Naba Das Murder Case: ଗୋପାଳଙ୍କ ଚିଠି ଟୁକୁଡ଼ା ପରେ ନବ ଦାସଙ୍କ କାରରୁ ମିଳିଳା ଗୋଟିଏ ଗୁଳି

Naba Das Murder Case: ଗୁରୁବାର ବିଳମ୍ବିତ ରାତିରେ ନବ ଦାସ ବ୍ୟବହାର କରୁଥିବା ଇନୋଭା କାରରୁ ଗୁଳି ଜବତ ହୋଇଥିବା ସୂଚନା ମିଳିଛି । ଏହା ଏକ ବଡ଼ ପ୍ରମାଣ ହେବ ବୋଲି ଆଶା କରାଯାଉଛି।

 ଗୋପାଳଙ୍କ ଚିଠି ଟୁକୁଡ଼ା ପରେ ନବ ଦାସଙ୍କ କାରରୁ ମିଳିଳା ଗୋଟିଏ ଗୁଳି

ଗୋପାଳଙ୍କ ଚିଠି ଟୁକୁଡ଼ା ପରେ ନବ ଦାସଙ୍କ କାରରୁ ମିଳିଳା ଗୋଟିଏ ଗୁଳି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Naba Das Murder Case: ଏଏସଆଇ ଗୋପାଳ ଦାସଙ୍କ ହାତ ଲେଖା ଚିଠି ପରେ ପୁଣି ସାମ୍ନାକୁ ଆସିଲା ନୂଆ ଅପଡେଟ। ୪ ଦିନ ପରେ କ୍ରାଇମବ୍ରାଞ୍ଚକୁ ମିଳିଲା ଗୋଟିଏ ଗୁଳି।

ଗୁରୁବାର ବିଳମ୍ବିତ ରାତିରେ ନବ ଦାସ ବ୍ୟବହାର କରୁଥିବା ଇନୋଭା କାରରୁ ଗୁଳି ଜବତ ହୋଇଥିବା ସୂଚନା ମିଳିଛି । ଏହା ଏକ ବଡ଼ ପ୍ରମାଣ ହେବ ବୋଲି ଆଶା କରାଯାଉଛି। ଜବତ ଗୁଳି ନବ କିଶୋରଙ୍କ ଦେହରେ ବାଜିଥିଲା ନା ନାହିଁ ତାହା ଯାଞ୍ଚ ପାଇଁ ଫରେନ୍ସିକ ଲ୍ୟାବକୁ ପଠାଯାଇଛି। ୨ ଦିନ ଧରି କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ ଟିମ୍ କାର୍‌ ଯାଞ୍ଚ କରୁଥିଲେ।

ସେହିପରି ନବକିଶୋର ଦାସଙ୍କ ଇସିଜି ରିପୋର୍ଟ ମଧ୍ୟ ହସ୍ତଗତ ହୋଇଛି। ସେପଟେ ଅଭିଯୁକ୍ତ ଗୋପାଳ କହିଛନ୍ତି ହତ୍ୟା ପଛର କାରଣ। ରିମାଣ୍ଡର ତୃତୀୟ ଦିନରେ ଅଭିଯୁକ୍ତକୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ।

ଜେରା ବେଳେ ଗୋପାଳ ଦେଉଥିବା ତଥ୍ୟର ସତ୍ୟତା ପରଖିବା ସହ ପ୍ରମାଣ ସଂଗ୍ରହ କରୁଛି ତଦନ୍ତକାରୀ ଟିମ୍। ଗୋପାଳଙ୍କର ସ୍ବାସ୍ଥ୍ୟଗତ ରେକର୍ଡ ଓ ଆର୍ଥିକ କାରବାରର ଯାଞ୍ଚ ମଧ୍ୟ ହେଉଛି।

ଗୋପାଳଙ୍କର ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ଫରେନସିକ ଲ୍ୟାବକୁ ପଠାଯାଇଛି ମୃତକଙ୍କ ଭିସେରା ରିପୋର୍ଟ। ଅଭିଯୁକ୍ତର ତଥ୍ୟ ଆଧାରରେ ଝାରସୁଗୁଡ଼ା ବିମାନ ବନ୍ଦର ପାଇଖାନା ଟାଙ୍କିରୁ କାଗଜ ଟୁକୁଡ଼ା ଜବତ ହୋଇଛି। ହାତଲେଖା କାଗଜ ଟୁକୁଡ଼ା ଗୁଡିକୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି କହିଛି କ୍ରାଇମବ୍ରାଞ୍ଚ।
Published by:Lipina Das
First published: