ଖୋଲିବ ଆଦିତ୍ୟ ମୃତ୍ୟୁ ରହସ୍ୟ: ଗାୟବ ହୋଇଥିବା ଧୋତି ଓ ଟି’ସାର୍ଟ, ଅଲଗା ଜାଗାରେ ଥିବା ଚାବି

ଚାବି ପ୍ରକରଣରୁ ସଙ୍କେତ ମିଳୁଛି ଯେ ହୁଏତ ସେ ଦିନ ବିଦ୍ୟାଶ୍ରୀ ଘରୁ ବାହାରି ଯିବା ପରେ ଘରକୁ ଆଉ କେହି ଆସିଥିଲା । ହୁଏତ ସେ ଆଦିତ୍ୟ ଘରେ ଥିବା ବେଳେ ଆସିଥିଲା ବା ସେ ଘରୁ ବାହାରିଯିବା ପରେ ଆସିଥିଲା ।

ଖୋଲିବ ଆଦିତ୍ୟ ମୃତ୍ୟୁ ରହସ୍ୟ: ଗାୟବ ହୋଇଥିବା ଧୋତି ଓ ଟି’ସାର୍ଟ, ଅଲଗା ଜାଗାରେ ଥିବା ଚାବି
ଆଦିତ୍ୟ ଓ ପତ୍ନୀ ବିଦ୍ୟାଶ୍ରୀ; (ଡାହାଣ) ରେଳ ଲାଇନ୍ କଡ଼ୁ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା
  • News18 Odia
  • Last Updated: August 1, 2020, 7:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଯୁବ ସମାଜସେବୀ ଆଦିତ୍ୟ ଦାଶ ପିନ୍ଧିଥିବା ଧୋତି ଓ ନାଲି ରଙ୍ଗର ଟି’ସାର୍ଟ ତାଙ୍କ ଘରୁ କୁଆଡ଼େ ଗାୟବ ହୋଇଯାଇଛି । ସେହି ଧୋତି ଓ ଟି’ସାର୍ଟ ପିନ୍ଧି ଆଦିତ୍ୟ ଓ ବିଦ୍ୟାଶ୍ରୀ ସେଦିନ ମନ୍ଦିର ଯାଇଥିଲେ l ଆଦିତ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ପର ଠାରୁ ଏହି ଦୁଇଟି ବସ୍ତ୍ର ଆଉ ମିଳୁ ନାହିଁ । ତଦନ୍ତ କରି ଏହାକୁ ବାହାର କରିବାକୁ କ୍ରାଇମ ବ୍ରାଞ୍ଚକୁ ନିବେଦନ କରିଛନ୍ତି ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ l କହିବା ବାହୁଲ୍ୟ ଯେ ଏହି ଦୁଇ ବସ୍ତ୍ରରେ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟର ଏକ ବଡ଼ ସୂତ୍ର ଛପି ରହିଛି ବୋଲି ବିଦ୍ୟାଶ୍ରୀଙ୍କ ବିଶ୍ୱାସ ।

କ୍ରାଇମ୍‌ ବ୍ରାଞ୍ଚ୍‌ ଅଧିକାରୀମାନଙ୍କ ଜେରା ବେଳେ ବିଦ୍ୟାଶ୍ରୀ ଆଦିତ୍ୟଙ୍କ ବନ୍ଧୁ ତଥା ସହଯୋଗୀ ପପୁ ଓ ବିକାଶ ଉପରେ ଅନେକ ଦୋଷ ଲଦିଥିବା ଜଣା ପଡ଼ିଛି l ଆଦିତ୍ୟଙ୍କ ସଙ୍ଗଠନ ‘ପିପୁଲ ଫର ସେବା’ର ଆର୍ଥିକ ସ୍ଥିତି ଖରାପ ହେବା ପଛରେ ଏହି ଦୁଇ ସହଯୋଗୀ ଦାୟୀ ବୋଲି ସେ କହିଛନ୍ତି l

ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଶ୍ରୀଙ୍କୁ ମାରାଥନ ଜେରା କରିଥିଲା କ୍ରାଇମ ବ୍ରାଞ୍ଚ l ଛଅ ଘଣ୍ଟାର ଜେରା ବେଳେ ଅଧିକାରୀମାନଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଥିଲେ ବିଦ୍ୟାଶ୍ରୀ l ଉଭୟଙ୍କ ପ୍ରେମ ସମ୍ପର୍କ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ କଥା କହିଥିଲେ ସେ l ଜେରା ବେଳେ ‘‘ଆଦିତ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?’’ ପ୍ରଶ୍ନର ଉତ୍ତରରେ ବିଦ୍ୟାଶ୍ରୀ ପାଞ୍ଚଟି ଦିଗ ଉପରେ ସନ୍ଦେହ ପ୍ରକଟ କରିଥିଲେ ବୋଲି କ୍ରାଇମ ବ୍ରାଞ୍ଚ ସୂତ୍ରରୁ ଜଣା ପଡ଼ିଛି ।

ଆଦିତ୍ୟଙ୍କ ମୃତ୍ୟୁ ପୂର୍ବରୁ, ଅର୍ଥାତ୍ ଜୁଲାଇ ୬ ସକାଳେ, ଉଭୟ ମନ୍ଦିର ଯାଇଥିଲେ l ମନ୍ଦିର ଯିବା ବେଳେ ଆଦିତ୍ୟ ପିନ୍ଧିଥିଲେ ଏକ ଧୋତି ଓ ନାଲି ରଙ୍ଗର ଟି’ସାର୍ଟ l ତାହା ଘରେ ଥିଲା l କିନ୍ତୁ ୭ ତାରିଖ ଠାରୁ ତା’ର ଆଉ ସନ୍ଧାନ ମିଳିନି l ଏହାକୁ ଏକ ବଡ଼ ରହସ୍ୟ ବୋଲି କହି ତାକୁ ଖୋଜି ବାହାର କରିବାକୁ କ୍ରାଇମ ବ୍ରାଞ୍ଚକୁ ନିବେଦନ କରିଛନ୍ତି ବିଦ୍ୟାଶ୍ରୀ l

ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା-ମାଆଙ୍କ ସହ ଅଲଗା ଅଲଗା ଛଅ ଘଣ୍ଟା ଧରି ଜେରା କରିଥିଲେ କ୍ରାଇମ୍‌ ବ୍ରାଞ୍ଚ୍‌ ଅଧିକାରୀମାନେ ।


ଡାଏରିରେ ଆଦିତ୍ୟଙ୍କ ହାତ ଲେଖା ଚିଠି  ଉପରେ ବି ସନ୍ଦେହ ପ୍ରକଟ କରିଛନ୍ତି ବିଦ୍ୟାଶ୍ରୀ l ପପୁ ଓ ବିକାଶଙ୍କ ଆଶ୍ରମ ଚଳାଇବାର କ୍ଷମତା ନାହିଁ, ତାହା ଜାଣି ବି ଆଦିତ୍ୟ ସେ ଚିଠିରେ କେମିତି ସେ ଦୁଇ ଜଣଙ୍କୁ ଆଶ୍ରମର ମ୍ୟାନେଜର ଓ କୋଷାଧ୍ୟକ୍ଷ କରିବାକୁ ଲେଖିଛନ୍ତି ତାକୁ ନେଇ ବିଦ୍ୟାଶ୍ରୀ ସନ୍ଦେହ ପ୍ରକାଶ କରିଛନ୍ତି l ତାଙ୍କ କହିବାର ଅର୍ଥ ଏହା ଯେ ହୁଏତ ଆଦିତ୍ୟଙ୍କ ଉପରେ ଚାପ ପକାଇ ତାଙ୍କୁ ବାଧ୍ୟ କରି ସେହି ଚିଠିଟି ଲେଖାଯାଇଛି ।

ସେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରୁ କାହାର ମ୍ୟାନେଜର ହେବାର ଯୋଗ୍ୟତା ନାହିଁ l ବରଂ ବାପା (ଆଦିତ୍ୟଙ୍କ ବାପା) ମ୍ୟାନେଜର ହୋଇଥିଲେ ଭଲ ହୋଇଥାଆନ୍ତା ବୋଲି ତଦନ୍ତକାରୀ ଅଫିସରଙ୍କ ପାଖରେ କହିଛନ୍ତି ବିଦ୍ୟାଶ୍ରୀ l ଆଦିତ୍ୟ କୌଣସି ଚାପରେ ଏଭଳି ଚିଠି ଲେଖିଥାଇପାରନ୍ତି ବୋଲି କରିଛନ୍ତି ବିଦ୍ୟାଶ୍ରୀ l

‘ପିପୁଲ ଫର ସେବା’ ସଙ୍ଗଠନର ଆର୍ଥିକ କ୍ଷତି ପାଇଁ କୋଷାଧ୍ଯକ୍ଷଙ୍କ ସହ ପପୁ ଓ ବିକାଶଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି ବିଦ୍ୟାଶ୍ରୀ l ‘‘ସବୁ ଦିନ ବିଭିନ୍ନ ଆଳ ଦେଖାଇ ପପୁ ଓ ବିକାଶ ଆଦିତ୍ୟଙ୍କ ଠାରୁ ଟଙ୍କା ନେଇ ଖର୍ଚ୍ଚ କରନ୍ତି l ମୁଁ ସେହି ମାମଲାରେ ମୁଣ୍ଡ ପୂରାଇବା ପରେ ସେ ସବୁ ବନ୍ଦ ହୋଇଯାଇଥିଲା l ସେଇଟା ସେମାନେ ଚାହୁଁ ନ ଥିଲେ,’’ ବିଦ୍ୟାଶ୍ରୀ କହିଥିବା ଜଣାପଡ଼ିଛି ।

ଆଦିତ୍ୟ ଦାଶଙ୍କ କଥିତ ‘‘ସୁଇସାଇଡ୍ ନୋଟ’’ର ଏକ ଅଂଶ


ଜେରା ବେଳେ ପପୁ ଓ ବିକାଶଙ୍କ ଉପରେ ଅନ୍ୟାନ୍ୟ ସଙ୍ଗୀନ ଅଭିଯୋଗ ବି ଉଠାଇଛନ୍ତି ବିଦ୍ୟାଶ୍ରୀ l ଆଦିତ୍ୟଙ୍କ ମୃତ୍ୟୁ ପର ଠାରୁ ତାଙ୍କୁ ଏହି ଦୁଇ ଜଣ କ୍ରମାଗତ ଭାବେ ବଦନାମ କରି ଆସୁଥିବା ସେ କହିଛନ୍ତି l ‘‘ମୋ’ର ପୁରୁଣା ଫଟୋ ଓ କାହା ସହ ମୋ’ର ପୁରୁଣା ସମ୍ପର୍କ ଥିଲା ସେସବୁର ତଥ୍ୟ ବାହାର କରି ଗଣମାଧ୍ୟମ ଆଗରେ ରଖି ମୋତେ ବଦନାମ କରାଯାଉଛି,’’ ବିଦ୍ୟାଶ୍ରୀ କହିଥିବା ଜଣାପଡ଼ିଛି ।

ଆଦିତ୍ୟ ଜୁଲାଇ ୬ ସନ୍ଧ୍ୟାରେ ଘରୁ ବାହାରିଯିବା ପରେ ଘରର ଚାବିଟି ଫ୍ରିଜ ଉପରେ କେମିତି ରହିଲା ସେ ନେଇ ମଧ୍ୟ ସନ୍ଦେହ ପ୍ରକଟ କରିଛନ୍ତି ବିଦ୍ୟାଶ୍ରୀ l ‘‘ଆଦିତ୍ୟଙ୍କ ପୂର୍ବରୁ ମୁଁ ଘରୁ ବାହାରି ଯାଇଥିଲି l ମୁଁ ଘରକୁ ଫେରିଲେ ଯେମିତି ସହଜରେ ଚାବିଟି ପାଇବି ସେମିତି ଯାଗାରେ ଆଦିତ୍ୟ ରଖିବା କଥା l ସବୁ ଥର ପରି ସେ ଦିନ ବି ଦ୍ୱାର ସାମନାରେ ଥିବା ଗଣେଷ ମୂର୍ତ୍ତି ତଳେ ଆଦିତ୍ୟ ଚାବି ରଖିଦେବା କଥା l କିନ୍ତୁ ଫ୍ରିଜକୁ କେମିତି ଚାବି ଗଲା ତାହା ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି,’’ କ୍ରାଇମ୍‌ ବ୍ରାଞ୍ଚ୍‌ ଟିମକୁ କହିଛନ୍ତି ବିଦ୍ୟାଶ୍ରୀ ।

ଏହି ଚାବି ପ୍ରକରଣରୁ ଏ କଥାର ସୂଚନା ମିଳୁଛି ଯେ ହୁଏତ ସେ ଦିନ ବିଦ୍ୟାଶ୍ରୀ ଘରୁ ବାହାରି ଯିବା ପରେ ଘରକୁ ଆଉ କେହି ଆସିଥିଲା । ହୁଏତ ସେ ବ୍ୟକ୍ତି ଆଦିତ୍ୟ ଘରେ ଥିବା ବେଳେ ଆସିଥିଲା ବା ସେ ଘରୁ ବାହାରିଯିବା ପରେ ଆସିଥିଲା । ଧୋତି ଓ ଟି’ସାର୍ଟ ସହ ଚାବି ପ୍ରକରଣ ଉପରେ କ୍ରାଇମ ବ୍ରାଞ୍ଚ ଧ୍ୟାନ କେନ୍ଦ୍ରିତ କରିବ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ: ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ

ଏହା ବି ପଢ଼ନ୍ତୁ: ଅନଲକ୍ ୩ରେ ଓଡି଼ଶାରେ ଅଗଷ୍ଟ ୩୧ ଯାଏଁ ରାତି କର୍ଫ୍ୟୁ ଜାରି ରହିବ; ମାସ୍କ ଫାଇନ୍ ବଢ଼ିଲା

ଜେରା ବେଳେ ଆଦିତ୍ୟଙ୍କ ବାପା ନନ୍ଦକିଶୋର କହିଛନ୍ତି, ‘‘କେଉଁଠି ଗୋଟିଏ ତ୍ରୁଟି ରହିଗଲା ଯେଉଁଥି ପାଇଁ ମୁଁ ମୋ’ ପୁଅକୁ ହରେଇଲି l ତ୍ରୁଟିଟି ବୋହୂ ବିଦ୍ୟାଶ୍ରୀ, ନା ପପୁ ନା ବିକାଶ କାହା ପାଖରେ ରହିଲା ତାହା ଜଣାପଡୁନି l ଜୁଲାଇ ୬ ତାରିଖ ସନ୍ଧ୍ୟାରେ ଘଟିଥିବା ଘଟଣା ସମ୍ପର୍କରେ କେହି ମୋତେ ଜଣେଇଲେ ନାହିଁ l ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ସମ୍ପକରେ ମୁଁ ଯଦି ସନ୍ଧ୍ୟାରେ ଜାଣିପାରିଥାନ୍ତି ତେବେ ମୁଁ ଆଦିତ୍ୟ ସହ କଥା ହୋଇପାରିଥାନ୍ତି l ମୁଁ ତାକୁ ବୁଝାଇ ଦେଇଥିଲେ ପୁଅର କିଛି ହୋଇ ନ ଥାନ୍ତା l’’



ଜେରା ବେଳେ ଆଦିତ୍ୟଙ୍କ ବାପା, ମା’ ଓ ବିଦ୍ୟାଶ୍ରୀଙ୍କୁ ଛଅ ଘଣ୍ଟା ଧରି ଅଲଗା ଅଲଗା ଜେରା କରିଥିଲେ କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ l ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ରେଳବାଇ ପୋଲିସ ପାଖରେ ବିଦ୍ୟାଶ୍ରୀ ଯାହା ଯାହା ବୟାନ ରଖିଥିଲେ କ୍ରାଇମ ବ୍ରାଞ୍ଚ ପାଖରେ ସେହି ସମାନ କଥାକୁ ଦୋହରାଇଛନ୍ତି l
Published by: Anand Shankar Thankur Das
First published: August 1, 2020, 7:23 PM IST
corona virus btn
corona virus btn
Loading