ଚିତ୍ରସେନ ମୋଷ୍ଟାୱାଣ୍ଟେଡ ଥିଲେ। ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଏନଡିପିଏସ ମାମଲା ରହିଛି।
ଅନ୍ୟପଟେ ପୂର୍ବରୁ ଚିତ୍ରସେନଙ୍କ ସହଯୋଗୀ ତଥା ନିଶା ମାଫିଆ ଅନୀଲ କୁମାର ପାଷ୍ଟିର ୨ କୋଟି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ଜବତ କରିବା ସହ ବାଜ୍ୟାପ୍ତି କରିବା ଲାଗି କରିଛି ଏସଟିଏଫ ପ୍ରକ୍ରିୟା ଆରମ୍ଭ କରିଦେଇଛି। କିନ୍ତୁ ଅନିଲ ଏବେ ବି ଫେରାର ରହିଛି। ତାଙ୍କ ବିଷୟରେ ସମ୍ପର୍କରେ ସୂଚନା ଦେଲେ ମିଳିବ ଖବର ଦେଲେ କିମ୍ବା ଧରାଇ ଦେଲେ ଖବରଦାତାଙ୍କ ପୁରସ୍କୃତ କରାଯିବ। ଏପରିକି ଖବରଦାତାଙ୍କ ନାମ ଗୋପନ ରଖାଯିବ ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।